ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS : ଖୁବଶୀଘ୍ର ନିର୍ମାଣ ହେବ ସାକ୍ଷୀଗୋପାଳ ଓ ବାସୁକେରା ରେଳ ଓଭରବ୍ରିଜ|ଏନେଇ ରେଳ ବିଭାଗ ର ବରିଷ୍ଠ ଅଧିକାରୀ ଙ୍କ ସମେତ ଶୁକ୍ରବାର ଅପରାହ୍ନରେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର , ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ଙ୍କ ସହ ବିଭାଗ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ ଏକ ବୈଷୟିକ ଦଳ ସତ୍ୟବାଦୀ ଗ୍ରସ୍ତ କରିଥିଲେ ।ଏମାନେସାକ୍ଷୀଗୋପାଳ ବଜାର ମଧ୍ୟ ଦେଇ ଯାଇଥିବା ଖୋର୍ଦ୍ଧା ପୁରୀ ରେଳ ପଥ ଉପରେ ପ୍ରସ୍ତାବିତ ରେଳ ଓଭରବ୍ରିଜ ଓ ବାସୁକେରା ରେଳ ଫାଟକ ନିକଟରେ ଏକ ଓଭର ବ୍ରିଜି ନିର୍ମାଣ ନିମନ୍ତେ ସ୍ଥିତି ଅନୁଧ୍ୟାନ କରିବା ସହିତ ରେଳ ଓଭରବ୍ରିଜ ର ଆବଶ୍ୟକତା ଦ୍ରୁତ ଗାମୀ ରେଳ ଚଳାଚଳ , ଲୋକଙ୍କ ସୁରକ୍ଷିତ ଯାତ୍ରା , ରେଳ ଦୁର୍ଘଟଣା ଜନିତ କ୍ଷୟକ୍ଷତି , ରୋକିବା ନିମନ୍ତେରେଳ ବିଭାଗର ନୂତନ ଅଧି ନିୟମ ଅନୁଯାୟୀ ପ୍ରତେକ ରେଳ ଫାଟକ ନିକଟରେ ନୂତନ ଓଭର ବ୍ରିଜି ନିର୍ମାଣ କରାଯିବା ନେଇ ନିଷ୍ପତି ପରେ । ସାକ୍ଷୀଗୋପାଳ ବଜାର ଓଭରବ୍ରିଜ ନିର୍ମାଣ କାର୍ଯ୍ୟପାଇଁ ଆସନ୍ତା ଜାନୁୟାରୀ ମାସ ରୁ ଜମି ଅଧିଗ୍ରହଣ ଆରମ୍ଭ କରାଯିବ ବୋଲି ଅଧିକାରୀ ମାନେ ପ୍ରକାଶ କରିଥିଲେ | ସେହିଭଳି ବାସୁକେରା ରେଳ ଫାଟକ ନିକଟରେ ନୂତନ ଓଭରବ୍ରିଜ ନିର୍ମାଣ ନିମନ୍ତେ ଏହାର ଦର୍ଘ୍ୟ ପ୍ରସ୍ତ ଲମ୍ବ , ପାର୍ଶ୍ଵକାନ୍ଥ , ସଂଯୋଗୀ ରାସ୍ତା ଆଦି ସମୀକ୍ଷା କରିଥିଲେ । ,ବିସ୍ଥାପିତ ଲୋକଙ୍କ ସ୍ଥିତି , ଥଇଥାନ ବ୍ୟବସ୍ଥା , ଜମି ହରାଇଥିବା କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ ଆର୍ଥିକ ସହାୟତା ଦିଆଯିବ ବୋଲି ଅଧିକାରୀ ମାନେ ପ୍ରକାଶ କରିଥିଲେ ଉକ୍ତ ବୈଷୟିକ ଦଳରେ ପୂର୍ତ୍ତ ବିଭାଗବରିଷ୍ଠଅଧିକାରୀ( ଇଆଇସି ) ସିଭିଲି ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ମୁଖ୍ୟ ଯନ୍ତ୍ରୀ ବ୍ରିଜେସ ଦୁର୍ଗାଚରଣ ବେହେରା , ପୁରୀ ଗ୍ରାମ୍ୟ ଉର୍ଣ୍ଣୟନ ବିଭାଗ ପକ୍ଷରୁ ରଶ୍ମିରଞ୍ଜନ ସାହୁ , ଅବସର ପ୍ରାପ୍ତ ପୂର୍ତ୍ତ ବିଭାଗ ଯନ୍ତ୍ରୀ ମାନସ ରଞ୍ଜନ ମଲିକ ପ୍ରମୁଖ ରହିଥିଲେ । ସ୍ଥାନୀୟ ଭାଜପା ନେତା ତ୍ରିଲୋଚନ ରଥ ,ସାକ୍ଷୀଗୋପାଳ ବଜାର କମିଟି ଉପସଭାପତି ଶଙ୍କର୍ଷଣ ପ୍ରଧାନ, ଅଶୋକ ରାଉତରାୟ ଙ୍କ ସମେତ ଅନ୍ୟମାନେ ଏହି ବୈଷୟିକ ଦଳକୁ ଭିଭିର୍ଣ ସୂଚନା ପ୍ରଦାନ କରିବାରେ ସହାୟତା କରିଥିଲେ ।ଏବେ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ନେଇ ସୂଚନା |
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS..

More Stories
ତୁଟିଲା ବିବାଦ ଶାନ୍ତି କମିଟି ରେ ସମାଧାନ |
ସତ୍ୟବାଦୀ ମହୋତ୍ସବ ର ଦ୍ୱତୀୟ ସନ୍ଧ୍ୟା ରେ ଝୁମିଲେ ଦର୍ଶକ |
ସତ୍ୟବାଦୀ ମହୋତ୍ସବ ପାଇଁ ଜିଲ୍ଲା ସ୍ଥରୀୟ ବୈଠକ |