ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS ଲଘୁଚାପ ଜନିତ ଅଦିନିଆ ବର୍ଷାଯୋଗୁଁଁ ସତ୍ୟବାଦୀ ଅଞ୍ଚଳ ଚାଷୀ ମାନଙ୍କର ବ୍ୟାପକ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି । ଶୁକ୍ରବାର ପୂର୍ବାହ୍ନରୁ ସତ୍ୟବାଦୀ ଓ ଏହାର ଆଖପାଖ ଅଞ୍ଚଳରେ ଝିପିଝିପି ବର୍ଷାର ପ୍ରଭାବ ଯୋଗୁ ଧାନ ବିଲରେ ପାଣି ଜମି ଯାଇଛି। ଯାହା ଫଳରେ କଟା ହୋଇଥିବା ଏବଂ ବିଲରେ ଗଦା ହୋଇ ରହିଥିବା ଧାନ ଗୁଡିକ ବର୍ଷା ପାଣିରେ ଭିଜି ବୁଡି ରହିବା ଦ୍ୱାରା ସେ ଗୁଡିକ ଗଜା ହେବାର ପ୍ରକ୍ରିୟା ଆରମ୍ଭ ହେଲାଣି। ବିଭିନ୍ନ ବ୍ୟାଙ୍କ ଏବଂ ସମବାୟ ସମିତିରୁ ଋଣ କରି ଖରିପ ଋତୁରେ ଧାନ ଚାଷ କରିଥିବା ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସତ୍ୟବାଦୀ ଅଞ୍ଚଳରେ ପ୍ରାୟ ୧0 ହଜାର ହେକ୍ଟର ଜମିରେ ଚାଷୀ ମାନେ ଧାନ ଚାଷ କରିଥାନ୍ତି। ଏହି ଲଘୁଚାପ ଜନିତ ଅଦିନିଆ ବର୍ଷାରେ ଫସଲ ହାନି ଘଟିବା ଆଶଙ୍କାରେ କ୍ଷତିଗ୍ରସ୍ତ ଚାଷୀ ଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଚଳିତ ବର୍ଷ ପ୍ରାୟ ୩୦ ପ୍ରତିଶତ ଜମିରେ ଏପର୍ଯ୍ୟନ୍ତ ଧାନ କଟା ହୋଇନଥିବା ବେଳେ ୫0 ପ୍ରତିଶତ କଟା ହୋଇ ଜମିରେ ପଡି ରହିଛି । ମାତ୍ର ୨0 ପ୍ରତିଶତ ଧାନ କଟା ଓ ବନ୍ଧା ହୋଇ ବିଲରେ ପଡି ରହିଛି। ବର୍ଷା ଯୋଗୁ ଜମିରେ କଟା ହୋଇ ପଡ଼ି ରହିଥିବା ଧାନ ସବୁ ଗଜା ହେବା ସହିତ ପାଣିରେ ବୁଡି ଧାନରେ ମାଟି ଚଢ଼ିଯିବ ଏବଂ ଫୁଲି ଯାଇ ସେ ଗୁଡିକ ବିବର୍ଣ ଦେଖାଯିବାର ସମ୍ଭାବନା ସୃଷ୍ଟି ହୋଇଛି। ଏହାକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ଏହି କାରଣରୁ ସରକାରଙ୍କ ଧାନ କିଣାରେ ନୂତନ ପ୍ରକ୍ରିୟାରେ ଏଫଏକ୍ଯୁ ମାନ ନିର୍ଧାରଣରୁ ବାଦ ପଡିବା ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଛି। ମଣ୍ଡିରେ ବିକ୍ରି ନହୋଇ ପରିବା ଆଶଙ୍କା ଏବେ ଚାଷୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଧାରକରଜ କରି ଚାଷ କରିଥିବା ଗରୀବ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଉପରେ ଏହି ଲଘୁଚାପ ଜନିତ ବର୍ଷାର ପ୍ରଭାବ ଯୋଗୁ ବ୍ୟାପକ କ୍ଷତି ଘଟିବା କାରଣରୁ ବ୍ୟାଙ୍କ ଓ ସମବାୟ ସମିତିରୁ ଆଣିଥିବା ଋଣ ପରିଶୋଧକୁ ନେଇ ଆଶଙ୍କାରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏହି କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ସମ୍ପର୍କରେ ପୁରୀ ଜିଲ୍ଲା ନୀଳାଚଳ କୃଷକ ମହାସଙ୍ଘର ଅଧକ୍ଷ ଗୋପୀନାଥ ମିଶ୍ର ଏବଂ ଉପଦେଷ୍ଟା ନିରଞ୍ଜନ ମହାପାତ୍ର ପ୍ରମୁଖ ପୁରୀ ଜିଲ୍ଲାର ସମସ୍ତ କ୍ଷତିଗ୍ରସ୍ତ ଚାଷୀ ମାନଙ୍କ କୃଷିଋଣ ଛାଡ଼ ସହିତ କ୍ଷତି ସହାୟତା ପ୍ରଦାନ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବୀ କରିଛନ୍ତି।
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS..
More Stories
ରାଜ୍ୟ ବାସୀ ଙ୍କୁ କାଳ ବୈଶାଖୀ ଭୟ |ପବନ ସାଙ୍ଗକୁ କୁଆ ପଥର ବର୍ଷା |
ପୁଣି ଦୁଇ ଦିନ ବର୍ଷା ସମ୍ଭାବନା ସୃଷ୍ଟି ହେଲା ଲଘୁଚାପ |
ଗଭୀର ଅବପାଦ ର ରୂପନେଲା ଲଘୁଚାପ |ପ୍ରବଳ ବର୍ଷା ସମ୍ଭାବନା |