ଖବର ସତ୍ୟବାଦୀ ଓଡିଶା NEWS (ନିପ୍ର )ଗତ ମାସ ଅଗଷ୍ଟ ୩0ରୁ ସେପ୍ଟେମ୍ବର ୧ ୩ ଦିନ ଧରି କଟକ ଯବାହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମ ଠାରେ ଓଡିଶା ଟାଇକୋଣ୍ଡୋ ସଙ୍ଘ ଦ୍ୱାରା ପରିଚାଳିତ ରାଜ୍ୟସ୍ତରୀୟ କିରୋଗୀ ଏବଂ ପୁମସେ ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି l ଏଥିରେ ସାକ୍ଷୀଗୋପାଳ ସ୍ଥିତ ହାନା ଟାଇକୋଣ୍ଡୋ ଏକାଡେମୀ ଶୁକ୍ରବାର ଦିନ ପ୍ରଭୁ ଶ୍ରୀ ଗୋପାଳ ଜି ଙ୍କ ଆଶୀର୍ବାଦ ନେଇ କଟକ ବସ୍ ମାଧ୍ୟମ ରେ ଗସ୍ତ କରିଥିଲେ l ହାନା ଟାଇକୋଣ୍ଡୋ ରୁ 12 ଜଣପ୍ରତିଯୋଗି ଭାଗ ନେଇଥିଲେ |ଏଥିରୁ ୬ ଜଣ ସ୍ଵର୍ଣ ପାଇଥିବା ବେଳେ ୪ ଜଣ ରୋପ୍ୟ ଏବଂ ୨ ଜଣ କାଁସ୍ୟ ପଦକ ପାଇଥିଲେ l ଏବଂ ଯେଉଁ କ୍ରୀଡ଼ାବିତ ମାନେ ସ୍ଵର୍ଣ ପାଇଥିଲେ ସେଇ କ୍ରୀଡ଼ାବିତ ଜାତୀୟ ସ୍ତର ପାଇଁ ଟ୍ରୟାଲ ଦେଇ ୪ ଜଣ କ୍ରୀଡ଼ାବିତ ଜାତୀୟ ସ୍ତର ପାଇ ମନୋନୀତ ହେଇଛନ୍ତି |ଏହି ପ୍ରତିଯୋଗିତା ରେ ୧୮ ଟି ଜିଲ୍ଲା ରୁ ପ୍ରାୟ ୬୦ ଟି ଏକାଡେମୀ ରୁ ୮00 ପ୍ରତିଯୋଗୀ ପ୍ରତିଯୋଗିତା ରେ ଭାଗ ନେଇଥିଲେ ଏହି ପ୍ରତିଯୋଗିତା ୨୮ ଜଣ ଜାତୀୟ ରେଫରୀ ଯଥା ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ,ଓ ଆମ ରାଜ୍ୟ ଓଡିଶା ଏବଂ ଅନ୍ତଜାତୀୟ ସ୍ତର ର ରେଫରୀ ଆସାମ ର ମନୋନୀତ ହେଇଥିଲା l ଏହି ପ୍ରତିଯୋଗିତା କୁ ପରିଚାଳନା କରୁଥିଲେ l ଏହି ପ୍ରତିଯୋଗିତା ସଂପୁର୍ଣ ଖେଳ ଗୁଡିକ ସେନ୍ସର ମାଧ୍ୟମ ରେ ହେଉଥିଲ |ଏହି ପ୍ରତିଯୋଗିତା ରେ ମୁଖ୍ୟ ଅଥିଥି ଭାବେ କ୍ରୀଡା ମନ୍ତ୍ରୀ ସୂଯ୍ୟବଂଶୀ ସ୍ୱରାଜ ଏବଂ ଓଡିଶା ଅଲମ୍ପିକ ସଙ୍ଘ ସାଧାରଣ ସମ୍ପାଦକ ଅଭିଜିତ ପଲ ଅଥିଥି ଭାବେ ପ୍ରତିଯୋଗିତା ଉପସ୍ଥିତ ରହି ଉଷାହିତ କରିଥିଲେ l
କୃତକାଯ୍ୟ ହେଇଥିବା ଛାତ୍ର ଛାତ୍ରୀ ମାନଂକୁ ଏବଂ କୋଚ ଦୀପକ କୁମାର ପ୍ରଧାନ ଙ୍କୁ ରାଜ୍ୟ ସଙ୍ଘ ର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ସମସ୍ତ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି|
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS…
More Stories
ଭୁବନେଶ୍ୱର ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ |
ସଂଗଠନ କୁ ସୃଦୁଢ କରିବାରେ ଲାଗିପଡିଛନ୍ତି ନୂତନ ବିଧାୟକ |
ଆଳିଶ ଅଗ୍ନି ବିପନ୍ନଙ୍କୁ ସହାୟତା ଯଥେଷ୍ଟ ନୁହେଁ:- ପ୍ରସାଦ |ଏସ ଡି ଆର ଏଫ୍ ର ସ୍ଵତନ୍ତ୍ର ସହାୟତା ଆବଶ୍ୟକ