ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS |:
ବିଶ୍ବ ସଂସ୍କୃତ ଦିବସ ପାଳିତ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ରେ ଶୁକ୍ରବାର ବିଶ୍ବ ସଂସ୍କୃତ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥି ମାନେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବିଦ୍ୟାଦାତା ଶ୍ରୀଗଣେଶଙ୍କ ଫଟୋଚିତ୍ରରେ ଫୁଲ, ଚନ୍ଦନ, ସିନ୍ଦୁର ଧୂପ ଦୀପ ଦେଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅମିତା ସେନାପତି ମୁଖ୍ୟଅତିଥି ଭାବେ ଯୋଗଦେଇ ସମସ୍ତ ଭାଷାର ଜନନୀ ହେଉଛି ସଂସ୍କୃତ ଭାଷା ବୋଲି କହିଥିଲେ।ବୈଦିକ ଯୁଗଠାରୁ ଆରମ୍ଭକରି ଆଜିର ଅତ୍ୟାଧୁନିକ ଯୁଗରେ ସଂସ୍କୃତ ଭାଷା ଗୁରୁତ୍ୱ
ରହିବ ବୋଲି ସେ ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ମଠସାହି ଉଚ୍ଚ ବିଦ୍ୟାଳୟ ସଂସ୍କୃତ ଶିକ୍ଷକ ଯୁଧିଷ୍ଠିର ପ୍ରଧାନ ଯୋଗଦେଇ ସଂସ୍କୃତ ହେଉଛି ଦେବଭାଷା, ଆଗ କାଳରେ ସଂସ୍କୃତ ହିଁ ଗୋଟିଏ ଭାଷା ପ୍ରଚଳିତ ରହିଥିଲା ବୋଲି ସେ ଅଭିଭାଷଣରେ କହିଥିଲେ। ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚକ୍ରଧର ମହାରଣା ଯୋଗଦେଇଥିଲେ।
ସଂସ୍କୃତ ଶିକ୍ଷୟତ୍ରୀ କ୍ରିଷ୍ଣା ପ୍ରିୟା ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଶିକ୍ଷୟତ୍ରୀ ନିହାରିକା ସେନାପତି।ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ସହଯୋଗ କରିଥିଲେ |ଏହି ଅବସରରେ ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ |
ଅଧିକ ପଢନ୍ତୁ ଆମ ଖାବର….

More Stories
ତୁଟିଲା ବିବାଦ ଶାନ୍ତି କମିଟି ରେ ସମାଧାନ |
ସତ୍ୟବାଦୀ ମହୋତ୍ସବ ର ଦ୍ୱତୀୟ ସନ୍ଧ୍ୟା ରେ ଝୁମିଲେ ଦର୍ଶକ |
ସତ୍ୟବାଦୀ ମହୋତ୍ସବ ପାଇଁ ଜିଲ୍ଲା ସ୍ଥରୀୟ ବୈଠକ |