ସତ୍ୟବାଦୀ ବିଦ୍ୟୁତ ବିଭାଗ ଅଧିକାରୀ ଙ୍କ ସହ ଅହର୍ନିଶି ବିଦ୍ୟୁତ କାଟ କୁ ନେଇ ସ୍ଥାନୀୟ ଲୋକ ଙ୍କ ଆଲୋଚନା |

Love with Khabar Satyabadi

ଖବର ସତ୍ୟବାଦୀ ଓଡିଶା NEWS |ସାକ୍ଷୀଗୋପାଳ ରେ ବିଦ୍ୟୁତ କାଟ ଏକ ବଡ଼ ସମସ୍ୟା ପାଲଟିଛି |ସାକ୍ଷୀଗୋପାଳ ବିଦ୍ୟୁତ ଉପଖଣ୍ଡ ଅନ୍ତର୍ଗତ ୪ ଗୋଟି ସେକ୍ସନରେ ନିୟମିତ ଅଘୋଷିତ  ଭାବରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସରବରାହ ବନ୍ଦ ହେଉଅଛି l ବିଦ୍ୟୁତ ଉପଭୋକ୍ତା ମାନେ ଅକଥନୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଏହି ସମସ୍ୟାରେ ଅତିଷ୍ଠ ଜନସାଧାରଣ ଗତ ସ୍ୱାଧୀନତା ପୂର୍ବଦିନ ଦିନ ରାତି ୧୨ ଟା ସମୟରେ ସାକ୍ଷୀଗୋପାଳ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ଅବରୋଧ କରିଥିଲେ l ଦୀର୍ଘ ୨ ଘଣ୍ଟା ଧରି ରାଜପଥ ଅବରୋଧ ହୋଇଥିଲା l 
ସତ୍ୟବାଦୀ ଆଇ ଆଇ ସି ଉମେଶ ଚନ୍ଦ୍ର ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ l ଆନ୍ଦୋଳନକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ l ବିଦ୍ୟୁତ ବିଭାଗ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ପ୍ରଦାନ କରିଥିଲେ l ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା l 
ପୂର୍ବ ଆଲୋଚନା ଅନୁସାରେ ଆଜି ସତ୍ୟବାଦୀ ଥାନା ପରିସରରେ ଆଲୋଚନା ଅନୁଷ୍ଠିତ ହୋଇଥିଲା l 
ଏହି ଆଲୋଚନା ଚକ୍ରରେ ସାକ୍ଷୀଗୋପାଳ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ନୀଳାଚଳ ପାତ୍ର କହିଥିଲେ, ପୁରୀରୁ ୩୩ କେଭି ବିଦ୍ୟୁତ ଲାଇନ ଆସିଅଛି ପୁରୀରୁ ସାକ୍ଷୀଗୋପାଳର ଦୂରତା ୨୨.୦୫କିଲୋମିଟର l ୨୦୦ ରୁ ଉର୍ଦ୍ଧ୍ୱ ବିଦ୍ୟୁତ ଖୁଣ୍ଟ  ରହିଅଛି l ଭୁତଳ ବିଦ୍ୟୁତ କେବୁଲ, ଇନସୁଲେଟର ଓ ୩୩ କେଭି ବିଦ୍ୟୁତ ତାର ଉପରେ ନଡ଼ିଆ ଗଛ ରହିଅଛି l ବିଦ୍ୟୁତ ଖୁଣ୍ଟ, ଇନସୁଲେଟର, ଭୁତଳ କେବୁଲ ଓ ନଡ଼ିଆ ବରଡ଼ା ପଡିବା ଯୋଗୁ କୌଣସି ସ୍ଥାନରେ ତ୍ରୁଟି ହେଲେ ନିରୂପଣ କରିବାକୁ ସମୟ ଲାଗୁଅଛି l