ଅଳଗୁମ୍ ଠାରେ ପାଲାଗାୟକ ମଣ୍ଡଳୀ ର ୭ମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ |

Love with Khabar Satyabadi

ସାକ୍ଷୀଗୋପାଳ (ଭରତ ରାଉତ) : ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦର ଉପଶାଖା ସତ୍ୟବାଦୀ ପାଲାଗାୟକ ମଣ୍ଡଳର ୭ମ ସାମ୍ଵତ୍ସରିକ ସମ୍ମିଳନୀ ଅଳଗୁମର ପ୍ରସିଦ୍ଧ ଶକ୍ତିପୀଠ ମା ଜାଗେଶ୍ଵରୀଙ୍କ ବେଢ଼ାରେ ଅନୁଷ୍ଠିତ ହୋଇଯାଇଛି।ପୂର୍ବାହ୍ନରେ ମଣ୍ଡଳର ସ୍ଥାୟୀ ସଭାପତି ବିଶିଷ୍ଟ ସାହିତ୍ୟିକ, ଗବେଷକ ଗାୟକ ଜ୍ଞାନସାଗର ଗୁରୁ ସଚ୍ଚିଦାନନ୍ଦ ମହାପାତ୍ରଙ୍କୁ ମଞ୍ଚ ଉପରେ ପାରମ୍ପରିକ ରୀତିରେ ସଦସ୍ୟ ମାନଙ୍କ ଦ୍ଵାରା ପୂଜନ କରାଯିବା ପରେ ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା।ମୁଖ୍ୟ ଅତିଥି ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡାଙ୍କ ସହ ଗାୟକ ବିଦ୍ୟାବାରିଧି ନିରଞ୍ଜନ ବାହିନୀପତି, ବରିଷ୍ଠ ଗାୟକ ରମାକାନ୍ତ ମିଶ୍ରଶର୍ମା,ସ୍ଥାନୀୟ ସରପଞ୍ଚ ସରସ୍ଵତୀ ବିଶ୍ଵାଳ, ସମିତି ସଭ୍ୟା ପୁଷ୍ପଲତା ବିଶ୍ଵାଳ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।ଆୟୋଜକ ଅନୁଷ୍ଠାନ ସଭାପତି ବିଶ୍ଵନାଥ ବିଶ୍ଵାଳ ଅଧ୍ୟକ୍ଷତା କରିଥିଲେ।ଏହାପରେ ମଣ୍ଡଳ ସଦସ୍ୟ ଓ ଜିଲ୍ଲା ପାଲାଗାୟକ ପରିଷଦର ପ୍ରତିନିଧିମାନଙ୍କ ଉପସ୍ଥିତିରେ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା।ସନ୍ଧ୍ୟାରେ ଅନୁଷ୍ଠିତ ସାଧାରଣ ସଭା ଓ ସମ୍ବର୍ଦ୍ଧନା ପର୍ବରେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଓମପ୍ରକାଶ ମିଶ୍ରଙ୍କ ସହ ଖ୍ୟାତନାମା ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ସାହିତ୍ୟିକ ଓ ସମାଜସେବୀ ଡ଼ାକ୍ତର ରବିନାରାୟଣ ପଣ୍ଡା,ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ନୀରୋଦ କୁମାର ଦାସ, ଗାୟକ ଜ୍ଞାନସାଗର ଗୁରୁ ସଚ୍ଚିଦାନନ୍ଦ ମହାପାତ୍ର, ଅଖଣ୍ଡ ପୁରୀ ଜିଲ୍ଲା ପାଲାଗାୟକ ପରିଷଦ ସଭାପତି ଗାୟକବ୍ୟାସ ଲକ୍ଷ୍ମୀଧର ଦାସ, ଅର୍କ ମଣ୍ଡଳ ସଂପାଦକ ଗାୟକ ମଙ୍ଗରାଜ ବିଶ୍ଵାଳ,ଗାୟକ ବିଦ୍ୟାବାରିଧି ନିରଞ୍ଜନ ବାହିନୀପତି,କବି ଓ ସମାଜସେବୀ ପାଣ୍ଡବ ମହାରଣା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ସ୍ଵୀୟ ପ୍ରତିଭା ବଳରେ ପାଲାଜଗତକୁ ଋଦ୍ଧିମନ୍ତ କରିଥିବା ବିଶିଷ୍ଟ ଗାୟକ, ବାୟକ ଓ ସଙ୍ଗୀତ ପାଳିଆ, ସମାଜସେବୀ, ସାମ୍ବାଦିକ ଭରତ ରାଉତ, ଅମର ଶତପଥି ଓ ମନୋରଞ୍ଜନ ପ୍ରଧାନ ପ୍ରମୁଖଙ୍କୁ ସଭାମଞ୍ଚରେ ଅତିଥି ମାନଙ୍କ ଦ୍ଵାରା ସମ୍ଵର୍ଦ୍ଧିତ କରାଯାଇଥିଲା।ସମ୍ପାଦକ ରମେଶ ଚନ୍ଦ୍ର ପଲେଇ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।ବିଶିଷ୍ଟ ସାହିତ୍ୟିକ, ଜ୍ୟୋତିର୍ବିଦ ଓ ଗବେଷକ ଦେବୀପ୍ରସାଦ ମହାପାତ୍ର ଓ ବ୍ରହ୍ମଗିରି ବ୍ଲକ କଳାସଂସ୍କୃତି ସଂଘ ଉପସଭାପତି ପଣ୍ଡିତ ପ୍ରିୟପ୍ରସାଦ ମିଶ୍ର ସଭା ସଂଯୋଜନା କରିଥିଲେ।ସତ୍ୟବାଦୀ ମଣ୍ଡଳର ସଦସ୍ୟ ଗାୟକ ଅକ୍ଷୟ କୁମାର ମହାପାତ୍ର, ଗାୟକ ଲିଙ୍ଗରାଜ ପ୍ରଧାନ(ପୂର୍ଣ୍ଣ) ଓ ଗାୟିକା ଦିଗଦର୍ଶିକା ସୁଭଦ୍ରା ନାୟକ ସହଯୋଗିତା ପାଲା ପରିବେଷଣ କରିଥିଲେ।ଅଳଗୁମର ଦୁଇ ଦିବଙ୍ଗତ ପ୍ରଖ୍ୟାତ ଗାୟକ ସ୍ଵର୍ଗତ ବନମାଳୀ ପଣ୍ଡା ଓ ସ୍ଵର୍ଗତ ମାଧବ ଚନ୍ଦ୍ର ନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ସମ୍ମିଳନୀକୁ ଉତ୍ସର୍ଗ କରାଯାଇଥିଲା।ପ୍ରତାପ କୁମାର ପ୍ରଧାନ,ବିଜୟ ଚନ୍ଦ୍ର ସାମନ୍ତରାୟ,ସଦାଶିବ ବରାଳ,ରବିନାରାୟଣ ବେହେରା, ଦୀପ୍ତିରଞ୍ଜନ ପରିଡ଼ା ଙ୍କ ସମେତ ମଣ୍ଡଳର ପ୍ରମୁଖ ସଦସ୍ୟ ସଦସ୍ୟା ଆୟୋଜନରେ ସହାୟତା କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ପ୍ରକାଶ କୁମାର ବଡ଼ଜେନା।

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS..