ବିଶ୍ୱାସ ନା ଅନ୍ଧ ବିଶ୍ୱାସ |ବୈଜ୍ଞାନିକ ଯୁଗରେ ଏଭଳି ଘଟଣା |

Love with Khabar Satyabadi

ସାକ୍ଷୀଗୋପାଳ :(ଖବର ସତ୍ୟବାଦୀ )ବିଶ୍ୱାସ, ଅବିଶ୍ୱାସ ନା କୌଣସି ବୈଜ୍ଞାନିକ କାରଣ -ବିଜ୍ଞାନ ଯୁଗରେ ଏଭଳି ଘଟଣା ଯାହାକୁ ନେଇ -ଆତଙ୍କିତ ଗ୍ରାମବାସୀ ହଠାତ ଲାଗୁଛି ନିଆଁ, ଘର ଦୁଆରେ ଜିନିଷ ପତ୍ର ରଖି ରାତି ସାରା ଜଗିବସୁଛନ୍ତି ଲୋକେ |ଚାରି ବର୍ଷ ପରେ ପୁଣି ଘଟୁଛି ଆଶ୍ଚର୍ଯ୍ୟ କର ଘଟଣା ;ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଏମିତି ଏକ ଘଟଣା ଯାହା ଏବେ ସତ୍ୟବାଦୀ ରେ ଚର୍ଚ୍ଚା ର ବିଷୟ -ଆମେ କହୁଚୁ ସତ୍ୟବାଦୀ ଅଳଗୁମ ନିକଟରେ ଥିବା ବାରବାଟି ଗ୍ରାମରେ ଘଟୁଥିବା ଏଭଳି ଘଟଣା ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି,ବିଜ୍ଞାନ ଯୁଗରେ ରହିଛି ବିଶ୍ୱାସ ଅବିଶ୍ୱାସ ର କଥା |ଭୟରେ ଆତଙ୍କିତ ସମସ୍ତ ଗ୍ରାମବାସୀ କେତେବେଳେ ଯେ କାହାଘରେ ନିଆଁ ଲାଗିବ ସମସ୍ତେ ଜଗି ରହିଛନ୍ତି, ଘରେ ଜଳୁନି ଚୁଲି, କିଏ କହୁଛି ଦେବକୁଟ ତ କିଏ କହୁଛି ଗୁଣି ଗାରେଡି ହେଉଛି ଆଉ କିଏ କହୁଛି ପେଶାଣ ଲୋକ ଙ୍କ ମତରେ ବିଭିର୍ଣ୍ଣ କଥା, ନିଆଁ ଲାଗିବାର ସମୟ ହେଉଛି ସନ୍ଧ୍ୟା, ହଟାତ ଘର ମଧ୍ୟରୁ ବାହାରୁଚି ନିଆଁ, ଲିଭାଇବାକୁ ପାଣି ଧରି ଗଲା ବେଳକୁ ମନକୁ ଲିଭି ଯାଉଛି, ପୁଣି ଲାଗୁଛି ଅନ୍ୟ ଜଣକ ଘରେ ଗୁଣି ସନ୍ଦେହ ରେ ଗ୍ରାମ କୁ ଡକରା ହେଉଛନ୍ତି ଗୁଣିଆ, ଏଭଳି ଘଟଣା କେଉଁଭଳି ଭାବରେ ସମ୍ଭବ ଯେତେବେଳେ ଲୋକେ ଚନ୍ଦ୍ର ରେ ପହଞ୍ଚି ସାରିଲେଣିସନ୍ଧ୍ୟା ହେଲେ ଗ୍ରାମରେ କୋକୁଆଭୟ, ପିଲାଠୁ ବୁଢ଼ା ସମସ୍ତେ ଜଗି ରହୁଛନ୍ତି ନିଜ ଘରକୁ କେତେବେଳେ କାହା ଘରେ ଲାଗିବ ନିଆଁ, ବାରମ୍ବାର ଗାଁ ରେ ଜଗି ରହୁଛନ୍ତି ଅଗ୍ନିଶମ ବିଭାଗ ର କର୍ମଚାରି ହେଲେ କେହି ବି ବୁଝି ପାରୁନାହାନ୍ତି ଏଘାଟଣା କୁ, ଗ୍ରାମ ଠାକୁରାଣୀ ଙ୍କ ପାଖରେ କରାଯାଉଛି ପୂଜା, ହେଲେ ହୋଇ ପାରୁନି ସମସ୍ୟା ର ସମାଧାନ |ତେବେ ସତରେ କଣ ଗୁଣି ଗାରେଡି ନାଁ ଦେବତା ଙ୍କ ଅଭିଶାପ ତାହା ଏବେ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି |ନା କୌଣସି ବୈଜ୍ଞାନିକ କାରଣ ତାହା ଏବେ ଚର୍ଚାରେ |ଅନ୍ୟପଟେ ନିଆଁ ଲାଗି ଅନେକ ପରିବାର ଙ୍କ ଅନେକ କ୍ଷୟକ୍ଷତି ହୋଇଛି ଲୋକେ ଉପାସ ଭୋକରେ ଅଛନ୍ତି, କିନ୍ତୁ କୌଣସି ବି ସରକାରୀ ଅଧିକାରୀ ସେଠାରେ ପହଞ୍ଚି ନାହାନ୍ତି,
ବ୍ୟୁରୋ ରିପୋର୍ଟ ଖବର ସତ୍ୟବାଦୀ..