ପୁରୀ ଠାରୁ ଚନ୍ଦନ ପୁର ପର୍ଯ୍ୟନ୍ତ ୩୩ କେଭି ବିଦ୍ୟୁତ ଲାଇନ ଜାତୀୟ ରାଜପଥ ପାର୍ଶ୍ୱରେ ରହିଅଛି l ଚନ୍ଦନ ପୁର ଠାରୁ ସାକ୍ଷୀଗୋପାଳ ପର୍ଯ୍ୟନ୍ତ ବିଦ୍ୟୁତ ଲାଇନ ଗହୀର ମଧ୍ୟରେ ରହିଅଛି l ବର୍ଷା ଦିନେ ଗହୀରରେ ଅଣ୍ଟାଏ ପାଣି ରହୁଅଛି l ବର୍ଷା ସମୟରେ ଏହି ଗହୀରରେ  ତ୍ରୁଟି ଚି଼ହ୍ନଟ ଓ ମରାମତି କରିବା କଷ୍ଟସାଧ୍ୟ ହେଉଅଛି l 
ଚନ୍ଦନ ପୁର ଠାରୁ ସାକ୍ଷୀଗୋପାଳ ପର୍ଯ୍ୟନ୍ତ ୩୩ କେଭି ବିଦ୍ୟୁତ ଲାଇନ ଜାତୀୟ ରାଜପଥ ପାର୍ଶ୍ୱରେ ଆସିବା ଆବଶ୍ୟକ l 
ପିପିଲି ବ୍ଲକ ଅନ୍ତର୍ଗତ ମଙ୍ଗଳ ପୁର ସାକ୍ଷୀଗୋପାଳ ବିଦ୍ୟୁତ ଉପଖଣ୍ଡ ଅନ୍ତର୍ଗତ ୪ ଗୋଟି ସେକ୍ସନରେ ନିୟମିତ ଅଘୋଷିତ  ଭାବରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସରବରାହ ବନ୍ଦ ହେଉଅଛି l ବିଦ୍ୟୁତ ଉପଭୋକ୍ତା ମାନେ ଅକଥନୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଏହି ସମସ୍ୟାରେ ଅତିଷ୍ଠ ଜନସାଧାରଣ ଗତ ସ୍ୱାଧୀନତା ଦିବସ ପୂର୍ବ ଦିନ ରାତି ୧୨ ଟା ସମୟରେ ସାକ୍ଷୀଗୋପାଳ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ଅବରୋଧ କରିଥିଲେ l ଦୀର୍ଘ ୨ ଘଣ୍ଟା ଧରି ରାଜପଥ ଅବରୋଧ ହୋଇଥିଲା
ସତ୍ୟବାଦୀ ଆଇ ଆଇ ସି ଉମେଶ ଚନ୍ଦ୍ର ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ l ଆନ୍ଦୋଳନକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ l ବିଦ୍ୟୁତ ବିଭାଗ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ପ୍ରଦାନ କରିଥିଲେ l ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା l 
ପୂର୍ବ ଆଲୋଚନା ଅନୁସାରେ ଆଜି ସତ୍ୟବାଦୀ ଥାନା ପରିସରରେ ଆଲୋଚନା ଅନୁଷ୍ଠିତ ହୋଇଥିଲା l 
ଏହି ଆଲୋଚନା ଚକ୍ରରେ ସାକ୍ଷୀଗୋପାଳ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ନୀଳାଚଳ ପାତ୍ର କହିଥିଲେ, କି ପୁରୀରୁ ୩୩ କେଭି ବିଦ୍ୟୁତ ଲାଇନ ଆସିଅଛି lପୁରୀରୁ ସାକ୍ଷୀଗୋପାଳର ଦୂରତା ୨୨.