ସାକ୍ଷୀଗୋପାଳ ଖବର ସତ୍ୟବାଦୀ ଓଡିଶା NEWS.ଭାଷା ସାହିତ୍ୟ କ୍ଷେତ୍ରରେ ଭାରତ ବର୍ଷର ଅଗ୍ରଣୀ ସାହିତ୍ୟ ସଙ୍ଗଠନ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ସାହିତ୍ୟ ସମ୍ବର୍ଦ୍ଧନ ଯାତ୍ରା ପୁରୀ ଠାରେ ୩୦ ନଭେମ୍ବର ୨୦୨୪ ପ୍ରାତଃ ୯ ଘଟିକାରୁ ଆରମ୍ଭ ହୋଇ ୧ ଡିସେମ୍ବର ୨୦୨୪ ଅପରାହ୍ଣ ୦୭ ଟାରେ ଗୋପବନ୍ଧୁଙ୍କ ସମଧିପୀଠ ସାକ୍ଷୀଗୋପାଳଠାରେ ଉଦ୍ଜାପିତ ହୋଇଯାଇଛି। ପ୍ରଥମ ଦିବସରେ ଓଡ଼ିଶାର ୧୫ ଟି ଜିଲ୍ଲାରୁ ଆସିଥିବା ଵିଶିଷ୍ଟ ସାହିତ୍ୟିକ, ଅଧ୍ୟାପକ,କବି, ପ୍ରାବନ୍ଧିକ, ସ୍ତମ୍ଭକାର ଓ ଗବେଷକମାନେ ପୁରୀ ଗୁଣ୍ଡିଚା ମନ୍ଦିର ସନ୍ନିକଟ ଶ୍ରୀ ଚୈତନ୍ୟ ଚନ୍ଦ୍ରାଶ୍ରମ ପରିସରରେ ସମବେତ ହୋଇ ଏ କାର୍ଯ୍ୟକ୍ରମର ଉଦ୍ଘାଟନ ଉତ୍ସବରେ ଯୋଗ ଦେଇଥିଲେ। ଏହି ଉତ୍ସବ ପୁରୀର ବିଶିଷ୍ଟ ବୁଦ୍ଧିଜୀବୀ ଶ୍ରୀଯୁକ୍ତ ପ୍ରଳୟ କୁମାର ନନ୍ଦ, ତିରୁପତି କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଶ୍ରୀଯୁକ୍ତ ସତ୍ୟ ନାରାୟଣ ଆଚାର୍ଯ୍ୟ ଏବଂ ପରିଷଦର ଉପାଧ୍ୟକ୍ଷ ଡକ୍ଟର ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଦ୍ଵାରା ଉଦ୍ଘାଟିତ ହୋଇଥିଲା। ପରିଷଦ ର ଅଧ୍ୟକ୍ଷ ଡ ଅଭୟ ନାୟକ, ସମ୍ପାଦକ ଡ ସନ୍ତୋଷ କୁମାର ମହାପାତ୍ର, ହରେକୃଷ୍ଣ ପଣ୍ଡା ଓ ରାଜ୍ୟ ସଂଯୋଜକ ନାରାୟନ ନାୟକ ଙ୍କ ତତ୍ତ୍ୱ୍ବା ବଧାନ ରେ ପ୍ରଥମେ ଓଡ଼ିଶାର ପ୍ରାତଃ ସ୍ମରଣୀୟ ମହାପୁରୁଷ ଜଗନ୍ନାଥ ଦାସଙ୍କର ଜନ୍ମପୀଠ କପିଳେଶ୍ୱରପୁର ଶାସନକୁ ସାହିତ୍ୟିକମାନେ ଯାତ୍ରା କରି ସେଠାକାର ଗ୍ରାମ, ଗ୍ରାମର ପରିବେଶ, ଗ୍ରାମର ସମାଜିକ ସ୍ଥିତି, ଚଳଣି, ଗ୍ରାମର ବରିଷ୍ଠ ବୁଦ୍ଧିଜୀବୀ ଏବଂ ମୁରବିମାନଙ୍କ ସହିତ କଥାବାର୍ତ୍ତା କରି ମହାପ୍ରଭୁ ଜଗନ୍ନାଥ ଦାସଙ୍କର ଉତ୍କଳ ପାଇଁ ଅବଦାନ ସମ୍ପର୍କରେ ତାଙ୍କର ପୀଠରେ ଆଲୋଚନା କରିଥିଲେ। ଆନନ୍ଦର ବିଷୟ ସେହି ଗ୍ରାମର କତିପୟ ଯୁବକ ସାହିତ୍ୟିକ ମାନଙ୍କୁ ସ୍ୱାଗତ କରିବା ପୂର୍ବକ ବର୍ତ୍ତମାନ ପର୍ଯ୍ୟନ୍ତ ଯୁଗ ପୁରୁଷ ଙ୍କ ଜନ୍ମପୀଠ କିପରି ଅବହେଳାର ଶିକାର ହେବା ସହ ବିବିଧ ବିଷୟ ସମ୍ପର୍କରେ ଭାବର ଆଦାନ ପ୍ରଦାନ ହୋଇଥିଲା।
ଏହା ପରେ ସାହିତ୍ୟିକମାନେ ମହାପୁରୁଷ ଜଗନ୍ନାଥ ଦାସଙ୍କ ସାଧନା ପୀଠ ବାସେଳୀ ସାହି ସ୍ଥିତ ବଡ଼ ଓଡ଼ିଆ ମଠ ଓ ସାତ ଲହଡ଼ି ମଠକୁ ଯାତ୍ରା କରିଥିଲେ। ଉପରୋକ୍ତ ଦୁଇ ମଠର ଜରାଜୀର୍ଣ୍ଣ ଅବସ୍ଥା ଦେଖି ମନ ବଡ଼ ଭାରାକ୍ରାନ୍ତ ହୋଇଥିଲା ଏବଂ ସମସ୍ତ ସାହିତ୍ୟିକ ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ।
ଦ୍ଵିତୀୟ ଦିନର ପ୍ରାରମ୍ଭରେ ସାହିତ୍ୟିକମାନେ ପୁରୀ ନଗରର ଅନ୍ୟାନ୍ୟ ବୁଦ୍ଧିଜୀବୀଙ୍କ ସହିତ ପଞ୍ଚସଖା ଯୁଗର ଅଗ୍ରଜ ସାଧକ କୃପାସିଦ୍ଧା ବଳରାମ ଦାସଙ୍କ ସାଧନାର ପୀଠ ସମଗରା ପାଟକୁ ଯାତ୍ରା କରିଥିଲେ। ସେଠାକୁ ଯିବାପାଇଁ ରାସ୍ତା ନଥିବା, ତତସହିତ ତାହାର ଅବହେଳିତ ଅବସ୍ଥା ଦେଖି ସମସ୍ତ ସାହିତ୍ୟିକ ଦୁଃଖ ପ୍ରକାଶ କରିଥିଲେ। ସେଠାରୁ ସାହିତ୍ୟିକମାନେ ବକୁଳ ବନବିଦ୍ୟାଳୟ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସତ୍ୟବାଦୀ ଦାଶ ଙ୍କ ପ୍ରତ୍ୟକ୍ଷ ସହଯୋଗ ରେ ଯାତ୍ରା କରିଥିଲେ ଗୋପବନ୍ଧୁଙ୍କ ଜନ୍ମଭୂମି ସୁଆଣ୍ଡୋକୁ। ଯାହାହେଉ ସେଠାରେ ସରକାରଙ୍କ ଦ୍ୱାରା ବହୁ କାର୍ଯ୍ୟ ହୋଇଥିବାରୁ ସମସ୍ତେ ଆନନ୍ଦ ପ୍ରକଟ କରିଥିଲେ। ସେଠାରୁ ସାହିତ୍ୟିକମାନେ ସତ୍ୟବାଦୀଠାରେ ଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ଯାଇଥିଲେ। କୁଳପତି ଡ. ସବିତା ପ୍ରଧାନଙ୍କ ସହିତ ଓଡ଼ିଆ ଭଷା ସାହିତ୍ୟ ଓ ଗବେଷଣା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। କୁଳପତିଙ୍କ ପ୍ରଶଂସନୀୟ କାର୍ଯ୍ୟ ପାଇଁ ପରିଷଦ ପକ୍ଷରୁ କୁଳପତିଙ୍କୁ ଧନ୍ୟବାଦ ଦିଆଯାଇଥିଲା। ସେଠାରୁ ସାକ୍ଷୀଗୋପାଳ ମନ୍ଦିର ଓ ପଞ୍ଚସଖାଙ୍କ ସମାଧି ପୀଠ ଦର୍ଶନ କରି ସାହିତ୍ୟ ଯାତ୍ରା ସମାପ୍ତ ହୋଇଥିଲା।ପରିଶେଷରେ ନିମାପଡା ରୁ ଯୋଗଦାନ କରିଥିବା ବରିଷ୍ଠ ଗବେଷକା ଡ ପ୍ରମୋଦିନୀ ଜେନା ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ।
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା… NEWS

More Stories
ତୁଟିଲା ବିବାଦ ଶାନ୍ତି କମିଟି ରେ ସମାଧାନ |
ସତ୍ୟବାଦୀ ମହୋତ୍ସବ ର ଦ୍ୱତୀୟ ସନ୍ଧ୍ୟା ରେ ଝୁମିଲେ ଦର୍ଶକ |
ସତ୍ୟବାଦୀ ମହୋତ୍ସବ ପାଇଁ ଜିଲ୍ଲା ସ୍ଥରୀୟ ବୈଠକ |