ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS ତା ୧୦:୦୮:୨୦୨୪ରିଖ(ନିପ୍ର )ସତ୍ୟବାଦୀ ସରସ୍ବତୀ ଶିଶୁ ମନ୍ଦିର ଠାରେ ୨୫ ତମ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି |ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ବିଜ୍ଞାନ ମେଳା ରେ ଦିନ ଦଶଟା ସମୟରେ ବିଦ୍ୟାଳୟ ପରିଚାଳନା ସମିତି ର ସଦସ୍ୟ ବୃନ୍ଦ, ବିଦ୍ୟୁତ ପରିଷଦ ର ସଦସ୍ୟ ବୃନ୍ଦ, ବିଚାରକ ସଦସ୍ୟ, ପ୍ରଧାନାଚାର୍ଯ୍ୟ, ଆଚାର୍ଯ୍ୟ, ଅଭି ଭାବକ, ଅଭି ଭାବିକା, ଶିଶୁ ଛାତ୍ର ଛାତ୍ରୀ ଙ୍କ ଉପସ୍ଥିତି ରେ ମୁଖ୍ୟ ଅତିଥି ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ ଡ଼ ସୂର୍ଯ୍ୟ ନାରାୟଣ ମିଶ୍ର ଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ପ୍ରାର୍ଥନା ବନ୍ଦନା କାର୍ଯ୍ୟକ୍ରମ କରାଯାଇଥିଲା, ବିଦ୍ୟାଳୟ ର ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ନବୀନ କୁମାର ସେନାପତି ସ୍ୱାଗତ ଅଭିଭାଷଣ ସହ ମଞ୍ଚାସୀନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ, ଏହି ବିଜ୍ଞାନ ପ୍ରକଳ୍ପ ମେଳା ୧୨୦ ଜଣ ଶିଶୁ ବର୍ଗ, ୪୫ ଜଣ ବାଲବର୍ଗ, ୩୦ ଜଣ କିଶୋର ବର୍ଗ ଓ ୧୦ ଜଣ ଶିଶୁ ବର୍ଗ କୁ ନେଇ ଅନୁଷ୍ଠିତ ହୋଇଥିଲା, ଏହି ବିଜ୍ଞାନ ମେଳା ରେ ପ୍ରଶ୍ନ ମଞ୍ଚ, ବିଜ୍ଞାନ ପ୍ରୟୋଗ, ବିଜ୍ଞାନ ପତ୍ର ବାଚନ, ଗଣିତ ପତ୍ର ବାଚନ, ଗଣିତ ପ୍ରୟୋଗ, ଗଣିତ ପ୍ରକଳ୍ପ, ମୂର୍ତ୍ତିକଳା, ଲୋକନୃତ୍ୟ, ନିବନ୍ଧ, ସଂସ୍କୃତି ଜ୍ଞାନ କଥା କଥନ ଆଦି ବିଭାଗ କୁ ନେଇ ମୋଟ ୩୭୧ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ, ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ସଭାପତି ଶ୍ରୀ ଜୟନ୍ତ କୁମାର ତ୍ରିପାଠୀ,ଉପ ସଭାପତି ଶ୍ରୀ ଶରତ କୁମାର ନନ୍ଦ, ସମ୍ପାଦକ ସୁବାସ ଚନ୍ଦ୍ର ପଣ୍ଡା, ଶ୍ରୀମତୀ ନମିତା ଦାସ, ଶ୍ରୀ ବାଉରୀ ବନ୍ଧୁ ସ୍ୱାଇଁ, ଶ୍ରୀମତୀ ସୁଜାତା ବେହେରା, ବିକାଶ ଚନ୍ଦ୍ର ପ୍ରଧାନ ଛାତ୍ର ଛାତ୍ରୀ ମାନଙ୍କୁ ନିଜର ପରିଚୟ ଓ ଉଜ୍ୱଳ ଭବିଷ୍ୟତ କୁ ନେଇ ମନ୍ତବ୍ୟ ରଖି ଥିଲେ |ସାକ୍ଷୀଗୋପାଳ ବାସୁକେରା ଠାରେ ଏହି ଶିଶୁ ମନ୍ଦିର ର ଅନେକ ଛାତ୍ର ଛାତ୍ରୀ ଏହି ବିଜ୍ଞାନ ମେଳା ରେ ଉତୀର୍ଣ୍ଣ ହୋଇ ଜିଲ୍ଲା, ରାଜ୍ୟ ଓ ଆନ୍ତର୍ଜାତିକ ସ୍ଥର ରେ ନିଜକୁ ପ୍ରତିଷ୍ଠିତ କରାଇଛନ୍ତି |ଏବେ ଏହି ବିଜ୍ଞାନ ମେଳା ଛାତ୍ର ଛାତ୍ରୀ ଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ପ୍ରେରଣା ଯୋଗାଇ ଦେବ ବୋଲି ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନବୀନ କୁମାର ସେନାପତି କହିଛନ୍ତି
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS |
More Stories
ବିଶ୍ୱାସ ନା ଅନ୍ଧ ବିଶ୍ୱାସ |ବୈଜ୍ଞାନିକ ଯୁଗରେ ଏଭଳି ଘଟଣା |
ghh