ସତ୍ୟବାଦୀ ମହୋତ୍ସବ ସରିଲାପ୍ରଥମ ପ୍ରସ୍ତୁତି ବୈଠକ|

Love with Khabar Satyabadi

ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ସତ୍ୟବାଦୀ ର ଐତିହ୍ୟ କୁ ନେଇ ସତ୍ୟବାଦୀ ମହୋତ୍ସବ |ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ମହାମାୟା ସାଇ ନିକଟ ଏକ ମଣ୍ଡପରେ  ସତ୍ୟବାଦୀ ମହୋତ୍ସବ  ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହୌଉତ୍ସବର ଆବାହକ ଦୀପକ ଶତପଥି ଅଧ୍ୟକ୍ଷତା
କରିଥିଲେ । ମହୋଉତ୍ସବ ର  ସଭାପତି ଜାନକୀ ବଲ୍ଲଭ ମିଶ୍ର, ସଂପାଦକ ଜାନକୀ ବଲ୍ଲଭ ବରାଳ ସଭ୍ୟ ତଥା ଜିଲ୍ଲା ପରିଷଦ ପ୍ରତିନିଧି ରଞ୍ଜନ କୁମାର ବରାଳ, ଶଙ୍କର୍ଷଣ ପ୍ରଧାନ, ପ୍ରାଚୁର୍ଯ୍ୟ ହୋତା, ଶରତ ଚନ୍ଦ୍ର ମହାପାତ୍ର, ତନ୍ମୟ ପଣ୍ଡା , ରାଜକିଶୋର ସେନାପତି , ଭଗବାନ ବେହେରା , କାପୁନା ରଥ,ଙ୍କ ସହିତ ଅନ୍ୟ ମନେ ଉପସ୍ଥିତ ରହିଥିଲେ ।  ଆସନ୍ତା ୨୦୨୫ ଫେବୁଆରି ୯ , ୧୦ , ୧୧ ,  ଅନୁଷ୍ଠିତ ହେବବୋଲି ବୈଠକରେ ନିଷ୍ପତି ହୋଇଛି । ବଲିଉଡ ଓ ଓଲିଉଡର ପ୍ରତିଷ୍ଠିତ କଳାକାର ମନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବେ ନିମନ୍ତେ ସ୍ଥିର କରାଯାଇଛି। ଓଡ଼ିଶାର  ସାହିତ୍ୟ , ସଂସ୍କୃତି ଓ ପରମ୍ପରା ଉପରେ ଆଧାରିତ ଭିର୍ଣ୍ନ ଭିର୍ଣ୍ନ କାର୍ଯ୍ୟକ୍ରମର    ଜୀବନ୍ତ ଚିତ୍ରଣ ଏହି ମଞ୍ଚରେ ଦେଖିବାକୁ ମିଳିବ ବୋଲି ଅନୁଷ୍ଠାନର ଆବାହକ ଦୀପକ ଶତପଥୀ ପ୍ରକାଶ କରିଛନ୍ତି ।

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS..