ଖବର ସତ୍ୟବାଦୀ ଓଡ଼ିଆ NEWS (ନିପ୍ର) ଶ୍ରାବଣମାସ ର ପ୍ରଥମ ସୋମବାର ରେ ଆଜି ଦେବ ଦେବ ମହାଦେବଙ୍କୁ ଜଳ ଲାଗି କରିବାକୁ ହଜାର ହଜାର ଭକ୍ତ ଶୈବପୀଠରେ ପହଞ୍ଚି ଥିଲେ । ଚଳିତବର୍ଷ ଶ୍ରାବଣ ମାସର ଆରମ୍ଭ ସୋମବାର ଏବଂ ଏହାର ଶେଷ ମଧ୍ୟ ସୋମବାର ଦିନ ପଡୁଛି । ଏଭଳି ଦୁର୍ଲ୍ଲଭ ସଂଯୋଗ ୭୨ ବର୍ଷ ପରେ ହେବାକୁ ଯାଉଛି ବୋଲି କୁହାଯାଉଛି ।
ଗତକାଲିଠାରୁ ଶୈବ ପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରିଦେଇଥିଲେ କାଉଡିଆ । ଧବଳେଶ୍ବର, ସିଦ୍ଧେଶ୍ୱର, କପିଳାସ, ଲିଙ୍ଗରାଜ, ଆରଡି, ପୁରୀ ଲୋକନାଥ ଅଭିମୁଖେ ଯାତ୍ରା କରୁଛନ୍ତି କାଉଡିଆ । ମହାନଦୀ ଓ କାଠଯୋଡି ନଦୀରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । 24 ଘଣ୍ଟା ସଜାଗ ରହିବେ ଅଗ୍ନିଶମ ବାହିନୀ । ପ୍ରସ୍ତୁତ ରହିଛି ବୋଟ୍ । ଯେଉଁଠି ଗଭୀରତା ରହିଛି ସେଠି ବୁଡ ନପକାଇବାକୁ ଶ୍ରଦ୍ଧାଳୁଙ୍କୁ ସଚେତନ କରିଛନ୍ତି କର୍ମଚାରୀ ଅନ୍ୟପଟେ ସତ୍ୟବାଦୀ ର ଅନେକ ଶିବ ମନ୍ଦିର ରେ ମଧ୍ୟ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା |ସ୍ଥାନୀୟ କୋଶଳେଶ୍ୱର, ବରାଳ ବାଲୁଙ୍କେଶ୍ୱର, ଜଳେଶ୍ୱର ଆଦି ଶିବ ମନ୍ଦିର ରେ ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ଭକ୍ତ ଙ୍କ ଭିଡ଼ |ବେଲପତ୍ର, କଞ୍ଚାଖୀର, ନବାତ କଦଳୀ ଆଦି ଦେବ ଦେବ ମହାଦେବ ଙ୍କୁ ପୂଜାର୍ଚନା କରାଯାଇଥିଲା
କାଉଡ଼ିଆଙ୍କର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, କ୍ରାଉଡ଼ ମ୍ୟାନେଜମେଣ୍ଟ, ଅପ୍ରୀତିକର ପରିସ୍ଥିତିକୁ ରୋକିବା ଲାଗି ବ୍ୟାପକ ବନ୍ଦୋବସ୍ତ କରିଛି କମିଶନରେଟ ପୋଲିସ। ଲିଙ୍ଗରାଜ ମନ୍ଦିର ଓ ଅନ୍ୟ ୨୬ ଟି ସ୍ଥାନରେ ୨ ଜଣ ଅତିରିକ୍ତ ଡିସିପି, ୪ ଜଣ ଏସିପି, ୬ ଇନ୍ସପେକ୍ଟର, ୩୦ ସବଇନ୍ସପେକ୍ଟର ଓ ଏଏସଆଇଙ୍କ ସହ ମୋଟ ୧୫ ସେକ୍ସନ ଫୋର୍ସ ମୁତୟନ ହେବେ । ରାଜଧାନୀରେ କାଉଡ଼ିଆ ଯିବା ଆସିବା ବାଟରେ ମୋବାଇଲ ପେଟ୍ରୋଲିଂ ଟିମ, ପିସିଆର ରହିବ । ଦୁର୍ଘଟଣା ରୋକିବା ସହ ଆଶୁ ଚିକିତ୍ସା ପାଇଁ ଛକ ମାନଙ୍କରେ ଫାଷ୍ଟଏଡ଼ ଓ ମୋବାଇଲ ମେଡ଼ିକାଲ ୟୁନିଟ ରହିବ ।
ଅଧିକ ପଢନ୍ତୁ ଅଧିକ ଦେଖନ୍ତୁ ଖବର ସତ୍ୟବାଦୀ ଓଡ଼ିଆ NEWS ସାରା ଓଡିଶା ରେ ପରିଚିତ |
More Stories
ସାକ୍ଷୀଗୋପାଳ ଙ୍କ ବାମନ ଅବତାର ଧାରଣ|
ରାଧାଷ୍ଟମୀରେ ରାଧାରାଣୀଙ୍କୁ ବ୍ରହ୍ମକମଳ ପୁଷ୍ପ ଅର୍ପଣ କଲେ ସମାଜସେବୀ ନିହାର |
ଶ୍ରୀରାଧା ଜନ୍ମୋତ୍ସବ ର ଶେଷ ସନ୍ଧ୍ୟା ରେ ଝୁମିଲେ ଦର୍ଶକ |