ସତ୍ୟବାଦୀରେ ମେଧାବୀ ଛାତ୍ର ମାନଙ୍କୁ ନେଇ ମଣ୍ଡଳ ସ୍ଥରୀୟ ମେଧା ପ୍ରତିଭା ସମ୍ମାନ ଉତ୍ସବ ୨୦୨୪ ଅନୁଷ୍ଠିତ |(head //::)

Love with Khabar Satyabadi

ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS |ସତ୍ୟବାଦୀ ରେ ମେଧା ଛାତ୍ର ଛାତ୍ରୀ ମାନଙ୍କୁ ନେଇ ମେଧା ପ୍ରତିଭା ସମ୍ନାନ ଉତ୍ସବ ସ୍ଥାନୀୟ ବସଷ୍ଟାଣ୍ଡ ନିକଟ ଅଫସେଣ୍ଟ ଜାଭିୟର ଉଚ୍ଚ ବିଦ୍ୟାଳୟ ସଭାଗୃହ ମଧ୍ୟରେ ସେବାଟ୍ରଷ୍ଟ ସାକ୍ଷୀଗୋପାଳ ଓ ମହାପାତ୍ର ଚାରିଟେବୁଲ ଟ୍ରଷ୍ଟ ବିରଗୋବିନ୍ଦପୁର ର ମିଳିତ ପ୍ରୟାସ ରେ ଅନୁଷ୍ଠିତ ହୋଇଯାଇଛି |ସତ୍ୟବାଦୀ ରେ ମଣ୍ଡଳ ସ୍ଥରୀୟ ଶିକ୍ଷା କ୍ଷେତ୍ର ରେ ଉତ୍କର୍ଷତା ହାସଲ କରିଥିବା ଶିକ୍ଷାର୍ଥୀ, ଓ ଅଭିଭାବକ ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଓ ଶିକ୍ଷୟତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇଛି, ଚଳିତ ବର୍ଷ ହାଇସ୍କୁଲ ବୋର୍ଡ଼ ପରୀକ୍ଷାରେ ସଫଳତା ପାଇଁ ଉତୀର୍ଣ୍ଣ ହୋଇଥବା ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ସମ୍ମାନୀତ କରାଯାଇଛି |ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ର ପୂର୍ବତନ ଅଧକ୍ଷ ଡକ୍ଟର ଅଶୋକ କୁମାର ମହାପାତ୍ର, ଆଇନଜୀବୀ ପୁଷ୍କର ମହାପାତ୍ର, ଶିକ୍ଷାବିତ ଜୟନ୍ତ କୁମାର ତ୍ରିପାଠୀ, ଟ୍ରଷ୍ଟ ର ସମ୍ପାଦକ ଆଇନଜୀବୀ ସୁଶାନ୍ତ କୁମାର ରଥ,ସଭାପତି ସୁଦର୍ଶନ ପ୍ରଧାନ, ରିତା ତ୍ରିପାଠୀ, କୋଷାଦକ୍ଷ ଆଇନଜୀବି ଉପେନ୍ଦ୍ର ବିଶ୍ୱାଳ,ମଞ୍ଚାସିନ ଅତିଥି ଭାବରେ ଆସନ ଅଳଙ୍କୃତ କରିଥିଲେ,କଠିନ ପରିଶ୍ରମ ସହ ଆତ୍ମବିଶ୍ଵାସ ମଣିଷ କୁ ସଫଳତା ହାସଲ କରିବାରେ ସହାୟକ ହୋଇଥାଏ, ବୋଲି ମୁଖ୍ୟ ଅତିଥି ଡ଼ ଅଶୋକ କୁମାର ମହାପାତ୍ର ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ମାଧ୍ୟମରେ ବୁଝାଇଥିଲେ |ଉକ୍ତ କାର୍ଯ୍ୟକ୍ରମ କୁ ସେବା ଟ୍ରଷ୍ଟ ସମ୍ପାଦକ ସୁଶାନ୍ତ କୁମାର ରଥ ପରିଚାଳନା କରିଥିଲେ |ଚଳିତ ବର୍ଷ ବିଭିର୍ଣ୍ଣ ବିଦ୍ୟାଳୟ ରୁ ଟପ୍ପର ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର, ଅର୍ଥ ରାଶି, ଏବଂ କିଛି ବୃକ୍ଷ ନିଜ ମା ଙ୍କ ନାମରେ ଲଗାଇବା ପାଇଁ ପିଲାମାନଙ୍କୁ ପ୍ରଦାନ କରାଯାଇଥିଲା |ଏହା ସହ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଭିଭାବକ ମାନଙ୍କୁ ଟ୍ରଷ୍ଟ ର ସଦସ୍ୟ ମାନେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଥିଲେ ଏହି କାର୍ଯ୍ୟକ୍ରମ ରେ ସ୍ବେଛାସେବୀ ଟିକିନା ମିଶ୍ର, ଆଇନଜୀବୀ ନୀଳକଣ୍ଠ ବାରିକ,ପ୍ରଶାନ୍ତ ନାୟକ, ସୁକାନ୍ତ ବିଶ୍ୱାଳ, ରୋଜାଲିନ ମିଶ୍ର, ମଞ୍ଜୁଳା ପ୍ରଧାନ, ସଂଯୁକ୍ତା ନନ୍ଦ ଆଦି ସହଯୋଗ କରିଥିଲେ |ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଆଇନଜୀବୀ ଉପେନ୍ଦ୍ର ବିଶ୍ୱାଳ |

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS

ସାରା ଓଡିଶା ର ଖବର କୁ ନେଇ |