ସତ୍ୟବାଦୀ ରେ ବିଭିର୍ଣ୍ଣ ପ୍ରକଳ୍ପ ର ପରିଦର୍ଶନ |

Love with Khabar Satyabadi

ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS |ସ୍ୱଚ୍ଛ ଭାରତ ମିଶନ ଓ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପରିଦର୍ଶନ ପଞ୍ଚାୟତରାଜ ବିଭାଗର ଅତିରିକ୍ତ ସଚିବ ତଥା ନିର୍ଦ୍ଦେଶକ ଚକ୍ରବର୍ତ୍ତୀ ସିଂ ରାଠୋର ଆଜି ସତ୍ୟବାଦୀ ବ୍ଲକ ପରିଦର୍ଶନରେ ଆସିଥିଲେ ll ଶ୍ରୀଯୁକ୍ତ ରାଠୋର ପେଣ୍ଠପଡା ପଞ୍ଚାୟତ , ବିଦ୍ୟାଧର ପୁର ପଞ୍ଚାୟତରେ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ନିର୍ମିତ ସେଗ୍ରିଗେଶନ ସେଡ, ଅଳିଆ କୁଣ୍ଡ ଓ ସଫାସୁତର କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ l ବଳ ପୁର ପଞ୍ଚାୟତର ବିଭୁତି ଦଣ୍ଡା ଠାରେ ନିର୍ମିତ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ପାନୀୟ ଜଳ ଯୋଗାଣ ସମ୍ପର୍କରେ ସ୍ଥାନୀୟ ଜନସାଧାରଣଙ୍କ ଠାରୁ ବୁଝିଥିଲେ l ବିଦ୍ୟାଧର ପୁର ପଞ୍ଚାୟତର ପଞ୍ଚାୟତ ପରିସରରେ ଅବସ୍ଥିତ ଗ୍ରାମୀଣ ପ୍ରମୋଦ ଉଦ୍ୟାନ ଦେଖିକରି ସନ୍ତୋଷ ପ୍ରକାଶ କରିଥିଲେ l ସେହିପରି କେତକୀ ପାଟଣା ପଞ୍ଚାୟତର ବିଶ୍ୱନାଥ ଦେଉଳି ଗ୍ରାମ ପରିଦର୍ଶନ କରିଥିଲେ ବିଶ୍ୱନାଥ ଦେଉଳି ଗ୍ରାମରେ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ ହୋଇ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ l କେତକୀପାଟଣା ପଞ୍ଚାୟତରେ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ l ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମର ମନ୍ଥରତା ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ l ସତ୍ୟବାଦୀ ବିଡ଼ିଓ ଲିପ୍ସା ରାୟ,ପେଣ୍ଠପଡା ସରପଞ୍ଚ ଚିନ୍ମୟ କୁମାର ରାଉତ, ବିଦ୍ୟାଧର ପୁର ସରପଞ୍ଚ ଦୁଃଶାସନ ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ଵେତା ନାୟକ, ସହକାରୀ ଯନ୍ତ୍ରୀ ବିଜୟାନନ୍ଦ ଗୋଛାୟତ, ମୁଖ୍ୟ ଉନ୍ନୟନ ଅଧିକାରୀ (cdo ) ପ୍ରିୟରଞ୍ଜନ ପୃଷ୍ଟି, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟ, ସାକ୍ଷୀଗୋପାଳର କନିଷ୍ଠ ଯନ୍ତ୍ରୀ ସୁଜାତା ପରିଡାଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀ ଉପସ୍ଥିତ ଥିଲେ, ଅନ୍ୟପଟେ ଦେଖିବାକୁ ଗଲେ ଏହି ୨ ପଞ୍ଚାୟତ କୁ ଛାଡିଦେଲେ ସତ୍ୟବାଦୀ ର ଅନେକ ପଞ୍ଚାୟତ ରେ ଅବ୍ୟବସ୍ଥା ମଧ୍ୟରେ ପଡି ରହିଛି ଅନେକ ପ୍ରମୋଦ ଉଦ୍ୟାନ, ଏପରିକି ସତ୍ୟବାଦୀ ବ୍ଲକ ପରିସର ମଧ୍ୟରେ ରହିଥିବା ପ୍ରମୋଦ ଉଦ୍ୟାନ ର ଅବସ୍ଥା ଶୋଚନୀୟ |ତେବେ ଏହି ୨ ପଞ୍ଚାୟତ କୁ ଛାଡିଦେଲେ ଅନ୍ୟ ପଞ୍ଚାୟତ ରେ ରହିଥିବା ପ୍ରକଳ୍ପ ଗୁଡିକୁ ସରକାର ଦୃଷ୍ଟି ଗୋଚର କରିବା ପାଇଁ ସାଧାରଣ ରେ ଦାବୀ ହୋଇଛି |

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS |