ଶ୍ରୀ ଜଗନ୍ନାଥଙ୍କ ନୀତି ଲାଗି ପାଇଁ ଓୟୁଏଟି ପଠାଗଲା ପଦ୍ମ ଓ ତୁଳସୀ |

Love with Khabar Satyabadi

ସାକ୍ଷୀଗୋପାଳ ଖବର ସତ୍ୟବାଦୀ ଓଡ଼ିଆ NEWS ଭୁବନେଶ୍ୱର : ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନୀତି ଲାଗି ଓୟୁଏଟିର ସାକ୍ଷୀଗୋପାଳସ୍ଥିତ ପୁରୀ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରଥମ କରି ୫୦ କେଜି ତୁଳସୀ ଓ ୧୦୦ ଗୋଟି ପଦ୍ମ ଫୁଲକୁ ଶ୍ରୀ ମନ୍ଦିରକୁ ପଠାଯାଇଛି I କୃଷି ବିଜ୍ଞାନ କେନ୍ଦ୍ରର ୨୦.୦୦ ଡେସିମିଲ ପରିମିତ ସ୍ଥାନରେ ତୁଳସୀ ବଗିଚା ଏବଂ ୫୦ ଡେସିମିଲ ଜଳାୟତନ ବିଶିଷ୍ଟ ପୋଖରୀରେ ସୁରମ୍ୟ ପଦ୍ମବନ ସୃଷ୍ଟି କରାଯାଇଛି I ଉକ୍ତ ତୁଳସୀ ବଗିଚାର ୭ଟି ପଟାଳିରେ କଳାତୁଳସୀ ଏବଂ ୭ଟି ପଟାଳିରେ ଧଳା ତୁଳସୀ ଲଗାଯାଇଛି I ଏହି ବଗିଚାରେ ସିମ ଅଙ୍ଗନା, ସିମ-ଆୟୁ ଆଦି ଉନ୍ନତ କିସମର ତୁଳସୀ ମଧ୍ୟ ଚାଷ କରାଯାଇଛି I ସେହିଭଳି ଶ୍ରୀ ମନ୍ଦିରରେ ମହାଲକ୍ଷ୍ମୀଙ୍କ ପୂଜା ପାଇଁ ପଦ୍ମ ପୋଖରୀରେ ଗୋଲାପୀ ଓ ଧଳା ରଙ୍ଗର ପଦ୍ମଫୁଲ ପ୍ରଜାତି ଚାଷ କରାଯାଇଅଛି I ପ୍ରତ୍ୟୋକ ଗୁରୁବାର ଦିନ ସାକ୍ଷୀଗୋପାଳସ୍ଥିତ ପୁରୀ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶ୍ରୀ ମନ୍ଦିରକୁ ୨୫ ରୁ ୩୦ କେଜି ତୁଳସୀ ଶାଖା ଓ ୫୦ ଗୋଟି ପଦ୍ମଫୁଲ ପଠାଯିବI ପାଇଁ ଶ୍ରୀ ମନ୍ଦିର ପ୍ରଶାସନକୁ ଅବଗତ କରାଯାଇଥିବା ବେଳେ ଏହା ଠାରୁ ଅଧିକ ଆଜି ପ୍ରଥମ ଦଫାରେ ପ୍ରେରଣ କରାଯାଇଅଛି I ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳଙ୍କ ମାର୍ଗଦର୍ଶନ କ୍ରମେ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି I

ସତ୍ୟବାଦୀ ରୁ ଖବର ସତ୍ୟବାଦୀ ରିପୋର୍ଟ |

ଅଧିକ ପଢନ୍ତୁ…