ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS ;ଗୋପବନ୍ଧୁ ଜୟନ୍ତିରେ ଉତ୍ସବ ମୁଖର ଜନ୍ମଭୂମି ସୁଆଣ୍ଡୋ,|ଆଜି ପଣ୍ଡିତ ଉତ୍କଳମଣୀ ଗୋପବନ୍ଧୁଙ୍କ ଜନ୍ମ ଜୟନ୍ତି । ଯାହାକୁ ସମଗ୍ର ରାଜ୍ୟ ପାଳନ କରୁଛି । ତେବେ ପୂଣ୍ଣ୍ୟାତ୍ମା ଙ୍କ ଜନ୍ମ ସ୍ଥାନ ପୁରୀ ଜିଲ୍ଲା ସତ୍ୟବାଦୀର ସୁଆଣ୍ଡୋ ଗ୍ରାମ ଆଜି ଉତ୍ସବ ମୁଖର ହୋଇ ଉଠିଥିଲା । ବିିଭିନ୍ନ ରାଜନୈିତିକ ଦଳ ଠାରୁ ପ୍ରାଶାସନ ପର୍ଯ୍ୟନ୍ତ ସମସ୍ତେ ଶ୍ରଦ୍ଧା ସୁମନ ପ୍ରଦାନ କରିବା ସହିତ ଉତ୍କଳରମଣୀଙ୍କୁ ମନେ ପକାଇଥିଲେ ଓଡ଼ିଆ ସାହିତ୍ୟ ଠାରୁ ଆରମ୍ଭ କରି ସ୍ୱାଧିନତା ଆନ୍ଦୋଳନର ମହାନ୍ ପୁରୋଧା ପଣ୍ଡିତ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ପୂଣ୍ଣ୍ୟ ଜନ୍ମ ଜୟନ୍ତି । ପ୍ରଶାସନ ପକ୍ଷରୁ ପୁରୀ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ଜିଲ୍ଲା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସଭାର ଆୟୋଜନ କରାଯାଇ ଗୋପବନ୍ଧୁଙ୍କ ଜୀବନ ବ୍ୟାପୀ ତ୍ୟାଗ ଏବଂ ବଳିଦାନ ସମ୍ପର୍କରେ ଆଲୋକପାତ କରାଯାଇଥିଲା ।
ଗୋପବନ୍ଧୁଙ୍କ ଜନ୍ମ ଜୟନ୍ତିରେ ବିଭିନ୍ନ ରାଜନୈିତିକ ଦଳ ସେମାନଙ୍କ ପରାକାଷ୍ଠା ଦେଖାଇଛନ୍ତି,ବିଜେପି ପକ୍ଷରୁ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ଦଳୀୟ କର୍ମୀମାନଙ୍କୁ ସାଥିରେ ନେଇ ଗୋପବନ୍ଧୁ ଙ୍କ ଜୀବନ ବ୍ୟାପି ତ୍ୟାଗ ଓ ବଳିଦାନ କୁ ମନେ ପକାଇ ଥିଲେ । କଂଗ୍ରେସ ପକ୍ଷରୁ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସର୍ବଧର୍ମ ପ୍ରାର୍ଥନା କରିବା ସହିତ ନାମ ସଂକୀର୍ତନ ମାଧ୍ୟମରେ ଗୋପବନ୍ଧୁଙ୍କ ମନେ ପକାଇଥିଲେ । ସେପଟେ ବିଜେଡ଼ି ପକ୍ଷରୁ ସତ୍ୟବାଦୀ ର ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ ଗୋପବନ୍ଧୁ ଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଦେବା ସହିତ ସତ୍ୟବାଦୀ ରେ ଗୋପବନ୍ଧୁ ଙ୍କ ପୀଠର ବିକାଶ ନବୀନ ବାବୁଙ୍କ ସମୟରେ ହିଁ ହୋଇ ପାରିଛି l ଏହା ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଗୋପବନ୍ଧୁଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ଦେଇ ଆର୍ଶିବାଦ କାମନା କରିଥିଲେ । ଉତ୍କଳମଣୀ ଗୋପବନ୍ଧୁ ଙ୍କ ଜନ୍ମ ଜୟନ୍ତିରେ ଉତ୍ସବ ମୁଖରିତ ହୋଇ ଉଠିଥିଲା ।ସମଗ୍ର ସତ୍ୟବାଦୀ ଅଞ୍ଚଳ ଆଜି ଭଳି ପବିତ୍ର ଦିନରେ ବିଭିନ୍ନ ସାହିଯାତ ର ପରମ୍ପରା ଦେଖିବାକୁ ମିଳିଥିଲା|

More Stories
ତୁଟିଲା ବିବାଦ ଶାନ୍ତି କମିଟି ରେ ସମାଧାନ |
ସତ୍ୟବାଦୀ ମହୋତ୍ସବ ର ଦ୍ୱତୀୟ ସନ୍ଧ୍ୟା ରେ ଝୁମିଲେ ଦର୍ଶକ |
ସତ୍ୟବାଦୀ ମହୋତ୍ସବ ପାଇଁ ଜିଲ୍ଲା ସ୍ଥରୀୟ ବୈଠକ |