ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS..ସତ୍ୟବାଦୀ ମହୋତ୍ସବ ପାଇଁ ବିଧାୟକ ଙ୍କ ସଭାପତିତ୍ବ ରେ ସରିଲା ତୃତୀୟ ପ୍ରସ୍ତୁତି ବୈଠକ |ଆସନ୍ତା ଫେବୃଆରୀ 14,15,16 ତିନିଦିନ ବ୍ୟାପି ଅନୁଷ୍ଠିତ ହେବ ସତ୍ୟବାଦୀ ମହୋତ୍ସବ | ଏଥିପାଇଁ ଶନିବାର ସନ୍ଧ୍ୟାରେ ସତ୍ୟବାଦୀ କୃଷି ବିଜ୍ଞାନ କେନ୍ଦ୍ର ସଭାଗୃହରେ ସତ୍ୟବାଦୀ ମହୋତ୍ସବ ନିମନ୍ତେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସତ୍ୟବାଦୀ ମୋହଉତ୍ସବ ସଭାପତି ତଥା ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ସଭାରେ ଅଧ୍ୟକ୍ଷତା କରି ଚଳିତ ବର୍ଷ ଯେଭଳି ମହୋଉତ୍ସବ ଅଧିକ ଶୃଙ୍ଖଳିତ ଓ ଶ୍ରେଷ୍ଠ ଉତ୍ସବ ଭାବେ ଏକ ନୂତନ ପରିଚୟ ସୃଷ୍ଟି କରିବ ସେଥିପାଇଁ ସମସ୍ତ ସଦସ୍ୟ ଯତ୍ନବାନ ହେବାପାଇଁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭିକ ଦିବସ ଫେବୃଆରୀ ୧୪ ରେ ପାଞ୍ଚ ମହାପୁରୁଷ ପଞ୍ଚସଖା ଙ୍କ ଜନ୍ମ ପିଠାରୁ ଜ୍ୟୋତି ଅଣାଯାଇ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରେ ଏକତ୍ରିତ କରାଯିବ । ସେଠାରୁ ଏକତ୍ରିତ ଜ୍ୟୋତି କୁ ହଜାର ହଜାର ଜନ ସମାଗମ ଓ ପାରମ୍ପରିକ ବାଦ୍ୟଯନ୍ତ୍ର ତାଳେ ତାଳେ ଘଣ୍ଟ ଘଣ୍ଟା ଢୋଲ ମର୍ଦଳ ସହ ହରିବୋଲ ହୁଳହୁଳି ଧୂନି ଦେଇ ଏକ ଆଧ୍ୟାତ୍ମିକ ପରିବେଶ ମାଧ୍ୟମରେ ପ୍ରାୟ ଦୁଇ କିଲୋମିଟର ପଦଯାତ୍ରା କରି ପଞ୍ଚସଖା ଖେଳପଡ଼ିଆ ରେ ଥିବା ମୁକ୍ତ ଆକାଶ ରଙ୍ଗମଞ୍ଚ କୁ ଅଣାଯିବ । ପରେ ସେଠାରେ ଉପସ୍ଥିତ ପୁରାଣ ପଣ୍ଡିତଙ୍କ ଦ୍ୱାରା ବେଦ ମନ୍ତ୍ରଉଚ୍ଚାରଣ କରାଯାଇ ଅଣାଯାଇଥିବା ଜ୍ୟୋତିକୁ ସ୍ଥାପନ କରାଯିବ । ପରେ ଅନ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ମହୋଉତ୍ସବକୁ ଶୃଙ୍ଖଳିତ କରିବା ପାଇଁ ଛୋଟ ଛୋଟ ସବ କମିଟି ପ୍ରସ୍ତୁତ କରାଯାଇଛି । ଉପସଭାପତି ଭବାନୀଶଙ୍କର ନନ୍ଦ, ସଂପାଦକ ଦୀପକ ଶତପଥି, କୋଷାଧକ୍ଷ ପ୍ରିୟରଞ୍ଜନ ,
ସଂସ୍କୃତିକ ସଂପାଦକ ବଦ୍ରିନାରାୟଣ ଖୁଣ୍ଟିଆ, ସଂଯୋଜକ ଜାନକୀ ବଲଭ ବରାଳ, ସହକାରୀ କମିଟିର ସଦସ୍ୟ ଭାବେ , ୩୨ ନମ୍ବର ଜିଲାପରିଷଦ ପ୍ରତିନିଧି ରଞ୍ଜନ କୁମାର ବରାଳ, ଭାଜପା ନେତା ତ୍ରିଲୋଚନ ରଥ, ପ୍ରଦ୍ୟୁମ୍ନ ଶତପଥି, ଜୟପୁର ସରପଞ୍ଚ ପ୍ରତିନିଧି ଦେବଦତ୍ତ ସାମନ୍ତରାୟ ,ପେଣ୍ଠପଡା ସରପଞ୍ଚ ଚିନିମୟ ରାଉତ , ପୁଣ୍ୟଶ୍ଳୋକ ସ୍ୱାଇଁ, ବସନ୍ତ ରାଉତରାୟ, ଦିଲୀପ ମହାନ୍ତି, ଦେବେକିଶୋର ସ୍ୱାଇଁ , ବିଶ୍ବଭୂଷଣ ପଟ୍ଟନାୟକ , ବିଶ୍ଵନାଥ ପ୍ରଧାନ , ରମା ବଲ୍ଲଭ ବରାଳ , ପ୍ରମୁଖ ସଦସ୍ୟ ଉପସ୍ଥିତ ରହିଥିଲେ ।
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS…
More Stories
ପୁରୀ ରେ ମହାଳୟା ପାଇଁ ପ୍ରବଳଭିଡ଼ |ବିଭିର୍ଣ୍ଣ ତୀର୍ଥ ପୁଷ୍କରିଣୀ ରେ ପିଣ୍ଡ ପକାଇଲେ ଶ୍ରଦ୍ଧାଳୁ |
ଶ୍ରୀରାଧା ଜନ୍ମୋତ୍ସବ ୨୦୨୫ ଆରମ୍ଭ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଶ୍ୱଶାନ୍ତି ମହାଜଜ୍ଞ|
ଛାତ୍ର ଛାତ୍ରୀ ଙ୍କ ପାଇଁ ଆଦର୍ଶ ଥିଲେ ଭୋଳାନାଥ ସାର୍