ସରିଲା ଅଁଳା ନବମୀ ର ଚୂଡାନ୍ତ ପ୍ରସ୍ତୁତି ବୈଠକ |ସକାଳ ୬ ୩୦ ରୁ ସାହାଣମେଲା ଦର୍ଶନ |

Love with Khabar Satyabadi

ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS :ଶେଷହେଲା ଅଁଳାନବମୀ ଚୂଡାନ୍ତ ପ୍ରସ୍ତୁତି ବୈଠକ, ସକାଳ ୬.୩0ରୁ ସାହାଣ ମେଲା ଦର୍ଶନ ପାଇଁ ସେବାୟତ ଙ୍କ ନିଷ୍ପତି |ପୁରୀ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ବୈଷ୍ଣବ କ୍ଷେତ୍ର ସାକ୍ଷୀଗୋପାଳର ପ୍ରଭୁ ସାକ୍ଷୀଗୋପୀନାଥ ଏବଂ ମା ଶ୍ରୀରାଧାଙ୍କ ଅଁଳାନବମୀ ଓ ବଡ଼ଏକାଦଶୀ ଯାତ୍ରା ଚଳିତ ମାସ ୧୦ ଓ ୧୨ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି |ଜିଲ୍ଲାର ଏହି ଦ୍ଵିତୀୟ ବୃହତମ ଗଣପର୍ବ ଅଁଳାନବମୀ ରେ ବର୍ଷକୁ ମାତ୍ର ଗୋଟିଏ ଦିନ ଓଡ଼ିଆଣୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦିଅନ୍ତି ଜଗଦ୍ଧାତ୍ରୀ ମା ଶ୍ରୀରାଧା ମା ଙ୍କ ଦୁର୍ଲଭ ପାଦ ଦର୍ଶନ ନିମନ୍ତେ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ସହିତ ଶାନ୍ତିଶୃଙ୍ଖଳା ରେ ଯାତ୍ରା ପରିଚାଳନା ନିମନ୍ତେ ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଞ୍ଚସଖା ସ୍ମୃତି ପାଠାଗାର ଠାରେ ସୋମବାର ଅପରାହ୍ନରେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଅଁଳା ନବମୀ ଯାତ୍ରା ର ଅବ୍ୟବହିତ ପୂର୍ବରୁ ମନ୍ଦିର ପ୍ରଶାସନ ପକ୍ଷରୁ ଆୟୋଜିତ ଶେଷ ପ୍ରସ୍ତୁତି ବୈଠକରେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଅଧକ୍ଷତା କରି ସମସ୍ତ କାର୍ଯ୍ୟର ସମୀକ୍ଷା କରିବା ସହିତ ଅଁଳାନବମୀ ଯାତ୍ରା ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ। ଏଥି ସହିତ ଏକ ଶହ କୋଟି ଟଙ୍କା ମଞ୍ଜୁର କରାଯାଇ ବକୁଳବନ ସହିତ ମନ୍ଦିର ଓ ଏହାର ଚାରିପାଖର ବିକାଶ କରାଯିବ।ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ନୀଳମାଧଵ ପାଢ଼ୀ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ବୈଠକରେ ସମ୍ମାନିତ ଅତିଥି ଭାବରେ ସହକାରୀ ଦେବୋତ୍ତର ଆୟୁକ୍ତ ଶିଶିର କୁମାର ସାହୁ ଯୋଗ ଦେଇ ଦେବ ନୀତି ନିର୍ଘଣ୍ଟ ଓ ସେବାୟତ ମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ | ପ୍ରାରମ୍ଭିକ ଆଲୋଚନା ରେ ଦେବନୀତି ନିର୍ଘଣ୍ଟ ସମ୍ପର୍କରେ ସେବାୟତ ସଙ୍ଘ ସଭାପତି ଅଶୋକ ଖୁଣ୍ଟିଆ , ଉପସଭାପତି ସଞ୍ଜୟ ନନ୍ଦ ପ୍ରମୁଖଙ୍କ ସହିତ ସଦସ୍ୟ ଓ ବରିଷ୍ଠ ସେବାୟତ ମାନେ ଯୋଗ ଦେଇ ଦେବ ନୀତି ନିର୍ଘଣ୍ଟ ସମ୍ପର୍କରେ ସୂଚନା ଦେଇଥିଲେ। ନୀତି ନିର୍ଘଣ୍ଟ ଅନୁଯାୟୀ ଅଁଳାନବମୀ ପୂର୍ବ ରାତ୍ର ୧ ଘଟିକା ରୁ ମନ୍ଦିର ଦ୍ୱାର ଉନ୍ମୋଚନ କରାଯାଇ ଦେବ ନୀତି ସମ୍ପର୍ଣ ସହିତ ସେବାୟତ ପରିବାର, ମନ୍ଦିର କର୍ମଚାରୀ ମାନଙ୍କ ଦର୍ଶନ ପରେ ସକାଳ ଘ ୬.୩0 ମିନିଟରୁ ସାହାଣ ମେଲା ଦର୍ଶନ ଆରମ୍ଭ କରାଯିବ ବୋଲି କହିଥିଲେ | ବିଧାୟକ ଶ୍ରୀ ମିଶ୍ର ଓ ଉପଜିଲ୍ଲାପାଳ ଶ୍ରୀ ପାଢ଼ୀ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଶାନ୍ତିଶୃଙ୍ଖଳା ଓ ଯାନବାହାନ ନିୟନ୍ତ୍ରଣ, ବାରିକେଡ଼ ନିର୍ମାଣ, ରାସ୍ତା ଘାଟ ମରାମତି, ଅବିରତ ବିଦ୍ୟୁତ ଯୋଗାଣ ସହିତ ମନ୍ଦିର ଓ ରାସ୍ତା ଘାଟ, ଫୁଡ ସେଫଟି, ସି ସି କ୍ୟାମେରା , ଆଲୋକୀକରଣ ବ୍ୟବସ୍ଥା, ସ୍ୱାସ୍ଥ୍ୟ ପରିମଳ ସହିତ ଜରୁରୀ କାଳୀନ ଆମ୍ବୁଲାନ୍ସ ବ୍ୟବସ୍ଥା, ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା,ପାନୀୟ ଜଳ, ମନ୍ଦିର, ପ୍ରିଭିଲେଜ , ଡ୍ୟୁଟି ଓ ଗାଡି ପାସ ବ୍ୟବସ୍ଥା ସହିତ ବଜାର ଅଞ୍ଚଳ ଏବଂ ପଞ୍ଚସଖା ପଡିଆ ସଫେଇ ଆଦି କାର୍ଯ୍ୟର ଅଗ୍ରଗତିର ଶେଷ ପ୍ରସ୍ତୁତି ସମ୍ପର୍କ ରେ ସମୀକ୍ଷା କରିଥିଲେ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠି ଯୋଗ ଦେଇ ବିଭାଗ ପକ୍ଷରୁ ସୂଚନା ପ୍ରଦାନ ସହିତ ଏକ ଆଧ୍ୟାତ୍ମିକ ଚେତନା କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଶ୍ରୀ ରାଧା ଉତ୍ସବ ରେ ୩ ଦିନ ବ୍ୟାପି ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ ବୈଠକର ଆୟୋଜନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଙ୍କ ପ୍ରତିନିଧି ତ୍ରିଲୋଚନ ରଥ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ଦତ୍ତ ପତି, ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିରଞ୍ଚି ନାରାୟଣ ପତି,ବ୍ଲକ ଅଧକ୍ଷ ସୁନିଲ କୁମାର ପଣ୍ଡା,ଟ୍ରଷ୍ଟ ବୋର୍ଡ ସଭାପତି ପ୍ରତାପ ମହାପାତ୍ର, ସତ୍ୟବାଦୀ ପ୍ରଶାସନ ପକ୍ଷରୁ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ,ବିଡ଼ିଓ ଲିପ୍ସା ରାୟ, ଆଇଆଇସି ଉମେଶ ଚନ୍ଦ୍ର ସାହୁ , ଆର ଏମ ସି ସମ୍ପାଦକ ଜିତେନ୍ଦ୍ର କୁମାର ଦାଶ ,ସ୍ୱାସ୍ଥ୍ୟ ଅଧିକାରୀ ଡ଼. ଦେବାଶିଷ ନାୟକ , ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ବିଦ୍ୟୁତ ବିଭାଗ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀ ସହିତ ସ୍ଥାନୀୟ ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି,ସମିତି ସଭ୍ୟ ଦୀପକ ଶତପଥୀ, ମୂଳ ଅଳସା ପଞ୍ଚାୟତ ପୂର୍ବତନ ସରପଞ୍ଚ ଶଙ୍କର୍ଷଣ ପ୍ରଧାନ,ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ତହସିଲଦାର ଶ୍ରୀ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ମନ୍ଦିରର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ଆୟୋଜନ ରେ ସହଯୋଗ କରିଥିଲେ।

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS..