ଆଇ ଆଇ ସି ଙ୍କ ବିରୋଧ ରେ ୠଜୁହେଲା ମାମଲା |

Love with Khabar Satyabadi

ଭୁବନେଶ୍ବର: ଖବର ସତ୍ୟବାଦୀ ଓଡିଶା NEWS : ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସହ ଭରତପୁରରୁ ନିଲମ୍ବିତ ହୋଇଥିବା ଅନ୍ୟ ପୋଲିସ କର୍ମଚାରୀଙ୍କ ବିରୋଧରେ ରୁଜୁ ହେଲା ଅପରାଧିକ ମାମଲା । ମାମଲା ରୁଜୁ କଲା କ୍ରାଇମବ୍ରାଞ୍ଚ୍ । ଯୌନ ନିର୍ଯାତନା ଭଳି ସଙ୍ଗୀନ ଦଫାରେ ହେଲା ମାମଲା ରୁଜୁ । ମେଜର ଗୁରୁବଂଶ ସିଂ ଙ୍କ ଲିଖିତ ଏତଲା ଆଧାରରେ ମାମଲା ରୁଜୁ କଲା କ୍ରାଇମବ୍ରାଞ୍ଚ୍ ।ଅପରାଧୀ ଭଳି ଜେରା ହେଲେ ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ତାଙ୍କ ସହଯୋଗୀ । ଗତକାଲି ସାଙ୍ଘାତିକ ଅଭିଯୋଗ ଆଣିଥିଲେ ମେଜରଙ୍କ ବାନ୍ଧବୀ । ପୋଲିସର ବର୍ବରତା କଥା କହିବା ବେଳେ ସେ ଭୋ ଭୋ ହୋଇ କାନ୍ଦିଥିଲେ । ଚରମ ସୀମାରେ ପୋଲିସ ବର୍ବରତା ପହଞ୍ଚିଥିବା ଖବର ଆସିବା ପରେ ଅପରାଧିକ ମାମଲା ରୁଜୁ କଲା କ୍ରାଇମବ୍ରାଞ୍ଚ ।

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS…