ଖବର ସତ୍ୟବାଦୀ ଓଡିଶା NEWS.(ନିପ୍ର) ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ନିଲମ୍ବିତ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ କ୍ରମେ ପୁରୀ ଜିଲ୍ଲା ଶ୍ରୀ ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ବବାସୀ ତ୍ରିପାଠୀ ଙ୍କୁ ରାଜ୍ୟ ଦେବୋତ୍ତର କମିଶନର ନିଲମ୍ବିତ କରିଛନ୍ତି। ତୁରନ୍ତ ସତ୍ୟବାଦୀ ତହସିଲଦାର ତଥା ମନ୍ଦିର ପରିଚାଳନା କମିଟି ସଭାପତିଙ୍କୁ ଦାୟିତ୍ଵ ହସ୍ତାନ୍ତର କରିବି କୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ କି, ଗତ ୨୦୨୨ ମସିହାରେ ଦେବୋତ୍ତର ବିଭାଗ ଶ୍ରୀ ତ୍ରିପାଠୀ ଙ୍କୁ ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଏକବର୍ଷ ପାଇଁ ନିଯୁକ୍ତି ଦେଇଥିଲେ। ସେ ଏହି ମନ୍ଦିର ରେ ସେ ପୂର୍ବରୁ କାର୍ଯ୍ୟନିର୍ବାହୀ ଅଧିକାରୀ ରହିଥିବା ବେଳେ ମାସିକ ୫ ହଜାର ଟଙ୍କାର ବେତନ ପାଉଥିବା ବେଳେ ୨ ୟ ଥର ନିଯୁକ୍ତି ସମୟରେ ସେ ବିନା ବେତନ ରେ କାମ କରିବାକୁ ଚୁକ୍ତିବଦ୍ଧ ହୋଇ ନିଯୁକ୍ତି ହାତେଇ ଥିଲେ। ଜାତୀୟ ପେନସନ ଯୋଜନାର ଜଣେ ଭିନ୍ନକ୍ଷମ ହିତାଧିକାରୀ ଭାବରେ ସେ ଭତା ଗ୍ରହଣ କରୁଥିବା ବେଳେ ଅନ୍ୟର ସାହାର୍ଯ୍ୟ ନେଇ ଦୈନିକ କାର୍ଯ୍ୟାଳୟକୁ ୪ ଥର ଆସିବା ଯିବା ଖର୍ଚ୍ଚ କେଉଁଠୁ ଭରଣା କରୁଥିଲେ ବୋଲି ଉଚ୍ଚ ସ୍ତରୀୟ ଅଭିଯୋଗ ହୋଇଥିଲା। ଏପରିକି ମନ୍ଦିର ପରମ୍ପରା ନୀତି ବିରୁଦ୍ଧରେ କାର୍ଯ୍ୟ କରିବା ନେଇ ସେବାୟତ ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା। କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଆର୍ଥିକ ଅନିୟମିତତା ଓ ନମାନି ବିରୁଦ୍ଧରେ ଗଣ ମାଧ୍ୟମରେ ଖବର ପ୍ରସାରିତ ହେବା ସତ୍ତ୍ୱେ ଅଁଳା ନବମୀ ଯାତ୍ରା ରେ ବ୍ୟାପକ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଏସବୁ ଲମ୍ବା ଅଭିଯୋଗର କାରଣ ଦର୍ଶାଇ ଦେବୋତ୍ତର ବିଭାଗ ଶ୍ରୀ ତ୍ରିପାଠୀ ଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବା ସହିତ ନିର୍ଦ୍ଧାରିତ ସମୟ ପୂର୍ବରୁ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଏସମ୍ପର୍କରେ ସତ୍ୟବାଦୀ ତହସିଲଦାର ଙ୍କୁ ଲିଖିତ ସୂଚନା ମିଳିଛି ବୋଲି ତହସିଲଦାର ସନ୍ତୋଷ ପାଣିଗ୍ରାହୀ କହିଛନ୍ତି।
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS…
More Stories
ପୁରୀ ରେ ମହାଳୟା ପାଇଁ ପ୍ରବଳଭିଡ଼ |ବିଭିର୍ଣ୍ଣ ତୀର୍ଥ ପୁଷ୍କରିଣୀ ରେ ପିଣ୍ଡ ପକାଇଲେ ଶ୍ରଦ୍ଧାଳୁ |
ଶ୍ରୀରାଧା ଜନ୍ମୋତ୍ସବ ୨୦୨୫ ଆରମ୍ଭ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଶ୍ୱଶାନ୍ତି ମହାଜଜ୍ଞ|
ଛାତ୍ର ଛାତ୍ରୀ ଙ୍କ ପାଇଁ ଆଦର୍ଶ ଥିଲେ ଭୋଳାନାଥ ସାର୍