ଭୁବନେଶ୍ୱର ଖବର ସତ୍ୟବାଦୀ ଓଡିଶା NEWS (ନିପ୍ର )ଆଜି ଭୁବନେଶ୍ବରର କଳିଙ୍ଗ ଷ୍ଟାଡିଅମ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭାରତ ଗୋପୀଚନ୍ଦ ଓଡିଶା ବ୍ୟାଡମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର ଉଦ୍ଘାଟନ କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ଡଃ ହିମନ୍ତ ବିଶ୍ବଶର୍ମା ଏବଂ ବିଶିଷ୍ଟ ବ୍ୟାଡମିଣ୍ଟନ ଖେଳାଳୀ ଶ୍ରୀ ପୁଲେଲା ଗୋପୀଚନ୍ଦ ପ୍ରମୁଖ ଉପସ୍ଥିତ ଥିଲେ |୭୭ ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ନିର୍ମିତ ହୋଇଥିବା ଏହି ଇଣ୍ଡୋର ହାଇ ପରଫରମାନ୍ସ ସେଣ୍ଟରରେ ୪୦୦ ଦର୍ଶକଙ୍କ ପାଇଁ ବସିବା ସୁବିଧା ସହିତ ୮ଟି ଶୀତତାପ ନିୟନ୍ତ୍ରିତ ବ୍ୟାଡମିଣ୍ଟନ କୋର୍ଟ ରହିଛି । ଏଥିରେ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନର ସୁବିଧା କରାଯାଇଛି । ଏଥିସହିତ ଏହି ସେଣ୍ଟରରେ ୩୬ ଜଣ ଖେଳାଳୀ ରହିଲା ଭଳି ଅତ୍ୟାଧୁନିକ ସୁବିଧାସୁଯୋଗ ମଧ୍ୟ ବିକଶିତ କରାଯାଇଛି । ୨୦୦ ସିଟ୍ ବିଶିଷ୍ଟ ଏକ ଆମ୍ଫିଥିଏଟର ସହିତ ଏହି ସେଣ୍ଟରଟିକୁ ବ୍ୟାଡମିଣ୍ଟନ ସଟଲକକ୍ ସଦୃଶ୍ୟ ନିର୍ମାଣ କରାଯାଇଛି ।ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ପୁଲେଲା ଗୋପୀଚନ୍ଦ ବ୍ୟାଡମିଣ୍ଟନ ଫାଉଣ୍ଡେସନ ଏବଂ ଡାଲମିଆ ଭାରତ ଗ୍ରୁପର ସହଯୋଗରେ ଭୁବନେଶ୍ବରରେ ଏହି ସେଣ୍ଟର ପ୍ରତିଷ୍ଠା ଦ୍ବାରା ଓଡିଶାର ଯୁବ ବ୍ୟାଡମିଣ୍ଟନ ଖେଳାଳୀ ମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ସୁଯୋଗ ସୃଷ୍ଟି ହେଲା। ଆମ ଦେଶର ଯୁବ ବ୍ୟାଡମିଣ୍ଟନ ଖେଳାଳୀ ମାନେ ହେଉଛନ୍ତି ଆମର ଗର୍ବ ଓ ଗୌରବ। ସେମାନେ ସେମାନଙ୍କର ଅଦମ୍ୟ ପ୍ରଚେଷ୍ଟା ବଳରେ କ୍ରୀଡା କ୍ଷେତ୍ରରେ ବିଶ୍ବ ମଞ୍ଚରେ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଦେଶକୁ ଗୌରବାନ୍ବିତ କରିଛନ୍ତି। ଆଜି ଉଦ୍ଘାଟିତ ହୋଇଥିବା ଏହି ବ୍ୟାଡମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟରରେ ଉତ୍ତମ ପ୍ରଶିକ୍ଷଣ ସହ ଖେଳାଳୀ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ରହିଛି । ଆଗାମୀ ଦିନରେ ବ୍ୟାଡମିଣ୍ଟନ ଜଗତରେ ଓଡିଶା ବିଶ୍ବ ମଞ୍ଚରେ ଏହି ସେଣ୍ଟର ଜରିଆରେ ପରିଚିତ ହେବ ବୋଲି ସେ କହିଥିଲେ। ଏହି ସେଣ୍ଟର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆସାମର ମୁଖ୍ୟମନ୍ତ୍ରୀ ତଥା ବ୍ୟାଡମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆର ସଭାପତି ଡଃ ହିମନ୍ତ ବିଶ୍ବଶର୍ମା, ବିଶିଷ୍ଟ ବ୍ୟାଡମିଣ୍ଟନ ଖେଳାଳୀ ପଦ୍ମଭୂଷଣ ପୁଲେଲା ଗୋପୀଚନ୍ଦ ଏବଂ ଡାଲମିଆ ଭାରତ ଗ୍ରୁପର ସିଇଓ ଶ୍ରୀ ପି.ୱାଇ ଡାଲମିଆ ଓ ଏମ୍.ଡି ଶ୍ରୀ ଗୌତମ ଡାଲମିଆଙ୍କ ସହଯୋଗ ଓ ଉଦ୍ୟମ ପାଇଁ ଧନ୍ୟବାଦ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆସାମର ମୁଖ୍ୟମନ୍ତ୍ରୀ ତଥା ବ୍ୟାଡମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆର ସଭାପତି ଡଃ ହିମନ୍ତ ବିଶ୍ବଶର୍ମା କହିଥିଲେ ଯେ ଏହି ବ୍ୟାଡମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର କେବଳ ଭାରତବର୍ଷ ପାଇଁ ନୁହେଁ, ବିଶ୍ବ କ୍ରୀଡା ଜଗତ ପାଇଁ ଏକ ଉଲ୍ଲେଖନୀୟ ମାଇଲ ଷ୍ଟୋନ ।
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS…
More Stories
ରାଜ୍ୟରେ ଖୋଜି ଖୋଜି ଭୂମିହୀନ ଙ୍କୁ ପଟା ଦେବେ ସରକାର |
ବିଦ୍ୟାଳୟ ମଧ୍ୟରେ ରାତିସାରା ଝରକା ସନ୍ଧିରେ ଫସିରହିଲା କୁନିଝିଅ |
କଳି ଯୁଗରେ ସତ୍ୟ ଘଟଣା |ମନ୍ଦିର ରେ ଦିଶିଲା ମା ଙ୍କ ପାଦଚି଼ହ୍ନ |