ଚିର ନିଦ୍ରା ରେ ସମସ୍ତଙ୍କର ପ୍ରିୟ ସଞ୍ଜୟ ଶତପଥୀ |

Love with Khabar Satyabadi

ଭୁବନେଶ୍ୱର :ଖବର ସତ୍ୟବାଦୀ ଓଡିଶା NEWS |(ନିପ୍ର) ଆର ପାରିରେ ଭବାନୀ ପାଟଣା ମାଣିକେଶ୍ବରୀ ବିଶ୍ୱ ବିଦ୍ୟାଳୟ କୁଳପତି ସଞ୍ଜୟ ଶତପଥି |ବୁଧବାର ସକାଳ ୮ ଟା ସମୟରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ତାଙ୍କର ଦେହାନ୍ତ ହୋଇଛି |କିଛିଦିନ ତଳେ ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି କରା ଯାଇଥିଲା |ସେ କର୍କଟ ରୋଗରେ ଆକ୍ରାନ୍ତ ଥିବା ବେଳେ ତାଙ୍କୁ ବ୍ରେନ ଷ୍ଟ୍ରୋକ ହୋଇଥିବା ମଧ୍ୟ ଜଣାପଡ଼ିଛି |ଗତ ଅକ୍ଟୋବର ମାସରୁ ଦେହ ଅସୁସ୍ଥ ଥିବାରୁ ସେ ଛୁଟି ରେ ଥିଲେ |୨୦୨୧ ମସିହା ଏପ୍ରିଲ ମାସରେ ସେ ବିଶ୍ୱ ବିଦ୍ୟାଳୟ ରେ ଯୋଗଦେଇ ଥିଲେ |ବିଦ୍ୟାଳୟ ପାଇଁ ଅନେକ ଉର୍ନତି ମୂଳକ କାର୍ଯ୍ୟ କରିବା ସହିତ ପିଲା ମାନଙ୍କର ଅତି ପ୍ରିୟ ଥିଲେ |ସେ ଏକାଧାରା ରେ ଜଣେ ଶିକ୍ଷାବିତ, ପ୍ରବଚକ, ସାହିତ୍ୟିକ ଓ ଜଣେ ବିଶିଷ୍ଟ ପ୍ରାବନ୍ଧିକ ଭାବରେ ବେଶ ଜଣାଶୁଣା |ଜଣେ ଧାର୍ମିକ ମଣିଷ ଥିଲେ ସେ, ତାଙ୍କ ଦେହାନ୍ତ ଖବର ଶୁଣି ବିଶ୍ଵବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ସମେତ କର୍ତ୍ତୃପକ୍ଷ, ଭାରପ୍ରାପ୍ତ କୁଳପତି ଗଭୀର ଶୋକ ପ୍ରକାଶ କରିଛନ୍ତି |

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS…