ଛାତ୍ର ଛାତ୍ରୀ ଙ୍କ ପାଇଁ ଆଦର୍ଶ ଥିଲେ ଭୋଳାନାଥ ସାର୍

Love with Khabar Satyabadi

ଖବର ସତ୍ୟବାଦୀ ଓଡିଶା NEWS..ଗତ ତା ୨୬/୮/୨୦୨୫ ରିଖ ମଙ୍ଗଳବାର ଭାଦ୍ରବ ଶୁକ୍ଳ ତୃତୀୟା ତିଥି ଥିଲା ସ୍ୱର୍ଗତଃ ଭୋଳାନାଥ ପତିଙ୍କ ୫୦ ତମ ବାର୍ଷିକ ଶ୍ରାଦ୍ଧ ଦିବସ। ଏହି ଅବସରରେ ବୀରରାମଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରାକ୍ତନ ଛାତ୍ର ପରିଷଦ ଦ୍ବାରା ଆୟୋଜିତ ହୋଇଥିଲା ଶ୍ରାଦ୍ଧୋତ୍ସବ ତଥା ସ୍ମୃତିସଭା ।ପ୍ରାକ୍ତନ ଛାତ୍ର ପରିଷଦର ପୂଜ୍ୟପୂଜାନୁରାଗୀ ଛାତ୍ରଛାତ୍ରୀଙ୍କ ସହିତ ଉପସ୍ଥିତ ଥିଲେ ସ୍ୱର୍ଗତଃ ଭୋଳାନାଥ ପତିଙ୍କ ପରିବାରବର୍ଗ ଓ ବିଦ୍ୟାଳୟର ଶିକ୍ଷୟତ୍ରୀଙ୍କ ସହ ଛାତ୍ରଛାତ୍ରୀବୃନ୍ଦ। କାର୍ଯ୍ଯକ୍ରମ ଆରମ୍ଭରେ ବିଦ୍ୟାଳୟ ପରିସରରେ ପ୍ରତିଷ୍ଠିତ ପ୍ରତିମୂର୍ତ୍ତିରେ ନବ ଉତ୍ତରୀୟ ସହିତ ପୁଷ୍ପମାଲ୍ଯ, ଚନ୍ଦନସିନ୍ଦୂର ଓ ଧୂପଦୀପ ଅର୍ପଣ କରିଥିଲେ ବରିଷ୍ଠ ପ୍ରାକ୍ତନ ଛାତ୍ର ପ୍ରଫେସର ବୃନ୍ଦାବନ ଚନ୍ଦ୍ର ରଥ ଓ ଛାତ୍ର ପରିଷଦର ସଭାପତି ଶ୍ରୀଯୁକ୍ତ ବ୍ରଜକିଶୋର ମହାପାତ୍ର।ପରେ ପରେ ସଭାଗୃହରେ ଆରମ୍ଭ ହୋଇଥିଲା ଅମରାତ୍ମାଙ୍କ ଉଦ୍ଦେଶ୍ଯରେ ନୀରବ ପ୍ରାର୍ଥନା ଓ ସ୍ମୃତି ସଭା। ପ୍ରାକ୍ତନ ଛାତ୍ର ପରିଷଦର ସଭାପତି ଶ୍ରୀଯୁକ୍ତ ବ୍ରଜକିଶୋର ମହାପାତ୍ର ଙ୍କ ଦ୍ଵାରା ସ୍ବର୍ଗତଃ ଭୋଳାନାଥ ପତିଙ୍କ ଧର୍ମପତ୍ନୀ ଗୁରୁମା ରମା ସୁନ୍ଦରୀ ପତିଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇ ଥିଲା।ସ୍ମୃତିଚାରଣ ପ୍ରାରମ୍ଭରେ ପ୍ରାକ୍ତନ ଛାତ୍ର ସୂର୍ଯ୍ୟନାରାୟଣ ଦାଶ ବଡ଼ସାରଙ୍କ ଛାତ୍ରବତ୍ସଳତା ଓ ମାର୍ଗଦର୍ଶନ ସଂପର୍କରେ ଏକ କ୍ଷୁଦ୍ର ବକ୍ତବ୍ଯ ପ୍ରଦାନ କରି ସମସ୍ତଙ୍କୁ ଭାବବିହ୍ବଳ କରି ଦେଇଥିଲେ।ପିଲାମାନଙ୍କୁ ଆକଟ ଓ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କିପରି କରାଯାଏ, ସେ କଳା ବଡ଼ସାରଙ୍କ ଠାରୁ ଶିଖିବାର କଥା ବୋଲି ପ୍ରାକ୍ତନ ଛାତ୍ର କ୍ଷେତ୍ରମୋହନ ମିଶ୍ର ସ୍ମୃତିଚାରଣ କରିଥିଲେ।ସ୍ମୃତିସଭାରେ ମୁଖ୍ଯବକ୍ତା ଥିଲେ ପ୍ରଫେସର ବୃନ୍ଦାବନ ଚନ୍ଦ୍ର ରଥ। ବଡ଼ସାରଙ୍କ ଚିନ୍ତାଧାରା ଓ ଦୂରଦୃଷ୍ଟି ସହିତ ତାଙ୍କର ଶୃଙ୍ଖଳିତ କାର୍ଯ୍ୟପନ୍ଥା ବିଷୟରେ ଆଲୋକପାତ କରିବା ସହିତ ସେ ତାଙ୍କ ପ୍ରାଥମିକ ଛାତ୍ର ଜୀବନର ଅନୁଭୂତି ବାଣ୍ଟିଥିଲେ। ବଡ଼ସାରଙ୍କ ଶୃଙ୍ଖଳା ଓ ଶିକ୍ଷାଦାନର ମହତ୍ତ୍ବ କଥା ବୁଝାଇବା ବେଳେ ତାଙ୍କ ଜୀବନଦର୍ଶନର ତତ୍ତ୍ବ ସମସ୍ତଙ୍କୁ ବେଶ୍ ପ୍ରଭାବିତ କରିଥିଲା।