ସାକ୍ଷୀଗୋପାଳ :ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ରେ ଭିର୍ନକ୍ଷମ ଶିବିର ଅନୁଷ୍ଠିତ |ଖବର ସତ୍ୟବାଦୀ ଓଡିଶା NEWS |
ସତ୍ୟବାଦୀ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଉତ୍କଳ ମଣି ଗୋପଵନ୍ଧୁ ସ୍ମୃତି ମହାବିଦ୍ୟାଳୟ ରେ ବୁଧବାର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ୪୭୫ ଜଣ ଭିନ୍ନକ୍ଷମ ହିତାଧିକାରୀ ଏଠାରେ ପଞ୍ଜିକରଣ କରିଥିଲେ । ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିଶେଷଜ୍ଞ ଅସ୍ଥିଶଲ୍ୟ, କର୍ଣ୍ଣନାଶା, ଦୃଷ୍ଟି ବାଧିତ ଓ ମାନସିକ ବିକାରଗସ୍ତ ହିତାଧିକାରୀ ମାନଙ୍କୁ ପରୀକ୍ଷା ନିରୀକ୍ଷା କରି ଚିହ୍ନଟ ରହିଥିଲେ। ଏହି କାର୍ଯ୍ୟକ୍ରମ ରେ ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସତ୍ୟବାଦୀ ବିଡ଼ିଓ ଲିପ୍ସା ରାୟ ,ତହସିଲଦାର ସନ୍ତୋଷ ପାଣିଗ୍ରାହୀ, ଅତିରିକ୍ତ ବିଡ଼ିଓ ସଲିଲ ଦାଶ ଯୋଗଦେଇ ଭିନ୍ନକ୍ଷମ ମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ପ୍ରୋହତ୍ସାନ ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଥିଲେ । ବ୍ଲକ ସମାଜ ମଙ୍ଗଳ ଅଧିକାରୀ ମୋନିକା ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS..
More Stories
ପୁରୀ ରେ ମହାଳୟା ପାଇଁ ପ୍ରବଳଭିଡ଼ |ବିଭିର୍ଣ୍ଣ ତୀର୍ଥ ପୁଷ୍କରିଣୀ ରେ ପିଣ୍ଡ ପକାଇଲେ ଶ୍ରଦ୍ଧାଳୁ |
ଶ୍ରୀରାଧା ଜନ୍ମୋତ୍ସବ ୨୦୨୫ ଆରମ୍ଭ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଶ୍ୱଶାନ୍ତି ମହାଜଜ୍ଞ|
ଛାତ୍ର ଛାତ୍ରୀ ଙ୍କ ପାଇଁ ଆଦର୍ଶ ଥିଲେ ଭୋଳାନାଥ ସାର୍