ପୁରୀ :ଖବର ସତ୍ୟବାଦୀ NEWS( ନିପ୍ର) ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ଏବଂ ନୌସେନା ଦିବସ ଦେଖିବାକୁ ଆସୁଥିବା ଦର୍ଶକମାନେ ତାଳବଣିଆ ଏବଂ ଷ୍ଟ୍ରଲିଙ୍ଗ ଛକ ନିକଟରେ ପାର୍କିଂ ବ୍ୟବସ୍ଥା ହୋଇଛି । ଦର୍ଶକମାନେ ପୁରୀ ବେଳାଭୂମିର ଦିଗବାରେଣୀ ଛକରୁ ଷ୍ଟର୍ଲିଂ ଛକ ଯାଏ ଥିବା ବେଳାଭୁମିରେ ଉପସ୍ଥିତ ରହି ନୌସେନା ଦିବସ ଦେଖିପାରିବେ । ଯେଉଁମାନେ ଭୁବନେଶ୍ଵରରୁ ଚାରି ଚକିଆରେ ଆସିବେ ସେମାନେ ମାଳତୀପାଟପୁରରେ ଥିବା ରେଳୱେ ଓଭରବ୍ରିଜ ଦେଇ ତାଳବଣିଆ ପାର୍କିଂରେ ଗାଡି ରଖିବେ । ଦୁଇ ଚକିଆ ଗାଡିକୁ ମାଳତୀପାଟପୁର, ବାଟଗାଁ , ମଙ୍ଗଳା ଘାଟ ଦେଇ ପୁରୀ ବିଚର ଷ୍ଟଲିଙ୍ଗରେ ଥିବା ପାର୍କିଂରେ ଗାଡି ରଖିବେ । କୋଣାର୍କରୁ ଆସିଥିବା ଯାତ୍ରୀ ତାଳବଣିଆରେ ଗାଡି ରଖିବେ । ବ୍ରହ୍ମଗୀରିରୁ ଆସିଥିବା ଯାତ୍ରୀ ପୁରୀ ବିଚର ଷ୍ଟରଲିଂ ଠାରେ ଗାଡି ରଖିବେ ।
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS..

More Stories
ଓଡ଼ିଆ ବିଶ୍ୱବିଦ୍ୟାଳୟରେ ‘ଜାତୀୟ ସେବା ଯୋଜନା ଶାଖାର ଶୀତକାଳୀନ ସ୍ବତନ୍ତ୍ର ଶିବିର ଉଦ୍ଘାଟିତ*
ଆସନ୍ତା ନବବର୍ଷ ପାଇଁ ପୁରୀ ପୋଲିସ ର ବ୍ୟାପକ ପ୍ରସ୍ତୁତି |
ରାଜକିଶୋର ସ୍ୱାଇଁ ହେଲେ ପିପିଲି ଜେ ଏଫ ଏମ ସି କୋର୍ଟ ର ସରକାରୀ ଓକିଲ |