ଦିବଂଗତ ଶିକ୍ଷକ ଙ୍କୁ ସାକ୍ଷୀଗୋପାଳ ସିଂହଦ୍ୱାର ନିକଟରେ ଶ୍ରଦ୍ଧାଞ୍ଜଳି |

Love with Khabar Satyabadi

ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା ନିୟୁଜ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ର ଦିବଂଗତ ପୁର୍ବତନ ଶିକ୍ଷକ ସ୍ଵର୍ଗତ ଚନ୍ଦ୍ରଶେଖର ପାଣିଙ୍କୁ ବିଦ୍ୟାଳୟ ର ପୁରାତନ ଛାତ୍ର, ଶିକ୍ଷକ ଗୁରୁବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ଵାର ସମ୍ମୁଖ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଓ ସ୍ବର୍ଗତ ଶିକ୍ଷକ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ, ପ୍ରଦିପ ପ୍ରଜ୍ବଳନ ପୂର୍ବକ ଶ୍ରଦ୍ଧା ନିବେଦନ କରିଥିଲେ। ଦୁଇ ମିନିଟ ନିରବ ପ୍ରାର୍ଥନା ପରେ ସ୍ମୃତି ଚାରଣ କରି ସ୍ବର୍ଗତ ଶିକ୍ଷକ ଙ୍କ ଛାତ୍ର ବତ୍ସଳ ଗୁଣ, ଉତ୍ତମ ଶିକ୍ଷାଦାନ, ଇଙ୍ଗ୍ରାଜୀ ଭାଷା ଶିକ୍ଷାରେ ପାରଦର୍ଶିତା ଓ ବିଦ୍ୟାଳୟ ର ପ୍ରତିଟି କାର୍ଯ୍ୟରେ ସହଯୋଗ ଅବିସ୍ମରଣୀୟ ବୋଲି ଆଲୋଚନା କରାଯାଇଥିଲା। କବି ରଞ୍ଜନ ମିଶ୍ର, ଶିକ୍ଷକ ବସନ୍ତ କୁମାର ସ୍ବାଇଁ, ଶିବ ପ୍ରସାଦ ପାଣି, ପୁରାତନ ଛାତ୍ର ତଥା ଆଲୁମୁନି ସଭାପତି କିଶୋର ମହାପାତ୍ର, ପ୍ରଣବ ମିଶ୍ର, ବ୍ରହ୍ମାନନ୍ଦ ମହାରଣା, ଅଶ୍ବିନୀ ନନ୍ଦ, ପ୍ରଫୁଲ୍ଲ ବେହେରା, ମହମ୍ମଦ ଇସାକ୍, ଗଦାଧର ମହାପାତ୍ର, ଲକ୍ଷ୍ମଣ ବେହେରା, ଅଶୋକ ବେହେରା, ବସନ୍ତ ଦାଶ, ପ୍ରଭାକର ଶତପଥି ପ୍ରମୁଖ ଯୋଗଦେଇ ଥିଲେ।

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS..