ସାକ୍ଷୀଗୋପାଳ :ଖବର ସତ୍ୟବାଦୀ NEWS :କିଛିଦିନ ହେବ ଖାଉଟି ଙ୍କ ମୁଣ୍ଡରେ ପଡିଛି ଚଡକ ହୁ ହୁ ହୋଇ ବଢ଼ି ଚାଲିଛି ପରିବା ଦର, ଯାହାକୁ ନେଇ ହନ୍ତସନ୍ତ ହେଉଛନ୍ତି ଗରିବ ସାଧାରଣଲୋକେ, ପୁଣି ଏବେ ବୋଝ ଉପରେ ନଳିତା ବିଡା ପରି ଆଳୁ ର ଅଭାବ ଙ୍କୁ ନେଇ ଏବେ ଚିନ୍ତାରେ ଖାଉଟି,ଏବେ ସବୁଠି ଦେଖା ଦେଇଛି ଆଳୁ ସଙ୍କଟ,ବଜାର ରେ ମିଳୁନି ଆଳୁ, ଆଉ ଯିଏ ବି ରଖିଛନ୍ତି ସେମାନେ ଚଢ଼ା ଦର ରେ ଆଳୁ ବିକ୍ରୟ କରୁଛନ୍ତି,ଯାହା ଏବେ ସବୁଠି ଚର୍ଚ୍ଚା ର ବିଷୟ,ଓଡିଶାରେ କଲୋଷ୍ଟ୍ରଲ ର ଅଭାବ ଯୋଗୁଁ ଚାଷୀ ମାନେ ନାହିଁ ନଥିବା ହଇରାଣ ହେଉଛନ୍ତି,ଏବଂ ୱେଷ୍ଟ ବେଙ୍ଗଲ ଉପରେ ନିର୍ଭର କରିବାକୁ ପଡୁଛି, ଏବେ ପରିବା ଦର ବୃଦ୍ଧି ପାଇଥିବାରୁ ଆଳୁ କୁ ନେଇ ଚଳିଯାଉଥିଲେ ଗରିବ ଓ ମଧ୍ୟବିତ୍ତ ପରିବାର କିନ୍ତୁ ୨ ଦିନ ହେବ ଆଳୁ ର ଅଭାବ ଆଉ ଚଢ଼ା ଦର ରେ ବିକ୍ରି କୁ ନେଇ ଚିନ୍ତାରେ ଲୋକେ |ଆଜି ସତ୍ୟବାଦୀ ବଜାର ରେ ଆଳୁ ୧ କିଲୋ ପ୍ରତି ପଚାଶ ରୁ ଷାଠିଏ ଟଙ୍କା ରେ ବିକ୍ରୟ ହେଉ ଥିବାର ଦେଖିବାକୁ ମିଳିଛି |ଏହାକୁ ନେଇ ରାଜ୍ୟ ସରକାର ଙ୍କୁ ନିବେଦନ କରିଛନ୍ତି ସାଧାରଣ ଲୋକେ ତୁରନ୍ତ ଏଭଳି ଅସାଧୁ ବ୍ୟବସାୟୀ ଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ବଜାର ରେ ଆଳୁ ର ଅଭାବ କୁ ନେଇ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି |ଗୋଟେ ପଟେ ସରକାର ଙ୍କ ତରଫରୁ ଆଳୁ ଚଢ଼ା ଦର ରେ ବିକ୍ରି କୁ ନେଇ କଟକଣା ଥିବା ବେଳେ ମାନୁ ନାହାନ୍ତି ଅସାଧୁ ବ୍ୟବସାୟୀ |
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡ଼ିଆ NEWS..
More Stories
ଏସ୍ପି ଙ୍କ ନିର୍ଦେଶ ସତ୍ୟବାଦୀ ପୋଲିସ ର ଚଢ଼ାଉ |
ଚୋରୀ କରି ବନ୍ଧାହେଲେ ମାମଲା ରୁଜୁ କଲା ସତ୍ୟବାଦୀ ପୋଲିସ
କଣାସ ପାଇଁ ଗର୍ବ ଆଣିଲେ ବିନୟ ସବୁଠି ପ୍ରଶଂସା |