ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS ଆଜି ଦିବା ୧ ଘଟିକା ସମୟରେ ସତ୍ୟବାଦୀ ପଂଚାୟତ କାର୍ଯ୍ୟାଳୟ ସଭାଗୃହ ରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା।ଏହି ବୈଠକ ପ୍ରତି ତିନି ମାସରେ ଗୋଟାଏ ଥର ହୋଇଥାଏ।ଏ ବୈଠକକୁ ସି.ଡି.ପି.ଓ ରାଜଲକ୍ଷ୍ମୀ ଦାସ ଏହି ସଭାରେ ସଭାପତିତ୍ୱ କରୁଥିଲେ।ଆଜିର ଶିଶୁ ଟିଏ କାଲିର ଭବିଷ୍ୟତ।ଶିଶୁ ଆଗେଇଲେ ଦେଶ ଆଗେଇବ, ଶିଶୁମାନେ ହେଉଛନ୍ତି ଏ ଦେଶର ମେରୁଦଣ୍ଡ ଓ ଶିଶୁ ମାନେ ପ୍ରଥମେ ଭଲ ମଣିଷ ହବା ଦରକାର ବୋଲି ଶ୍ରୀଯୁକ୍ତ ମାନ୍ୟବର ବିଧାୟକ ତାଙ୍କର ଅଭିଭାଷଣ ରେ କହିଥିଲେ।ଏଥି ସହିତ ଶିଶୁ ଅଧିକାର, ବାଲ୍ୟବିବାହ ମୁକ୍ତ ସତ୍ୟବାଦୀ, ଚାଇଲଡ଼ ଲେବର ଉଚ୍ଛେଦ,ପୁଅ ଝିଅ ଲିଙ୍ଗଗତ ସମସ୍ୟା କୁ ଶପଥ ପାଠ କରିବା, ଯୌନ ନିର୍ଯାତନା, ଘରୋଇ ହିଂସା ବାବଦରେ ସ୍ୱର ଉତ୍ତୋଳନ କରିବା ବିଷୟରେ ମଧ୍ୟ ଆଲୋଚନା କରାଗଲା।ଏଠି ସହିତ ମଞ୍ଚରେ ମେଡିକାଲ ଅଫିସର ଡ଼.ପ୍ରୀତମ ବାଗ ଡି.ସି.ପି.ଓ,ଉପେନ୍ଦ୍ରବିଶ୍ୱଳ,ରଂଜିତା ଦାଶ, ସଲିଲକୁମାର ଦାଶ ବି. ଇ.ଓ ସତ୍ୟବାଦୀ,ଜିଲ୍ଲା ପରିଷଦ ରତିକାନ୍ତ ମିଶ୍ର ଓ ବିଷ୍ଣୁପ୍ରିୟା ବରାଳ ମଞ୍ଚରେ ଉପସ୍ଥିତ ଥିଲେ।ଏଥି ସହିତ ସମସ୍ତ ଅଙ୍ଗନବାଡି କର୍ମୀ,ଏ.ମ୍ବି.କେ.ସି.ଆର.ପି ଓ ସମସ୍ତ ସରପଞ୍ଚ ମନେ ମଧ୍ୟ ଉପସ୍ଥିତ ଥିଲେ।
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS..
More Stories
ଏସ୍ପି ଙ୍କ ନିର୍ଦେଶ ସତ୍ୟବାଦୀ ପୋଲିସ ର ଚଢ଼ାଉ |
ଚୋରୀ କରି ବନ୍ଧାହେଲେ ମାମଲା ରୁଜୁ କଲା ସତ୍ୟବାଦୀ ପୋଲିସ
କଣାସ ପାଇଁ ଗର୍ବ ଆଣିଲେ ବିନୟ ସବୁଠି ପ୍ରଶଂସା |