ସତ୍ୟବାଦୀ ରେ ଜିଲ୍ଲା ଶିଶୁ ସୁରକ୍ଷା କମିଟି କୁ ସମ୍ବର୍ଦ୍ଧନା |

Love with Khabar Satyabadi

ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS :(ନିପ୍ର) ଗତ ବୁଧବାର ସ୍ଥାନୀୟ ଆଚାର୍ଯ୍ୟ ହରିହର ଶିଶୁଭବନ ପରିସରରେ ପୁରୀ ଜିଲ୍ଲାର  ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କର ବେଞ୍ଚ -ଶିଶୁ ମଙ୍ଗଳ କମିଟିକୁ ସମସ୍ତ ଅନ୍ତବାସୀଙ୍କ ଗହଣରେ ଶିଶୁ ଭବନ ସଦସ୍ୟ ଓ ଅଧିକାରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି । ସୂଚନା ଥାଉକିଗତ ଅଗଷ୍ଟ ୨୩ ରେ  ଭାରତର ୮୦୬ ଗୋଟି ଶିଶୁ ମଙ୍ଗଳ କମିଟି ମାନଙ୍କ ମଧ୍ୟରୁ ପୁରୀ ଜିଲ୍ଲା କମିଟିକୁ ଅଭିନବ ଜ୍ଞାନ କୌଶଳ , ତ୍ୱରାନ୍ୱିତ କାର୍ଯ୍ୟ ସମ୍ପାଦନା , ଅସୁରକ୍ଷିତ ଓ ଅବହେଳିତ ଶିଶୁଙ୍କ ଉନ୍ନତି ପାଇଁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସର୍ବୋତ୍ତମ ଶିଶୁ ସୁରକ୍ଷା କମିଟି ଭାବରେ ସପ୍ତମ ପ୍ଲାନ୍ ଭାବେ ଇଣ୍ଡିଆ ଇମ୍ପାକ୍ଟ ଆୱାର୍ଡ଼ ୨୦୨୪ ସମ୍ମାନ ରେ  ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା କମିଟିର ଅଧକ୍ଷ ଡକ୍ଟର ଅଜିତ୍ କୁମାର ମହାପାତ୍ର ,ସଭ୍ୟ ଉପେନ୍ଦ୍ର ବିଶ୍ଵାଳ , ରୁଧି ସୁନ୍ଦର ମିଶ୍ର , ଦେବଯାନୀ ହିଂମାଶୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଅନୁଷ୍ଠାନର ଉପସଭାପତି  ବିରେନ୍ଦ୍ର ଭୂଷଣ ହୋତା ଏବଂ କାର୍ଯ୍ୟକାରିଣୀ ସଭ୍ୟା  ରାଜଲକ୍ଷ୍ମୀ ଦାସ ,ସଭ୍ୟ ପ୍ରମୋଦ କୁମାର ରଥଙ୍କ ସହ ସମସ୍ତ ସଭ୍ୟ ଓ ସଭ୍ଯା ଜିଲ୍ଲା କମିଟିକୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ସମ୍ବର୍ଦ୍ଧିତ ଉତ୍ସଵରେ  ଅଧକ୍ଷ ଡ. ମହାପାତ୍ର ଶିଶୁ ମାନଙ୍କୁ ଭଲ ମଣିଷ ହେବା  ସହ ସମସ୍ତ କାର୍ଯ ଓ ସମସ୍ତ ଦିଗରେ ନିଜର ପ୍ରତିଭା ବିକାଶ କରିବା ପାଇଁ ପରାମର୍ଶ ଦେଇଥିଲେ । ଶିଶୁ ଭବନ ଅଧିକ୍ଷକ ସୁବୋଧ କୁମାର ସ୍ୱାଇଁ ,   ମିନାକ୍ଷୀ ବାରିକ,   ଶୁଭ୍ରଜୀତା ଶୁଭଦର୍ଶୀନି ,  ଜ୍ୟୋତିରାଣୀ ମିଶ୍ର ,  କବିତା ପାତ୍ର, ଲକ୍ଷ୍ମୀଧର ସାହୁ,  ସ୍ଵର୍ଣ୍ଣ ଲତା ନାୟକ,ପ୍ରମୋଦ କୁମାର ଜେନା  ପ୍ରମୁଖ ଉପସ୍ଥିତ ଥିଲେ ।

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS..