ଗରମଶିରା କଡ଼େଇ ରେ ପଡି ଜଣେ ପୂଜକ ଶୁକ୍ରବାର ଗୁରୁତର ହୋଇଛନ୍ତି| ଖବର ସତ୍ୟବାଦୀ ଓଡିଶା NEWS ସେ ହେଲେ ସଞ୍ଜୟ କୁମାର ପାଢ଼ୀ (୩୩)। ତାଙ୍କ ଘର ସତ୍ୟବାଦୀ ଥାନା ର ଶ୍ରୀରାମଚନ୍ଦ୍ରପୁର ବଣିଆ ସାହିରେ। ଅପରାହ୍ନରେ ସେ ସାରୁଗଡିଆଛକରେ ଏକ ମିଠା ଦୋକାନରେ ଠାକୁର ପୂଜାକରି ଧୂପଦେବା ସମୟରେ ଆକଷ୍ମିକ ଭାବେ ନିକଟରେ ରହିଥିବା ଗରମଶିରା କଡ଼େଇ ରେ ପଡି ଯାଇଥିଲେ। ତାଙ୍କ ଶରୀରର ଅର୍ଦ୍ଧାଧିକ ଅଂଶ ଶିଝି ଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। କଦଳୀ ପତ୍ରରେ କ୍ଷତ ସ୍ଥାନକୁ ଘୋଡାଇ ରାଖାଯିବା ସହିତ ମଲମ ଲଗାଇ ଦିଆଯାଇଥିବା ଦେଖିବାକୁ ମିଳିଥିଲା। ପରେପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।ପ୍ରତିଦିନ ପରି ସାକ୍ଷୀଗୋପାଳ ବଜାର ଅଞ୍ଚଳରେ ଦୋକାନ କୁ ଦୋକାନ ବୁଲି ଠାକୁରଙ୍କ ପୂଜା ଓ ଧୂପ ଦେଉଥିବା ଏହି ପୂଜକ ଜଣଙ୍କ ଆଜି ଅଘଟଣ ର ସମ୍ମୁଖିନ ହୋଇଥିଲେ।
ଅଧିକ ପଢନ୍ତୁ ଆମ ଖବର…..
ମୁଖ୍ୟ ସମ୍ପାଦକ :ଅମର ଶତପଥୀ |

More Stories
ସତ୍ୟବାଦୀ ଆଳିସ ଗ୍ରାମରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ |
ରତିକାନ୍ତ ମହାପାତ୍ରଙ୍କ ମାର୍ଗଦର୍ଶନରେ ୩-ଦିନିଆ ଓଡିଶୀ କର୍ମଶାଳା ଆରମ୍ଭ|
ସାଧାରଣ ଜନତା ଙ୍କୁ ବଡ଼ ଆଶ୍ବସ୍ତି ଶସ୍ତା ହେବ କ୍ୟାନ୍ସର ଓ ମଧୁମେହ ରୋଗର ଔଷଧ |