ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS (ନିପ୍ର )ଆଜି ତା ୦୬/୦୮/୨୦୨୪ ରିଖ :ସ୍ଥାନୀୟ ସତ୍ୟବାଦୀ ବଳପୁର ନୋଡାଲ ଊଚ୍ଚ ବିଦ୍ୟାଳୟରେ ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ଆନୁକୂଲ୍ୟରେ ପରିଷଦର ସଭାପତି ପୁର୍ଣଚନ୍ଦ୍ର ମହାପାତ୍ରଙ୍କ ପୌରୋହିତ୍ୟରେ ଏବଂ ସ୍ବନାମଧନ୍ୟ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ ନିଶାମୁକ୍ତ ସମାଜ ଏବଂ ସବୁଜ ପୃଥିବୀ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା. ଆଲୋଚନା ଚକ୍ରରେ ଓଡିଶା ପୂର୍ବ ପ୍ରାନ୍ତର ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟବାଦୀ ଦାଶ, ଅବସର ପ୍ରାପ୍ତ ପ୍ରଫେସର ବୃନ୍ଦାବନ ଚନ୍ଦ୍ର ରଥ, ପରିଷଦର ପୃଷ୍ଠପୋଷକ ତଥା କିଟ ବିଶ୍ୱବିଦ୍ୟାଳୟର ଅନ୍ୟତମ ପ୍ରତିଷ୍ଠାତା ଚିତ୍ତ ରଞ୍ଜନ ମିଶ୍ର, ବିଦ୍ୟାଳୟର ଆଲୁମିନି ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାପାତ୍ର ଯୋଗ ଦେଇ ପିଲାମାନଙ୍କୁ ଭଲ ମଣିଷ ହେବାପାଇଁ ଭଲ ନିଶା ଯଥା ଚିତ୍ର ଅଙ୍କିବା, ଗୀତ ବୋଲିବା, ଖେଳିବା, ପାଠରେ ମନଦେବା, ପରୋପକାରୀ ହେବା ଉଚିତ ଏବଂ ଜୀବନକୁ ନଷ୍ଟ କରିଦେବା ଭଳି ଧୂମପନ, ମଦ୍ୟପାନ ଏବଂ ତମାଖୁ ସେବନ ଇତ୍ୟାଦିର ପାଖ ନମାଡିବା ଦରକାର. ଏହି ସବୁ ନିଶାଦ୍ରବ୍ୟ କିପରି ମସ୍ତିଷ୍କ, ଫୁସଫୁସ, ବୃକକ, ଅଗ୍ନାଶୟ, ପାକସ୍ଥଳୀ ଓ ଲିଭର ପ୍ରଭୃତିକୁ ଆକ୍ରାନ୍ତ କରି ଶରୀରରେ କ୍ୟାନ୍ସର ଭଳି ଭୟାନକ ରୋଗ ସୃଷ୍ଟି କରେ ବିଜ୍ଞାନ ଆଧାରରେ ବୁଝାଇ ଥିଲେ. ଆସ୍ଥାର ନିର୍ଦେଶକ ଜ୍ୟୋତି ରଞ୍ଜନ ଭାରତୀ ନିଜେ କିପରି କିଶୋର ସମୟରେ ସଙ୍ଗଦୋଷରେ ପଡ଼ି ନିଶାସକ୍ତ ହୋଇ ସମସ୍ତଙ୍କର ଘୃଣାର ପାତ୍ର ହୋଇଥିଲେ ଏବଂ ସେଥିରୁ ମୁକ୍ତି ପାଇବାପାଇଁ କେତେ କଷ୍ଟ ହୋଇଛି ପିଲାମାନଙ୍କୁ ଜଣାଇଥିଲେ. ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋରଞ୍ଜନ ମିଶ୍ର ଛାତ୍ର ଛାତ୍ରୀ ମାନଙ୍କୁ ନିଜେ ନିଶାଠାରୁ ଦୁରେଇ ରହିବା ପାଇଁ ଓ ସମାଜକୁ ନିଶାମୁକ୍ତ କରିବାପାଇଁ ନିଜକୁ ଏକ ସୈନିକ ଭାବରେ ସଜାଇବାକୁ ଶପଥ ପାଠ କରାଇ ଥିଲେ. ଜୀବଜଗତ ଏ ଧରା ପୃଷ୍ଠରେ ତିଷ୍ଠି ରହିବାପାଇଁ ସବୁଜ ପୃଥିବୀ ର ଆବଶ୍ୟକତା ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ. ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ ବୃକ୍ଷରୋପଣର ଜରୁରୀ ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଥିଲେ. ତେଣୁ ପ୍ରତ୍ୟେକ ପିଲା ଗୋଟିଏ ଲେଖାଏଁ ଗଛ ଲଗାଇ ତାକୁ ତାଙ୍କର ପ୍ରିୟଜନଙ୍କ ନାମରେ ନାମିତ କରି ତାର ଯତ୍ନ ନେବାପାଇଁ ଶପଥ ନେଇଥିଲେ. କାର୍ଯ୍ୟକ୍ରମକୁ ପରିଷଦର ସଚିବ ନବଘନ ଶତପଥୀ ସଂଚାଳନ କରିଥିବା ବେଳେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବିଜୟଲଷ୍ମୀ ପରିଡ଼ା ଏଭଳି ଏକ ଆୟୋଜନ ପାଇଁ ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ. କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଦ୍ୟାଳୟର ଅନ୍ୟତମ ଆଲୁମିନି ଗୋପାଳ ଚନ୍ଦ୍ର ପଣ୍ଡା ,ଉପସଭାପତି ଦେବରାଜ ନାୟକ, ଅର୍ଥ ସଚିବ ବିଜୟ କୁମାର ପରିଡ଼ା, ସଂଗଠନ ସଚିବ ସୁନୀଲ ବେହେରା, ମହିଳା ଓ ବାଳବିକାଶ ସଚିବ ରୀତା ତ୍ରିପାଠୀ, ସଦସ୍ୟା ଅନ୍ନଦା ସୁଆର, ଦିଗନ୍ତ ପତି, ହରପ୍ରିୟା କର, ସଂଗ୍ରାମ ମହାପାତ୍ର ଓ ବ୍ରଜକିଶୋର ପାଇକରାୟ .ବୃକ୍ଷ ମଣିଷ ପ୍ରଦୀପ କୁମାର ଦଳେଇ ଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା. ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ. ଶେଷରେ ଜାତୀୟ ସଂଗୀତ ଗାନ କରାଯାଇ କର୍ଯ୍ୟକ୍ରମକୁ ସାଙ୍ଗ କରାଯାଇ ଥିଲା.
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS
More Stories
ଝିଅମାନଙ୍କୁ ମାଗଣାରେ ମିଳିବ ଇଲେକ୍ଟ୍ରିକ୍ ସ୍କୁଟର
ସିଦ୍ଧାନ୍ତ ଘରେ ସତ୍ୟବାଦୀ ବିଧାୟକ |
ଗରମଶିରା ରେ ପଡି ପୂଜକ ଗୁରୁତର |