ଟ୍ରାକ୍ଟର କୁ ଧକ୍କା ଦେଲା ଟ୍ରେନ |

Love with Khabar Satyabadi

ସାକ୍ଷୀଗୋପାଳ ଖବର ସତ୍ୟବାଦୀ ଓଡିଶା NEWS ତା- ୨୮-୦୭-୨୫ରିଖ ଗତକାଲି ସତ୍ୟବାଦୀ ଥାନା ଅନ୍ତର୍ଗତ ବୀର ରାମଚନ୍ଦ୍ର ପୁର ପଞ୍ଚାୟତର ମାଦେଳା ଗହୀର ନିକଟରେ ବୁଧଙ୍ଗ କେନାଲ ଉପରେ ନିର୍ମିତ ରେଳବାଇ ପୋଲ ଉପରେ ଏକ ଦୁର୍ଘଟଣା ଘଟିଅଛି l ରେଳ ଧକ୍କାରେ ଏକ ଟ୍ରାକ୍ଟର ଚୁରମାର ହୋଇଯାଇଛି l ସାକ୍ଷୀଗୋପାଳ ରେଳ ଷ୍ଟେସନ ଓ ବୀର ପୁରୁଷୋତ୍ତମପୁର ରେଳ ଷ୍ଟେସନ ମଧ୍ୟବର୍ତ୍ତି ଅଞ୍ଚଳରେ ଅବସ୍ଥିତ ଏହି ମାଦେଳା ପୋଲ ନିକଟରେ ଏକ ଟ୍ରାକ୍ଟର ରେଳ ଧାରଣା ପାର ହେବା ସମୟରେ ରେଳ ଧାରଣା ପାର୍ଶ୍ୱରେ ପାଇପ ଲାଇନ ପକାଇବା ନିମନ୍ତେ ଖୋଳା ଯାଇଥିବା ଗାତରେ ଟ୍ରାକ୍ଟରଟି ଅଟକି ରହିଥିଲା l ଅପରାହ୍ନ 3 ଟା 16 ମିନିଟରେ ପୁରୀରୁ ଆସୁଥିବା ପୁରୀ ବୈଦ୍ୟନାଥ ଧାମ ଏକପ୍ରେସ ଟ୍ରେନ ରେଳ ଧାରଣା ଉପରେ ଅଟକି ରହିଥିବା ଟ୍ରାକ୍ଟରକୁ ଧକ୍କା ଦେଇଥିଲା l ଟ୍ରାକ୍ଟରଟିର ଆଗଚକା ଦ୍ବୟ ଓ ଟ୍ରାକ୍ଟର ଇଞ୍ଜିନ ପ୍ରାୟ 200 ମିଟର ଦୂରରେ ପଡିଥିଲା l ରେଳ ଡ୍ରାଇଭର ରେଳ ଧାରଣା ଉପରେ ଟ୍ରାକ୍ଟରଟିକୁ ଦେଖିକରି ରେଳର ଗତି କମାଇ ଦେଇଥିଲେ l ରେଳ ଡ୍ରାଇଭରଙ୍କର ଏହି ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ଧରଣର ରେଳ ଦୁର୍ଘଟଣାରୁ ରେଳ ଓ ରେଳ ଯାତ୍ରୀମାନେ ବର୍ତ୍ତି ଯାଇଥିଲା l ଖବର ପାଇ ରେଳବାଇ ଥାନା,ପୁରୀ ଆଇ ଆଇ ସି ହରିଦର୍ଶନ ଶର୍ମା, ଏସ ଆଇ ସ୍ମୃତିରେଖା ଦତ୍ତ, ଆସିଷ୍ଟାଣ୍ଟ ସିକ୍ୟୁରିଟି ଅଫିସର, ଖୋର୍ଦ୍ଧା ପ୍ରେମଦୀପ ସଞ୍ଜୟ ଓ ଜିଆରପି ଥାନା ଆଇ ଆଇ ସି ସନ୍ତୋଷ କୁମାର ବାହିନୀପତିଙ୍କ ସମେତ ବିଭାଗୀୟ ଅନ୍ୟ ଅଧିକାରୀ ମାନେ ଦୁର୍ଘଟଣା ଘଟଣା ସ୍ଥଳ ପରିଦର୍ଶନ କରିଥିଲେ l ଦୁର୍ଘଟଣା ସମ୍ପର୍କରେ ଉପସ୍ଥିତ ସ୍ଥାନୀୟ ଜନସାଧାରଣଙ୍କୁ ପଚରା ଉଚରା କରିଥିଲେ l ଏକ ଜେସିବି ସାହାଯ୍ୟରେ ଦୁର୍ଘଟଣା ସ୍ଥଳରୁ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରଟିକୁ ସ୍ଥାନାନ୍ତର କରିଥିଲେ l ଏହି ଦୁର୍ଘଟଣା ରେ ପୁରୀ ହରିଦ୍ୱାର ଏକ୍ସପ୍ରେସ ଟ୍ରେନ ମଧ୍ୟ କ୍ଷତିଗ୍ରସ୍ତ ହୋଇଅଛି ବୋଲି ରେଳବାଇ ଥାନା, ପୁରୀ ଆଇ ଆଇ ସି ହରିଦର୍ଶନ ଶର୍ମା ପ୍ରକାଶ କରିଥିଲେ ଳ

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS