ସତ୍ୟବାଦୀ ରେ କାର୍ଗିଲ ବିଜୟ ଦିବସ ପାଳିତ |

Love with Khabar Satyabadi

ସାକ୍ଷୀଗୋପାଳ ,୨୬/୭(ଭରତ ରାଉତ) : ସତ୍ୟବାଦୀ ଅନ୍ତର୍ଗତ ପୁରୁଣା ବୁଢ଼ାକେରା ଗ୍ରାମରେ ଟ୍ୟାଲେଣ୍ଟ ସର୍ଚ୍ଚ ଅର୍ଗାନାଇଜେସନ ଓ ଗ୍ରାମ ବିକାଶ ସମିତିର ମିଳିତ ଆନୁକୂଲ୍ୟରେ

୨୬ ତମ କାର୍ଗିଲ ବିଜୟ ଦିବସ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ଅବସରରେ କାର୍ଗିଲ ଯୁଦ୍ଧରେ ଶହୀଦ ସୈନିକମାନଙ୍କ ଉଦ୍ଦେଶ୍ୟରେ ଦୀପ ପ୍ରଜ୍ବଳନ କରି ଦିବଂଗତ ଆତ୍ମାମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ୧୯୯୯ ରେ ପାକିସ୍ତାନ ସହ ଘଟିଥିବା ଏହି ଯୁଦ୍ଧ ସମୟରେ ଭାରତୀୟ ସେନା ବାହିନୀର ଅଦ୍ଭୁତ ଶୌର୍ଯ୍ୟ, ସାହସ ଓ ପରାକ୍ରମର ସ୍ମୃତି ଚାରଣ ସହ ଅନ୍ତରାଷ୍ଟ୍ରୀୟ ସ୍ତରରେ ସ୍ୱର୍ଗୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ଵର ସ୍ମରଣ କରାଯାଇଥିଲା। ଏହି ବିଜୟ ଉତ୍ସବ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମରେ ଭାରତୀୟ ସେନା ଅଧିକାରୀ ଦୁର୍ଯୋଧନ ପ୍ରଧାନ ଯୋଗ ଦେଇ  ଭାରତର ତତ୍କାଳୀନ ବ୍ୟବସ୍ଥା ଏବଂ ବର୍ତ୍ତମାନର ଅବସ୍ଥା ଉପରେ ଆଲୋକପାତ କରିଥିଲେ । ଭାରତ ସେତେବେଳେ ବୈଷୟିକ ଜ୍ଞାନ କୌଶଳରେ ସେତେ ଉନ୍ନତ ଅବସ୍ଥାରେ ନ ଥିଲେ ମଧ୍ୟ ସୈନିକମାନେ ଯେଉଁ ଅସୀମ ପରାକ୍ରମର ପରାକାଷ୍ଠା ପ୍ରଦର୍ଶନ କରି ଯାଇଛନ୍ତି ତାହା ଅତୁଳନୀୟ । ଯୋଗାଯୋଗ ବ୍ୟବସ୍ଥା ସେତେ ସୁଦୃଢ଼ ନଥିଲେ ବି ସୈନିକମାନେ ରାତିଦିନ କଠୋର ପରିଶ୍ରମ କରି ମୁସକୋହ, ଦ୍ରାସ୍, ବଟାଲିକ୍, ଟାଇଗର ହିଲ୍ ଆଦି ଅଞ୍ଚଳରେ ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରି ପ୍ରତ୍ୟେକ ଭାରତୀୟଙ୍କ ମଥାକୁ ଯେଭଳି ଉଚ୍ଚ କରି ଦେଇଥିଲେ ତାହା ସ୍ମରଣୀୟ । ୨୬ ବର୍ଷ ପରେ ଆଜି ଦିନରେ ଭାରତ ସବୁ ଦୃଷ୍ଟିରେ ପାକିସ୍ତାନଠାରୁ ଅନେକ ଆଗରେ। ଭାରତ ଏକ ଅନ୍ତରାଷ୍ଟ୍ରୀୟ ମହାଶକ୍ତି ରୂପେ ପରିଗଣିତ ହେଉଥିଲା ବେଳେ ଆର୍ଥିକ ଦୃଷ୍ଟିରୁ ପୃଥିବୀର ପଞ୍ଚମ ମହାଶକ୍ତି । ଅନ୍ୟ ପକ୍ଷରେ ପାକିସ୍ତାନ ଏକ ଆତଙ୍କବାଦୀ ରାଷ୍ଟ୍ର ରୂପେ ପରିଗଣିତ ଗୋଟିଏ ବିଶୃଙ୍ଖଳିତ ଓ ବିଫଳ ଦେଶ ଭାବରେ ଅପଦସ୍ତ । କିନ୍ତୁ ଏଠାରେ ଆମକୁ ମନେ ରଖିବାକୁ ହେବ ଯେମିତି ଏକ ବ୍ରାଉନ ସୁଗାର୍ ନିଶାସକ୍ତ ଉତ୍ସୃଙ୍ଖଳ ଯୁବକ ହାତରେ କୌଣସି ମାରଣାସ୍ତ୍ର ରହିଲେ ତାହା ଅତ୍ୟନ୍ତ ମାରାତ୍ମକ ସେହିପରି ପାକିସ୍ତାନ ଆଜିବି ଏକ ପରମାଣୁ ଶକ୍ତି ସମ୍ପର୍ନ୍ନ ପାଗଳ ରାଷ୍ଟ୍। ଏଣୁ ବିଷାକ୍ତ ସାପର ବିଷ ଦାନ୍ତ ଝାଡ଼ିଲା ପରି ପାକିସ୍ତାନକୁ ଶକ୍ତି ବିହୀନ କରିବା ଅତ୍ୟନ୍ତ ଆବଶ୍ୟକ। ଅନ୍ୟମାନଙ୍କ ମଧ୍ୟରେ ସାମାଜିକ କର୍ମୀ ପବିତ୍ର କୁମାର ପରିଡା , ବସନ୍ତ କୁମାର ମହାପାତ୍ର ସମେତ ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗରେ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଗ୍ରାମ ପରିଭ୍ରମଣ କରିଥିଲ।

ଅଧିକ ପଢନ୍ତୁ ଖବର ସତ୍ୟବାଦୀ… NEWS