ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଙ୍କ ୨ ପରାମର୍ଶ ଦାତା |

Love with Khabar Satyabadi

ଖବର ସତ୍ୟବାଦୀ ଓଡ଼ିଆ NEWS :ଭୁବନେଶ୍ୱର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ରିଟାୟର୍ଡ ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର । ତାଙ୍କ ସହ ଆର୍ ବାଲକ୍ରିଷ୍ଣନ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଦୁଇଜଣଙ୍କ ଇସ୍ତଫାକୁ ଗ୍ରହଣ କରିନିଆଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦିଆଯାଇଛି ।

ତେବେ ଏହି ଦୁଇ ଜଣ ଆଇଏଏସ୍ ଅଫିସର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ । ଦୁହେଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ । ଏବେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦୁଇ ରିଟାୟର୍ଡ ଆଇଏଏସ୍ ଅଫିସର ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡ଼ିଆ NEWS