୦୫କିଲୋମିଟର l ୨୦୦ ରୁ ଉର୍ଦ୍ଧ୍ୱ ବିଦ୍ୟୁତ ଖୁଣ୍ଟ  ରହିଅଛି l ଭୁତଳ ବିଦ୍ୟୁତ କେବୁଲ, ଇନସୁଲେଟର ଓ ୩୩ କେଭି ବିଦ୍ୟୁତ ତାର ଉପରେ ନଡ଼ିଆ ଗଛ ରହିଅଛି l ବିଦ୍ୟୁତ ଖୁଣ୍ଟ, ଇନସୁଲେଟର, ଭୁତଳ କେବୁଲ ଓ ନଡ଼ିଆ ବରଡ଼ା ପଡିବା ଯୋଗୁ କୌଣସି ସ୍ଥାନରେ ତ୍ରୁଟି ହେଲେ ନିରୂପଣ କରିବାକୁ ସମୟ ଲାଗୁଅଛି l ପୁରୀ ଠାରୁ ଚନ୍ଦନ ପୁର ପର୍ଯ୍ୟନ୍ତ ୩୩ କେଭି ବିଦ୍ୟୁତ ଲାଇନ ଜାତୀୟ ରାଜପଥ ପାର୍ଶ୍ୱରେ ରହିଅଛି ଚନ୍ଦନ ପୁର ଠାରୁ ସାକ୍ଷୀଗୋପାଳ ପର୍ଯ୍ୟନ୍ତ ବିଦ୍ୟୁତ ଲାଇନ ଗହୀର ମଧ୍ୟରେ ରହିଅଛି l ବର୍ଷା ଦିନେ ଗହୀରରେ ଅଣ୍ଟାଏ ପାଣି ରହୁଅଛି l ବର୍ଷା ସମୟରେ ଏହି ଗହୀରରେ  ତ୍ରୁଟି ଚିନ୍ହଟ ଓ ମରାମତି କରିବା କଷ୍ଟ ସାଧ୍ୟ ହେଉଅଛି |ଅନ୍ୟପଟେ ପିପିଲି ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଠଣଠଣା ଗ୍ରୀଡ଼ ରୁ ବିଦ୍ୟୁତ ସଂଯୋଗ ହୋଇଗଲେ ଗୋଟିଏ ଗ୍ରୀଡ଼ ଫେଲ ହେଲେ ଅନ୍ୟ ଗ୍ରୀଡ଼ କୁ କାର୍ଯ୍ୟକ୍ଷମ କରାଯିବ |ଆଉ ସେହି ସମୟରେ ଫେଲ ହୋଇଥିବା ଗ୍ରୀଡ଼ ମରାମତି କରାଯିବ |ଫଳରେ ବିଦ୍ୟୁତ ବିଭ୍ରାଟ ର ସମାଧାନ ହୋଇ ପାରିବ |ସୂଚନା ଅନୁସାରେ ଆଜ୍ୟବତ ଠଣଠଣା ଗ୍ରାମ ଠାରୁ ପୋଟଳ ସିଡ଼ି ପର୍ଯ୍ୟନ୍ତ କାର୍ଯ୍ୟ ଆସିଅଛି |ଜାତୀୟ ରାଜପଥ କତୃପକ୍ଷ ଙ୍କ ବିରୋଧ ହେତୁ କାର୍ଯ୍ୟ ବନ୍ଦ ଅଛି ଜାତୀୟ ରାଜପଥ ପ୍ରାଧିକାରଣ କର୍ତ୍ତୃପକ୍ଷ ଙ୍କ ସହ ଆଲୋଚନା କରି ଉକ୍ତ ସମସ୍ୟା ର ସମାଧାନ ହୋଇଗଲେ ସାତଶଙ୍ଖ ପର୍ଯ୍ୟନ୍ତ ଖୁଣ୍ଟି ପଡ଼ିଯିବ |ସରକାରୀ ସ୍ଥରରେ ତୁରନ୍ତ ସମାଧାନ ପାଇଁ ସ୍ଥାନୀୟ ଲୋକେ ଆଲୋଚନା କରିଛନ୍ତି |ଏହି ପରିପେକ୍ଷୀରେ ସତ୍ୟବାଦୀ ଥାନା ଆଇ. ଆଇ. ସି. ଉମେଶ ଚନ୍ଦ୍ର ସାହୁ ଙ୍କ ସହ,ଏସ ଡ଼ି ଓ ଶ୍ରୀ ନୀଳଚଳ ପାତ୍ର,କନିଷ୍ଠ ଯନ୍ତ୍ରୀ ସୌମ୍ୟ ରଞ୍ଜନ ପଣ୍ଡା, ବିଶ୍ୱନାଥପୁର ସରପଞ୍ଚ ସର୍ବେଶ ଷଡ଼ଙ୍ଗୀ, ଜୟପୁର ସମିତି ସଭ୍ୟ ଦୀପକ କୁମାର ଶତପଥି, ଦେବଦତ୍ତ ସାମନ୍ତରାୟ, ଅମର ଶତପଥି, ଆଶିଷ ଶତପଥୀ, ରାଜ କିଶୋର ସେନାପତି, ଓ ଅନ୍ୟ ମାନଙ୍କ ମଧ୍ୟରେ ହରିହର ବେହେରା, ବିଜୟ କୁମାର ସ୍ୱାଇଁ , ବାବୁନା ବେହେରା, ଦିଲୀପ ଦାସ ଓ ଅନେଜ ସ୍ଥାନୀୟ ଯୁବକ ଉପସ୍ଥିତ ଥିଲେ |