ଖବର ସତ୍ୟବାଦୀ ଓଡ଼ିଆ NEWS (ନିପ୍ର) ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ଏଭଳି ସ୍ଥିତି ଆହୁରି ଛ ଦିନ ପର୍ଯ୍ୟନ୍ତ ଲାଗି ରହିବ । ଫଳରେ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ଥିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ସମୁଦ୍ର ଅଶାନ୍ତ ରହିବାକୁ ଥିବା ବେଳେ ସମୁଦ୍ର ମଧ୍ୟକୁ ନଯିବା ପାଇଁ ବାରଣ କରିଛି ପାଣିପାଗ ବିଭାଗ ।ଆସନ୍ତାକାଲି ୨୩ ତାରିଖରେ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହାସହ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ୪୦ରୁ ୫୦ କି.ମି ବେଗରେ ପବନ ବହିବ । ସମୁଦ୍ରରେ ଏପରି ସ୍ଥିତି ଲାଗି ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ସେପଟେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ । ସେହିପରି ୨୪ ତାରିଖରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । କେନ୍ଦ୍ରାପଡ଼ା, କଟକ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି ସେହିପରି ଖୋର୍ଦ୍ଧା, ଯାଜପୁର, ଦେଓଗଡ, ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବ ।
ଅଧିକ ପଢନ୍ତୁ ଅଧିକ ଖବର ଜାଣନ୍ତୁ ଖବର ସତ୍ୟବାଦୀ NEWS
More Stories
ଏସ୍ପି ଙ୍କ ନିର୍ଦେଶ ସତ୍ୟବାଦୀ ପୋଲିସ ର ଚଢ଼ାଉ |
ଚୋରୀ କରି ବନ୍ଧାହେଲେ ମାମଲା ରୁଜୁ କଲା ସତ୍ୟବାଦୀ ପୋଲିସ
କଣାସ ପାଇଁ ଗର୍ବ ଆଣିଲେ ବିନୟ ସବୁଠି ପ୍ରଶଂସା |