ସାକ୍ଷୀଗୋପାଳ ର ବିଭିର୍ଣ୍ଣ ସ୍ଥାନରେ ଗଣେଶ ପୂଜା |

Love with Khabar Satyabadi

ସାକ୍ଷୀଗୋପାଳ:ଖବର ସତ୍ୟବାଦୀ ଓଡିଶା NEWS :ରେ ବିଭିନ୍ନ ସ୍ଥାନରେ ପୂଜାପାଇଛନ୍ତି ଗଜାନନ । ସତ୍ୟବାଦୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅମିତା ସେନାପତି କର୍ତ୍ତା ଭାବେ ପୂଜା ସମାପନ୍ନ କରିଥିଲେ । ସେହିପରି ବାଳିକା ବିଦ୍ୟାଳୟ, ଓଡିଆ ବିଶ୍ବବିଦ୍ୟାଳୟ ସହିତ ବିଭିନ୍ନ ବିଦ୍ୟାଳୟ, କଲେଜ,ବେସରକାରୀ ଶିକ୍ଷାଅନୁଷ୍ଠାନ, ବାସୁକେରା ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, କ୍ଳବ, ଛକ, ବ୍ୟବସାୟୀ ସଂଘ, ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟ, ମାକ୍ଷେତ୍ରପାଳି ଗୋଟିପୁଅ ନୃତ୍ଯୁ ପରିଷଦ, ମାକ୍ଷେତ୍ରପାଳି ମୃଦଙ୍ଗ ବାଦ୍ୟ ନୃତ୍ଯୁ ପରିଷଦ, ବରାଳ ବାଲୁଙ୍କେଶ୍ବର ଗଣେଶ ପୂଜା କମିଟି, ସାକ୍ଷୀଗୋପାଳ ଗଣେଶ ମଣ୍ଡପ, ବଡ ବଜାର, ସିଂହଦ୍ଵାର, ସାକ୍ଷୀଗୋପାଳ ମନ୍ଦିର ପରିସରରେ ଥ‌ିବା ଗଣେଶ ମନ୍ଦିର ସହିତ ବିଭିନ୍ନ ସାହି ମାନଙ୍କରେ ଯୁବକ ସଂଘ ମାନେ ଗଜାନନଙ୍କୁ ପୂଜା କରିଛନ୍ତି । ସକାଳୁ ସକାଳୁ ପିଲାମାନେ ନୂତନ ବସ୍ର ପରିଧାନ କରି ହାତରେ ଫୁଲ, ନଡିଆ, ରାଶିଲଡୁ, ଫଳମୂଳ ଧରି ପୂଜା ସ୍ଥଳରେ ପହଞ୍ଚିବା ସହିତ ପୁଷ୍ପାଞ୍ଜଳି ଦେଇଥିଲେ । ଅନେକ ବିଦ୍ୟାଳୟରେ ଭୋଜିଭାତର ଆୟୋଜନ କରାଯାଇଥିଲା । ସେହିପରି ବଡବଜାର ର ପେଟା ଗଣେଶ, ଗେଟବଜାର, ମାଛ ବଜାର ଆଦି ସ୍ଥାନ ମାନଙ୍କରେ ଅପରାହ୍ନରେ ଗଜାନନଙ୍କର ପୂଜା ଅନୁଷ୍ଠିତ ହୋଇଥିଲା । ସେହିପରି ବିଭିନ୍ନ ଗଣେଶ ପୂଜା ମଣ୍ଡପରେ ରଙ୍ଗ ବେରଙ୍ଗର ଆଲୋକ ସଜା ସହିତ ବିଭିନ୍ନ ତୋରଣ କରାଯାଇଥିବାର ଦେଖାଯାଇଥିଲା ।

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS..