ଦୁର୍ଘଟଣା l ୨ ଶିଶୁ ପୁତ୍ର ମୃତ
ସାକ୍ଷୀଗୋପାଳ ଖବର ସତ୍ୟବାଦୀ NEWS ବଳଙ୍ଗା ଥାନା ଅନ୍ତର୍ଗତ ଅରେଇ ସାହି ଛକ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ୮ ଟା ସମୟରେ ଏକ ଦୁର୍ଘଟଣା ଘଟିଅଛି l ଏହି ଦୁର୍ଘଟଣାରେ ୨ ଜଣ କୋମଳମତି ଶିଶୁ ମୃତ୍ୟ ବରଣ କରିଛନ୍ତି l ଗଡ଼ ଚାନ୍ଦ ପୁର ଗ୍ରାମର ୨ ଭାଇ ବଡ଼ ଭାଇ ସମୀର କୁମାର ପରିଡ଼ାଙ୍କ ପୁତ୍ର ସୁବ୍ରତ କୁମାର ପରିଡ଼ା (୯ ) ଓ ସାନ ଭାଇ ସତ୍ୟ ରଞ୍ଜନ ପରିଡ଼ାଙ୍କ ପୁତ୍ର ଆୟୁଷ୍ମାନ ପରିଡ଼ା( ୮ ) ଟିୟୁସନରୁ ଘରକୁ ଫେରୁଥିଲେ l
ମୃତ୍ୟୁ ଯେପରି ୨ ଭାଇଙ୍କୁ ଛକି ବସିଥିଲା l ଅରେଇ ସାହି ଗ୍ରାମ ମୁଣ୍ଡରେ ୨ ଭାଇଙ୍କୁ ଏକ ଟ୍ରାକ୍ଟର ଧକ୍କା ଦେଇଥିଲା l ଘଟଣା ସ୍ଥଳରେ ୨ ଭାଇ ଗୁରୁତର ଆହତ ହୋଇଥିଲେ l ଚିକିତ୍ସା ନିମନ୍ତେ ଆହତ ୨ ଭାଇଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l କାର୍ଯ୍ୟରତ ଡାକ୍ତର ୨ ଭାଇଙ୍କୁ ମୃତ ଘୋଷଣା କରିଥିଲେ l ଡାକ୍ତରଖାନା ପରିସରରେ ଏହି ଶିଶୁ ଦ୍ବୟଙ୍କ ମା ଓ ସମ୍ପର୍କୀୟଙ୍କ କାନ୍ଦ ବୋବାଳିରେ ଫାଟି ପଡିଥିଲା l ଆଉ ମାତ୍ର 100 ମିଟର ରାସ୍ତା ଯାଇଥିଲେ ୨ ଭାଇ ଘରେ ପହଞ୍ଚିଥାନ୍ତେ l
ମୃତ ୨ ଭାଇ ବଳଙ୍ଗା ସରସ୍ବତୀ ଶିଶୁ ମନ୍ଦିରରେ ଚତୁର୍ଥ ଓ ତୃତୀୟ ଶ୍ରେଣୀରେ ଅଧ୍ୟୟନ କରୁଥିଲେ l
ଅଧିକ ପଢନ୍ତୁ ଖବର ସତ୍ୟବାଦୀ NEWS…

More Stories
ସତ୍ୟବାଦୀ ଆଳିସ ଗ୍ରାମରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ |
ରତିକାନ୍ତ ମହାପାତ୍ରଙ୍କ ମାର୍ଗଦର୍ଶନରେ ୩-ଦିନିଆ ଓଡିଶୀ କର୍ମଶାଳା ଆରମ୍ଭ|
ସାଧାରଣ ଜନତା ଙ୍କୁ ବଡ଼ ଆଶ୍ବସ୍ତି ଶସ୍ତା ହେବ କ୍ୟାନ୍ସର ଓ ମଧୁମେହ ରୋଗର ଔଷଧ |