ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS |(ନିପ୍ର )ଆଜି ସକାଳ ୧୨ ଘଣ୍ଟିକା ସମୟରେ ସତ୍ୟବାଦୀ ଆଇ ଆଇ ସି ବିଜୟ କେତନ ବେହେରା ଙ୍କ ନିର୍ଦେଶ ରେ ଏକ ପୋଲିସ ଟିମ୍ ଓ ଦିଲ୍ଲୀ ରୁ ଆସିଥିବା ଡିଲକ୍ସ କମ୍ପାନୀ ର ଅଧିକାରୀ ମାନେ ସତ୍ୟବାଦୀ ବଜାର ର ବିଭିର୍ଣ୍ଣ ପାନ ମସଲା ହୋଲସେଲିଙ୍ଗ ଗୋଦାମ ଉପରେ ଚଢ଼ାଉ କରି ବିପୁଳ ପରିମାଣ ର ନକଲି ଜର୍ଦା କୁ ଜବତ କରିଛନ୍ତି |ଦିଲ୍ଲୀ ରୁ ଆସିଥିବା ଡିଲକ୍ସ କମ୍ପାନୀ ର ଅଧିକାରୀ ଶ୍ରୀ କୈଳାସ ଚନ୍ଦ୍ର ସ୍ୱାଇଁ କହିଛନ୍ତି କି ଦୀର୍ଘଦିନ ହେବ ସତ୍ୟବାଦୀ ରେ କିଛି ବ୍ୟବସାୟୀ କମ୍ପାନୀ ଡିଲକ୍ସ ଅସଲି ନାମରେ ନକଲି ଜର୍ଦା କୁ ଚଢ଼ା ଡର ରେ ବିକ୍ରୟ କରୁଥିଲେ ଏନେଇ ଅଭିଯୋଗ ପରେ କମ୍ପାନୀ ତରଫରୁ ଚଢ଼ାଉ କରାଯାଇଛି |ଖୁବ ଶୀଘ୍ର ଏମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ |ଏନେଇ ସତ୍ୟବାଦୀ ଆଇ ଆଇ ସି କହିଛନ୍ତି କି ପୁରୀ ଏସ୍ପି ଙ୍କ ନିର୍ଦେଶ କ୍ରମେ ଚଢ଼ାଉ କରାଯାଇଛି |ଖୁବ ଶୀଘ୍ର ତଦନ୍ତ କରାଯାଇ ଅନ୍ୟ ମାନଙ୍କୁ ମଧ୍ୟ ଧରାଜୀବ |ଏହି ଚଢ଼ାଉ ବେଳେ ଡିଲକ୍ସ କମ୍ପାନୀ ର ଅଧିକାରୀ କୈଳାସ ଚନ୍ଦ୍ର ସ୍ୱାଇଁ ଙ୍କ ସମେତ ଅନ୍ୟ ତିନୋଟି ଟିମ୍ ରେ ୯ ଜଣ ଓ ସତ୍ୟବାଦୀ ପୋଲିସ ତରଫରୁ, ପ୍ରିୟତମା ପ୍ରଧାନ, କୈଳାସ ଚୌହାନ, ରମାକାନ୍ତ ସାହୁ, ସଂଗ୍ରାମ କେଶରୀ ସ୍ୱାଇଁ ଓ କର୍ମଚାରି ମାନେ ଉପସ୍ଥିତ ରହି ଚଢ଼ାଉ କରି ନକଲି ଜର୍ଦା କୁ ଜବତ କରିଛନ୍ତି |ଏନେଇ ସତ୍ୟବାଦୀ ଥାନାରେ କମ୍ପାନୀ ତରଫରୁ ମାମଲା ରୁଜୁ |ଅଧିକ ତଦନ୍ତ ଚଳାଇଛି ସତ୍ୟବାଦୀ ପୋଲିସ |
ଅଧିକ ଖବର ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS…
More Stories
ଏସ୍ପି ଙ୍କ ନିର୍ଦେଶ ସତ୍ୟବାଦୀ ପୋଲିସ ର ଚଢ଼ାଉ |
ଚୋରୀ କରି ବନ୍ଧାହେଲେ ମାମଲା ରୁଜୁ କଲା ସତ୍ୟବାଦୀ ପୋଲିସ
କଣାସ ପାଇଁ ଗର୍ବ ଆଣିଲେ ବିନୟ ସବୁଠି ପ୍ରଶଂସା |