ରାଜ୍ୟ ବାସୀ ଙ୍କୁ କାଳ ବୈଶାଖୀ ଭୟ |ପବନ ସାଙ୍ଗକୁ କୁଆ ପଥର ବର୍ଷା |

Love with Khabar Satyabadi

ଭୁବନେଶ୍ୱର :ଖବର ସତ୍ୟବାଦୀ ଓଡିଶା NEWS |ରାଜ୍ୟ ରେ ଦାଉ ସାଜୁଛି ପ୍ରକୃତି, କାଳବୈଶାଖୀ ବର୍ଷା ରେ ବ୍ୟାପକ କ୍ଷୟକ୍ଷତି |ପ୍ରବଳ ବର୍ଷା ସାଙ୍ଗକୁ କୁଆ ପଥର, ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ 30 ଜିଲ୍ଲା କୁ ପବନ ଓ କୁଆ ପଥର ବର୍ଷା ନେଇ ସତର୍କ, ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ରାଜ୍ୟ ରେ କାଳବୈଶାଖୀ ବର୍ଷା ପବନ ବୋହିବା ନେଇ ଅନେଜ ଜିଲ୍ଲା କୁ ସତର୍କ କରାଯାଇଛି |
ଆଜି ବର୍ଷା ପବନ ନେଇ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡିକ ହେଲା ସମ୍ବଲପୁର, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଦେବଗଡ଼ । ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କିଛି ସ୍ଥାନରେ ପ୍ରବଳ ବର୍ଷା ସହ କାଁ ଭାଁ ସ୍ଥାନରେ କୁଆପଥର ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ପାଇଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଝଡ଼ ତୋଫାନ ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି |ପୁରୀ ଜିଲ୍ଲା ରେ ମଧ୍ୟ ଘଡଘଡି ସହ ବର୍ଷା ଦେଖିବାକୁ ମିଳିଛି |

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS |