ପୁରୀ :ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ନିୟୁଜ ଓଡିଶା |ସତ୍ୟବାଦୀ ର ପୁରାତନ ମେଳଣ ଶୁକଳ ମେଳଣ |ଯେଉଁ ମେଳଣ ପଡିଆ ରେ ଇଂରେଜ ମାନଙ୍କ ସହିତ ମହାନ ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁ ଙ୍କ ସହିତ ଅନେକ ପାଇକ ବୀର ସହିଦ ହୋଇଥିଲେ ପ୍ରାୟତଃ ୨୫୦ ବର୍ଷ ତଳର ରାଜା ଚୋଡ଼ଗଙ୍ଗ ଦେବ ଓ ମହାରାଣୀ ଏହି ଠାରେ ବିଶ୍ରାମ ନେଇଥିଲେ |ଆଉ ସେହି ସମୟ ର ପ୍ରସିଦ୍ଧ ଠାକୁର ପ୍ରଭୁ ତୃତୀୟା ଦେବ ଓ ନୀଳକଣ୍ଠ ଙ୍କୁ ନେଇ ହରି ହର ଭେଟର ଅପୂର୍ବ ମିଳନ ଗାଥା ଗାଉଥିବା ଏହି ପବିତ୍ର ମାଟିରେ ମେଳଣ ପଡିଆ ରେ ପହଞ୍ଚି ଅଂଚଳର ଲୋକ ମାନଙ୍କ ସହିତ ପ୍ରଭୁ ଙ୍କୁ ଦର୍ଶନ କରି ଆଶ୍ରିବାଦ ନେଇଛନ୍ତି ଯୁବ ନେତା ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର |ତାଙ୍କ ସାଙ୍ଗରେ ରହିଥିଲେ ସାଂସଦ ଙ୍କ ପ୍ରତିନିଧି ତ୍ରିଲୋଚନ ରଥ, ଯୁବନେତା ପ୍ରଦ୍ୟୁମ୍ନ ଶତପଥୀ, ପୂର୍ବତନ ମଣ୍ଡଳ ସଭାପତି ଉମେଶ ପ୍ରଧାନ, ସଂଜୀବ ବଳିୟାର ସିଂ,ଶୁକଳ ର ପୂର୍ବତନ ସରପଞ୍ଚ ଶ୍ରୀଧର ବିଶ୍ଵାଳ, ସୁରେନ୍ଦ୍ର ପ୍ରଧାନ, ଶୁକଳ ସରପଞ୍ଚ ଙ୍କ ସହିତ କମିଟି ମେମ୍ବର, ସମସ୍ତଙ୍କ ସହିତ ଯାଇ ଠାକୁର ଙ୍କୁ ଦର୍ଶନ କରିବା ସହିତ ପଞ୍ଚାୟତ ଗୃହ ମଧ୍ୟରେ ଲୋକ ମାନଙ୍କ ସମସ୍ୟା ସମ୍ବଧରେ ଆଲୋଚନା କରିଥିଲେ |ଆଖ ପାଖରୁ ପ୍ରାୟ ୮୦ ଟି ଦୋଳ ରେ ଠାକୁର ମେଳଣ ପଡିଆ ମଧ୍ୟ କୁ ଆସି ଥାଆନ୍ତି |ରାତି ତମାମ ଗହଳି ଚହଳି ସହିତ ଯାତ୍ରା ଦେଖିବାକୁ ଭିଡ଼ ଲାଗିଥାଏ |
ରିପୋର୍ଟ -Amar Satapathy.. Editor..

More Stories
ସତ୍ୟବାଦୀ ଆଳିସ ଗ୍ରାମରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ |
ରତିକାନ୍ତ ମହାପାତ୍ରଙ୍କ ମାର୍ଗଦର୍ଶନରେ ୩-ଦିନିଆ ଓଡିଶୀ କର୍ମଶାଳା ଆରମ୍ଭ|
ସାଧାରଣ ଜନତା ଙ୍କୁ ବଡ଼ ଆଶ୍ବସ୍ତି ଶସ୍ତା ହେବ କ୍ୟାନ୍ସର ଓ ମଧୁମେହ ରୋଗର ଔଷଧ |