ସ୍ମୃତିଚାରଣ ଅବସରରେ ଅନେକଙ୍କ ମଧ୍ଯରେ ପ୍ରାକ୍ତନ ଛାତ୍ର ତଥା ଯୁବ ଶିକ୍ଷକ ପ୍ରକାଶ ତ୍ରିପାଠୀଙ୍କ ପୂଜ୍ଯପୂଜାର ମହତ୍ତ୍ବ ଓ ଆବଶ୍ୟକତା ସଂପର୍କରେ ବକ୍ତବ୍ଯ ସମସ୍ତଙ୍କର ହୃଦୟକୁ ଛୁଇଁଥିଲା।ସ୍ମୃତିଚାରଣ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣର ବ୍ୟବସ୍ଥା କରିଥିଲେ ସ୍ୱର୍ଗତଃ ଭୋଳାନାଥ ପତିଙ୍କ କନ୍ୟା ତଥା ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ସଂଯୁକ୍ତା ପତି।ଏ ପୂଜ୍ଯପୂଜା ଓ ଶ୍ରାଦ୍ଧୋତ୍ସବ କେବଳ ବଡ଼ସାରଙ୍କ ପାଇଁ ସୀମିତ ନ ରଖି ଆମ ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ନିଜ ସମୟ ଉତ୍ସର୍ଗ କରିଥିବା ଆମ ଗାଁର ଅନ୍ୟ ଗୁଣୀ ଜ୍ଞାନୀ ଛାତ୍ରବତ୍ସଳ ଶିକ୍ଷକଶିକ୍ଷିକାମାନଙ୍କ ସ୍ମୃତିରେ ଅନୁରୂପ ସଭା ଆୟୋଜନ କରିବା ପାଇଁ ଅନୁରୋଧ କରିଥିଲେ ପ୍ରାକ୍ତନ ଛାତ୍ର ପରିଷଦର ସଂପାଦକ ସବୁଜ ମିଶ୍ର। ଏହି ସ୍ମୃତିସଭା ଆୟୋଜନ ପାଇଁ ପ୍ରାକ୍ତନ ଛାତ୍ରଗଣ ଯଥା ହେମନ୍ତ ଦାଶ, ଦୁର୍ଗାପ୍ରସାଦ ମିଶ୍ର, ବିରଞ୍ଚି ପାଣି, ଭାସ୍କର ମହାପାତ୍ର, ଭାଗ୍ୟଧର ମହାପାତ୍ର, ପ୍ରଦୀପ୍ତ ମିଶ୍ର, ରଜନୀକାନ୍ତ ମିଶ୍ର, ସଂଜୀବ ଶତପଥୀ, ଦେବାଶିଷ ପତି ଓ ଅନେକଙ୍କ ପ୍ରଚେଷ୍ଟା ଉପସ୍ଥିତି ତଥା ସହଯୋଗକୁ ଅଣଦଖା କରାଯାଇ ନ ପାରେ।ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିବା ସହିତ ସ୍ମୃତିସଭା ପରିଚାଳନାରେ ଥିଲେ ସଂଗ୍ରାମ ମିଶ୍ର। ସ୍ମୃତିସଭା ଶେଷରେ ପ୍ରାୟ ୭୦-୭୫ ଜଣଙ୍କ ପାଇଁ ଜଳଯୋଗର ବ୍ୟବସ୍ଥା କରାଯାଇ ଥିଲା।
ସମସ୍ତ କାର୍ଯ୍ୟକ୍ରମ ସୂଚାର ରୂପେ ସଂପାଦନ ହେବା ପରେ ସ୍ବର୍ଗତଃ ଭୋଳାନାଥ ପତିଙ୍କୁ ଭକ୍ତିପୂତ ପ୍ରଣାମ ଜଣେଇ ତାଙ୍କ ପରିବାରବର୍ଗ, ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ପ୍ରାକ୍ତନ ଛାତ୍ରଛାତ୍ରୀବୃନ୍ଦ ବିଦ୍ୟାଳୟ ପରିସରରୁ ବିଦାୟ ନେଇଥିଲେ|

ସଂଗ୍ରାମ ମିଶ୍ର ଙ୍କ ରିପୋର୍ଟ ଖବର ସତ୍ୟବାଦୀ..

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS…