ସତ୍ୟବାଦୀ ରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ ଜଣେ ଗିରଫ |

Love with Khabar Satyabadi

ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS( ନିପ୍ର) ସତ୍ୟବାଦୀ ପୋଲିସ କୁ ବଡ଼ ସଫଳତା ବ୍ରାଉନ ସୁଗାର ବେପାରୀ ଗିରଫ |ସାକ୍ଷୀଗୋପାଳ ମନ୍ଦିର ଅଞ୍ଚଳ,ପଞ୍ଚସଖା ସମାଧି ପୀଠ ନିକଟରେ ଥିବା ଏକ ପରିତ୍ୟକ୍ତ ଗୃହ ବାସୁକେରା ବାଇପାସ ରାସ୍ତା , କାଦୁଆ ଛକ ,ସାକ୍ଷୀଗୋପାଳ ବସ ଷ୍ଟାଣ୍ଡ ,ବନପୁର ଆଦି ଛକ ଜାଗାରେ ବହୁଳ ମାତ୍ରାରେ ବ୍ରାଉନୁସୁଗର ବେପାର  ହେବା ସହ ଏହାର ସେବନ ପାଇଁ ଭିଡ଼ ଜମୁଥିବା ଯୋଗୁଁ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ସହ ଅଭିଯୋଗ  ମଧ୍ୟ ହେଉଥିଲା |ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଅପରାହ୍ନରେ ସତ୍ୟବାଦୀ ବସ ଷ୍ଟାଣ୍ଡ ନିକଟସ୍ତ ଓଭର ବ୍ରିଜ ନିକଟରେ ବ୍ରାଉନସୁଗର କାରବାର ହେଉଥିବା ନେଇ ସୂଚନା ମିଳିଥିଲା । ସୂଚନା ପାଇବା ପରେ ସତ୍ୟବାଦୀ ଥାନା ସବ ଇନ୍ସପେକ୍ଟର ସଂଗ୍ରାମ କେଶରୀ ସ୍ୱାଇଁ ଙ୍କ ନେତୃତ୍ୱରେ ଏକ ସତନ୍ତ୍ର ଦଳ ଘଟଣା ସ୍ଥଳରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ସନ୍ଦେହ ଜନକ ଅବସ୍ଥାରେ ଉକ୍ତ ଥାନା ଅଞ୍ଚଳ ସାନ କାଞ୍ଜିଆ ଗ୍ରାମର ଅଜୟ ପାଣି ଓରଫ ଯଦୁ ( ୩୬ ) କୁ ନିଜ ହେଫାଜତ କୁ ନେଇ ଜେରା କରାଯାଇଥିଲା । ପରେ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତ ରେ ତଲାସୀ  ସମୟରେ ଅଭିଯୁକ୍ତ ଅଜୟ ନିକଟରୁ ୧୧ ଗ୍ରାମ ଓଜନର ବ୍ରାଉନୁସୁଗର ଯାହାର ଆନୁମାନିକ ମୂଲ୍ୟ (  ୧ ଲକ୍ଷ ଦଶ ହଜାର ଟଙ୍କା ) ବାହାରିଥିଲା । ନଗଦ ଅର୍ଥ ୧୦୨୦ ସହ ବ୍ରାଉନୁସୁଗର ପୁଡ଼ିଆ ତିଆରି କରିବା ପାଇଁ ଅନ୍ୟ ସାମଗ୍ରୀ କୁ ତା ନିକଟରୁ  ପୋଲିସି ଜବତ କରିଥିଲା । ବେଆଇନ ନିଷ।ଦ୍ରବ୍ୟ କାରବାର ଅଭିଯୋଗରେ ସତ୍ୟବାଦୀ ଥାନାରେ ଅଭିଯୁକ୍ତ ବିରୁଦ୍ଧରେ ଏନ୍ଡ଼ିପିଏସ ( NDPS ) ଆଇନ ଅନୁଯାୟୀ କେଶ ନମ୍ବର ୩୯୧/୨୪  ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ  ଆରମ୍ଭ ହୋଇଥିବା ବେଳେ ଅଭିଯୁକ୍ତକୁ ବୁଧବାର କୋର୍ଟ ଚାଲାଣ କରାଯାଇଛି ବୋଲି ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା ସୂଚନା ଦେଇଛନ୍ତି ।

ଅଧିକ ଖବର ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS…