ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS : ସୁଭଦ୍ରା ପାଇଁ ବାଧକ ସାଜିଛି ଆଧାର ବୁଧବାର ଠାରୁ ଆରମ୍ଭ ହୋଇଯାଇଛି ସୁଭଦ୍ରାଯୋଜନା ଆବେଦନ ପକ୍ରିୟା ଏଥିପାଇଁ ସତ୍ୟବାଦୀରେ ଥିବା ଜନସେବା କେନ୍ଦ୍ର,ପୋଷ୍ଟ ଅଫିସ , ବ୍ୟାଙ୍କ ଓ ଆଧାର ସଂଶୋଧନ କେନ୍ଦ୍ରରେ ହିତାଧିକାରୀଙ୍କ ଅସମ୍ଭାଳ ଭିଡ଼।ବିଶେଷକରି ଆଧାର କାର୍ଡରେ ଜନ୍ମ ତାରିଖ ମସିହା ସହ ବ୍ୟାଙ୍କ ଆକାଉଣ୍ଟରେ ମୋବାଇଲ ନମ୍ବର ସଂଯୋଗକୁ ନେଇ ମହିଳାମାନେ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି । ଏପରିକି କିଛି ହିତାଧିକାରୀଙ୍କ କାର୍ଡରେ ଏଭଳି ସମସ୍ୟା ରହିଛି ତାହାର ସମାଧାନ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ହୋଇ ନପାରିବା ସମ୍ଭାବନା ରହିଛି । ତେଣୁ ଏହି ନିୟମକୁ ନେଇ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ବୁଦ୍ଧି ପାଇବାରେ ଲାଗିଛି । ୧୭ ତାରିଖରେ ଯୋଳନର ପ୍ରଥମ କିସ୍ତି ମିଳିବାକୁ ଥିବାରୁ ୧୪ ଦିନ ମଧ୍ୟରେ ଆଧାରରେ ମୋବାଇଲ ନମ୍ବର ସଂଯୋଗ ହୋଇ ପରିବ କି ନାହିଁ ତାକୁ ନେଇ ସାଧାଣରେ ସନ୍ଦେହ ସୃଷ୍ଟିହେଇଛି । ଅନେକ ହିତାଧିକାରୀଙ୍କ ଆଧରକର୍ଡରେ ସ୍ଵାମୀ ଓ ପିତାଙ୍କ ନାମ ବଦଳରେ ଭିନ୍ନ ନାମ ରହିଛି । ଠିନଣାକୁ ନେଇ ମଧ୍ୟ କିଛି
ସମସ୍ୟା ରହିଛି । ତେଣୁ ଅଧାର ସଂଶୋଧନ କେନ୍ଦ୍ରରେ ଏସବୁ ସଂଶୋଧନ କରିବା ପାଇଁ ନିର୍ଦ୍ଦିଷ୍ଟ ନିୟମ ରହିଛି। ଆଧାର ପ୍ରସ୍ତୁତ ସମୟରେ ଯେଉଁ ମୋବାଇଲ୍ ନମ୍ବର ଯୋଡ଼ିଥିଲେ, ତାହା ଏବେ ଅଧିକାଂଶ ଲୋକଙ୍କପାଖରେ ନାହିଁ ଆଧାରକାର୍ଡ, ବ୍ୟାଙ୍କ ଜମା ଖାତା ଓ ମୋବାଇଲ ନମ୍ବର ସୁଭଦ୍ରା ଯୋଜନା ପାଇଁ ଅନିବାର୍ଯ୍ୟ କରାଯାଇଛି । ଗୁରୁପୂର୍ଣ କଥା ହେଉଛି ବ୍ୟାଙ୍କ ଜମା ଖାତା ସହ ଆଧାର ଓ ମୋବାଇଲ ନମ୍ବର ସଂଯୋଗ ଏବଂ ଆଧର ସହ ମୋବାଇଲଇଲ୍ ସଂଯୋଗ ନିଶ୍ଚିତ ଆବଶ୍ୟକ ବୋଲି କୁହାଯାଇଛି। ଏହି ସମସ୍ୟା ନେଇ ସାକ୍ଷୀଗୋପାଳ ଉପ ଡାକଘର ଅଧିକାରୀ ପବିତ୍ର କୁମାର ସ୍ୱାଇଁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି । ମଙ୍ଗଳବାର ଠାରୁ ସାକ୍ଷୀଗୋପାଳ ଡାକ ବିଭା ଘରେ । ଆଧାର କାର୍ଡ ଠିକି କରିବା ପାଇଁ ମହିଳାଙ୍କ ନାହିଁ ନଥିବା ଭିଡ଼ ହେଉଛି|ଏହାକୁ ଲକ୍ଷ କରି ଆମର ଦୁଇଜଣ କର୍ମଚାରୀ ଆଧାର କାର୍ଡ କାମ କରୁଛନ୍ତି । ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏଠାକୁ ଆସୁଥିବା ଅଧିକାଂଶ ମହିଳାଙ୍କ କାର୍ଡରେ ଅନେକ ସମସ୍ୟା ସମାଧାନ କରିବା ପାଇଁ ପଡୁଥିବାରୁ କାର୍ଯ୍ୟ ବିଳମ୍ବ ହେଉଛି । ମଙ୍ଗଳ ଓ ବୁଧ ଦୁଇ ଦିନ ମଧ୍ୟରେ ପ୍ରାୟ ୨୫୦ ଜଣଙ୍କ ଆଧାର କାର୍ଡ ସମସ୍ୟା ସମାଧାନ କରାଯାଇଛି । ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପଞ୍ଜିକରଣ କରିବା ପାଇଁ ଥିବା ବେଳେ । ଆଧାର କାର୍ଡ ତ୍ରୁଟି ଥିବା ଅନେକ ମହିଳା ଏହି ନିୟମରେ ସରଳିକରଣ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS..
More Stories
ପୁରୀ ରେ ମହାଳୟା ପାଇଁ ପ୍ରବଳଭିଡ଼ |ବିଭିର୍ଣ୍ଣ ତୀର୍ଥ ପୁଷ୍କରିଣୀ ରେ ପିଣ୍ଡ ପକାଇଲେ ଶ୍ରଦ୍ଧାଳୁ |
ଶ୍ରୀରାଧା ଜନ୍ମୋତ୍ସବ ୨୦୨୫ ଆରମ୍ଭ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଶ୍ୱଶାନ୍ତି ମହାଜଜ୍ଞ|
ଛାତ୍ର ଛାତ୍ରୀ ଙ୍କ ପାଇଁ ଆଦର୍ଶ ଥିଲେ ଭୋଳାନାଥ ସାର୍