ସ୍ୱାସ୍ଥ୍ୟ ପାଇଁ ଖଜୁରୀ କେତେ ଉପକାରୀ |

Love with Khabar Satyabadi

ଖବର ସତ୍ୟବାଦୀ ଓଡିଶା NEWS : ଆପଣ ଜାଣିଛନ୍ତି ଖଜୁରୀ ଆମ ଶରୀର ପାଇଁ କେତେ ଲାଭଦାୟକ.. ଯଦି ଜାଣିନାହାନ୍ତି ତେବେ ଆସନ୍ତୁ ଜାଣିବା। ଖଜୁରୀ ଏକ ପୌଷ୍ଟିକ ଏବଂ ଟେଷ୍ଟି ଡ୍ରାଏ ଫ୍ରୁଟ। ଯାହାର ସେବନ କାହିଁ କେଉଁ ଯୁଗରୁ କରାଯାଉଛି। ଖଜୁରୀରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ , ଭିଟାମିନ୍‌ ରହିଥାଏ ଯାହା ଶରୀରକୁ ଶକ୍ତି ଦେବା ସହ ରୋଗରୁ ରକ୍ଷା କରିଥାଏ। ବିଶେଷ କରି ଖାଲିପେଟରେ ଖଜୁରୀ ଖାଇଲେ ଚମତ୍କାର ଭାବେ ଲାଭ ମିଳିଥାଏ। ଖଜୁରୀର ଲାଭ ଏତେ ଅଛି ଯେ ଏହାକୁ ଆପଣଙ୍କ ହେଲଦି ଡାଏଟରେ ଆଡ କରିପାରିବେ। ଯଦି କେହି ନିଜ ଶରୀରକୁ ଶକ୍ତିଶାଳୀ କରିବାକୁ ଚାହୁଁଥିବେ ତେବେ ଖଜୁରୀ କୌଣସି ରାମବାଣ ଫଳ ଠାରୁ କମ୍‌ ମଧ୍ୟ ନୁହେଁ। ତେବେ ଆସନ୍ତୁ ଜାଣିବା ଖାଲିପେଟରେ ଖଜୁରୀ ଖାଇବା ଦ୍ୱାରା କେଉଁ କେଉଁ ରୋଗୀଙ୍କୁ ଲାଭ ମିଳିଥାଏ।

ହଜମ ପ୍ରକ୍ରିୟା ସମସ୍ୟା

ଖଜୁରୀରେ ପ୍ରାକୃତିକ ଫାଇବର ମାତ୍ରା ଭରପୁର ଥାଏ। ଯାହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସହଯୋଗ କରିଥାଏ। ପ୍ରତ୍ୟେକ ଦିନ ଖାଲି ପେଟରେ ଖଜୁରୀ ଖାଇଲେ କୋଷ୍ଠକାଠିନ୍ୟ, ଗ୍ୟାସ୍ ଏବଂ ପେଟ ଫୁଲା ଭଳି ସମସ୍ୟା ରୁ ମୁକ୍ତି ମିଳିଥାଏ। ଏଥିସହିତ ମଳ ତ୍ୟାଗରେ ମଧ୍ୟ ସହଜ ହୋଇଥାଏ

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS