ସାକ୍ଷୀଗୋପାଳ ରେଳ ଓଭରବ୍ରିଜ ପାଇଁ ଜନଶୁଣାଣୀ ଶିବିର ଅନୁଷ୍ଠିତ |

Love with Khabar Satyabadi

ସାକ୍ଷୀଗୋପାଳ ୨୬ । ୧୨ ଖବର ସତ୍ୟବାଦୀ ଓଡିଶା NEWS ଶୁକ୍ରବାର ପୂର୍ବାହ୍ନ ୧୧ ରେ ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ପରିସରରେ ସାକ୍ଷୀଗୋପାଳ ଅଳଗୁମ ରାସ୍ତାରେ ପ୍ରସ୍ତାବିତ ରେଳ ଓଭର ବ୍ରିଜି ନିର୍ମାଣ ନିମନ୍ତେ ଭୂମି ଅଧିଗ୍ରହଣ , ପୁନର୍ବାସ ଓ ଥଇଥାନ ଯୋଜନାର ଚିଠା ପ୍ରସ୍ତାବ ଓ ଏହାର ପ୍ୟାକେଜ ଉପରେ ଏକ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେଅତିରିକ୍ତ ଜିଲ୍ଲାପାଳ ପୁରୀ ଶରତ ଚନ୍ଦ୍ର ମହାପାତ୍ର , ଉପଜିଲ୍ଲାପାଳ ପୁରୀ ରାଜକିଶୋର ଜେନା , ଭୂମି ଅଧିଗ୍ରହଣ ଅଧିକାରୀ ପ୍ରଶାନ୍ତ କୁମାର ଜେନା , ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ,  ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ପୁରୀ ସୋମ୍ୟରଂଜନ ଦ୍ବିବେଦୀ  , ଜିଲ୍ଲା ମଙ୍ଗଳ ଅଧିକାରୀ ମମତା ପରିଡା ପ୍ରମୁଖ ଅଧିକାରୀ ମାନେ ଯୋଗଦେଇଥିଲେ । ଜନ ଶୁଣାଣୀ ରେ ପ୍ରଥମେ ସାକ୍ଷୀଗୋପାଳ ବଜାର କମିଟି ସଭାପତି ବିରେନ୍ଦ୍ର ଭୂଷଣ ହୋତା ଲିଖିତ ଭାବେ ଉପସ୍ଥିତ  ଉପ ଜିଲ୍ଲାପାଳ ତଥା ପ୍ରଶାସକ ପୁନର୍ବାସ ଓ ଥଇଥାନ ଅଧିକାରୀଙ୍କୁ ସାକ୍ଷୀଗୋପାଳ ରେଳ ଓଭର ବ୍ରିଜି ନିର୍ମାଣ ଉଦ୍ଦେଶ୍ୟରେ  ସରକାରଙ୍କ ପ୍ରସ୍ତୁତ ଚିଠାରେ ଏଠାର ବେବସାୟୀ ସଂଘ ଅସନ୍ତୁଷ୍ଟ ଥିବା ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଅନୁଯାଇ ସରକାର ଙ୍କ ଦ୍ଵାରା  ସ୍ଥିରୀକୃତ ହୋଇଥିବା କ୍ଷତିପୂରଣ ରାଶିକୁ ୫ ଗୁଣ ବଢାଯାଉ । ତତ ସହିତ ପ୍ରଭାବିତ ବେବସାୟୀ ଓ ଭଡାଟିଆ ବେବସାୟୀ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଉଚ୍ଛେଦ ସମୟରେ ଥଇଥାନ ବେବସ୍ତା କିମ୍ବା ଅନ୍ୟତ୍ର ଘର କରିବା ପାଇଁ ଅନ୍ୟୁନ ତିନି ଲକ୍ଷ ଟଙ୍କାର ଅର୍ଥାତ ସହାୟତା ଦିଆଯିବା ସହ ଉଚ୍ଛେଦ ସମୟରେ ତାଙ୍କ ପରିବାର କିମ୍ବା ସନ୍ତାନ ଘରେ ଥୁବା ବୟସ୍କ ବେକ୍ତି , ପାଠ ପଢ଼ୁଥିବା ପିଲା , ଛୋଟ ଶିଶୁ , ଶଯ୍ୟାସାଇ ଅର୍ଥାତ ରୁଗ୍ଣ ବେକ୍ତିଙ୍କ ଭରଣ ପୋଷଣ ପାଇଁ ଉପଯୁକ୍ତ ସହାୟତା ପ୍ରଦାନ କରାଯାଉ । ଉଚ୍ଛେଦ ହେଉଥିବା ସ୍ଥାନ  ଠାରୁ ଦୂରରେ  ବେବସାୟ ଅନୁଷ୍ଠାନ ନିର୍ମାଣ ନକରି ଉଚ୍ଛେଦ ସ୍ଥାନର ପଛ ପାର୍ଷ କିମ୍ବା ନିକଟରେ ଥିବା ସରକାରୀ ଜମି ଚିହ୍ନଟ କରାଯାଇ ସେଠାରେ ପୁନର୍ବାସ ଓ ବେବସାୟ କରିବା ପାଇଁ ସୁଯୋଗ ଦିଆଯାଉ । ବେବସାୟ ଅନୁଷ୍ଠାନ ରେ ଥିବା କର୍ମଚାରୀ ଓ ସେମାନଙ୍କ ପରିବାରକୁ ଉପଯୁକ୍ତ ଥଇଥାନ ସହ ସଠିକି କ୍ଷତିପୂରଣ ଦିଆଯିବା ପାଇଁ ସଭାପତି ହୋତା ଅନୁରୋଧ କରିଥିଲେ ।ସେହିଭଳି ବେବସାୟୀ ବଉରିବନ୍ଧୁ ସ୍ୱାଇଁ  ପୂର୍ବରୁ କରାଯାଇଥିବା ମାପ ଉପରେ ସନ୍ତୁଷ୍ଟ ନଥିବା ସହ ସରକାରଙ୍କ ଦ୍ବାରା ଥଇଥାନ ପ୍ୟାକେଜକୁ  ୨୦ ଗୁଣ ବୃଦ୍ଧି ପାଇଁ ନିବେଦନ କରିଥିଲେ ।ବଜାର କମିଟି ସମ୍ପାଦକ ବିଷ୍ଣୁପ୍ରସାଦ ମିଶ୍ର , ଉପ ସଭାପତି ଶଙ୍କର୍ଷଣ ପ୍ରଧାନ ,  ବୁଦ୍ଧିଯିବି ପ୍ରହଲ୍ଲାଦ ଘଟୁଆରୀ ,  ବେବସାୟ ସୂର୍ଯ୍ୟପ୍ରସାଦ ରଥ , ଅମୀୟ କୁମାର ସ୍ୱାଇଁ , ରଶ୍ମିତା ଦାଶ , ପ୍ରତାପ ମହାଭୋଇ , ନିର୍ମଳ ଚନ୍ଦ୍ର ନନ୍ଦ , ବୀଣାପାଣି ଜେନା , ବିରଞ୍ଚି ନାରାୟଣ ଦାଶ , ମୋହନ ସାହୁ ,  ଉମାକାନ୍ତ ହୋତା , ପ୍ରମୁଖଙ୍କ ସହ ଅନ୍ୟ ମାନେ ଏହି ଅଭିଯୋଗ ଶୁଣାଣିରେ ସେମାନଙ୍କ ଅଭିଯୋଗ ସମ୍ପର୍କରେ  ମତାମତ ରଖିଥିଲେ । ବେବସାୟୀ ଙ୍କ ପକ୍ଷରୁ ପୁରୀ ମାଟିଆପଡା ରେଳ ଓଭର ବ୍ରିଜି ନିର୍ମାଣରେ ଦିଆଯାଉଥିବା ପୁନର୍ବାସ ଓ ଥଇଥାନ ଯୋଜନାକୁ ଏଠାରେ ଲାଗୁ କରିବାକୁ ଅନୁରୋଧ କରାଯାଇଥବା ନିଷ୍ପତ୍ତି ଉପରେ ବିଚାର ବିମର୍ଷ କରାଯିବା ସହ କିଛି ଅଭିଯୋଗ ଉପରେ  ସିଧାସଳଖ ଉତ୍ତର ତୁରନ୍ତ ସେହିଠାରେ ଦେଇଥିଲେ   ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର । ଉକ୍ତ ଜନ ଶୁଣାଣୀ ରେ  ଅନ୍ୟୁନ ଦୁଇସହ ରୁ ଉର୍ଦ୍ଧ୍ବ ବେବସାୟୀ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ପିପିଲି ଏସଡିପିଓ ଦେବାସିସି ମିଶ୍ର ଓ ସତ୍ୟବାଦୀ ଥାନା ଅଧିକାରୀ ପୋଲିସ ଫୋର୍ସ ସହ ଶୃଙ୍ଖଳା ରକ୍ଷା କରିବା ପାଇଁ ଉପସ୍ଥିତ ଥିଲେ ।