ନନ୍ଦନକାନନ ରେ ଆଖି ବୁଝିଲା ବାଘୁଣୀ ସାରା |

Love with Khabar Satyabadi

ଖବର ସତ୍ୟବାଦୀ… NEWS :ଭୁବନେଶ୍ୱର :ନନ୍ଦନକାନନରେ ଆଖି ବୁଜିଲା ବାଘୁଣୀ ସାରା । ୨୦୦୯ରେ ନନ୍ଦନକାନନକୁ ଆସିଥିବା ସାରାର ମୃତ୍ଯୁ ହୋଇଛି । ମୃତ୍ଯୁ ବେଳକୁ ତାକୁ ୧୯ ବର୍ଷ ହୋଇଥିଲା । ବାଘ ସଫାରୀର ୩୩ ନମ୍ବର ଖୁଆଡ଼ରେ ରହୁଥିବା ସାରା ବାର୍ଦ୍ଧକ୍ଯ କାରଣରୁ କିଛିବର୍ଷ ହେଲା ଅସୁସ୍ଥ ହୋଇପଡ଼ିଥିଲା । ଖାଇବା ପିଇବା ଛାଡ଼ି ଫିଡିଂ ଚାମ୍ବରରେ ପଡ଼ିରହୁଥିଲା ସାଲାଇନ, ଇଞ୍ଜେକ୍ସନ ଓ ଭିଟାମିନ ଦେଇ ବାଘୁଣୀକୁ ସୁସ୍ଥ କରିବାକୁ ସ୍ବତନ୍ତ୍ର ଡାକ୍ତରୀ ଦଳ ଉଦ୍ଯମ କରିଥିଲେ । ହେଲେ ଶେଷରେ ତାର ମୃତ୍ଯୁ ହୋଇଛି ।୪ ବର୍ଷର ହୋଇଥିବା ସମୟରେ ୨୦୦୯ ମସିହା ଏପ୍ରିଲ ମାସରେ ମଧ୍ଯପ୍ରଦେଶର ଭୋପାଳ ଚଡ଼ିଆଖାନାରୁ ସାରାକୁ ନନ୍ଦନକାନନ ଅଣାଯାଇଥିଲା ।ସେ ନନ୍ଦନକାନନର ଶୋଭାବର୍ଦ୍ଧନ କରୁଥିବାବେଳେ ଧଳାବାଘ ରିଷି ସହ ତାର ମିଳନ ଘଟି ୨୦୧୨ରେ ତିନୋଟି ବାଘୁଣୀ ଜନ୍ମ ହୋଇଥିଲେ।ସାରାର ବିୟୋଗରେ ପର୍ଯ୍ୟଟକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ସାରାର ମୃତ୍ଯୁପରେ ନନ୍ଦନକାନନରେ ବାଘ ସଂଖ୍ଯା ୨୬କୁ ଖସି ଆସିଛି ।

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡ଼ିଆ NEWS..