ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS :(ନିପ୍ର) ସତ୍ୟବାଦୀ ପୋଲିସ ର ଵଦା ନ୍ୟତା,ଗତ ୩ ଦିନ ଠାରୁ ସତ୍ୟବାଦୀ ବୀରଗୋବିନ୍ଦପୁର ଆଗକୁ ପେଟ୍ରୋଲ ଟାଙ୍କି ନିକଟ ଓଭର ବ୍ରିଜ ପୂର୍ବ ରୁ ଜଣେ ଅଜଣା ବୃଦ୍ଧା ଏକ ପାନ ଦୋକାନ କଡରେ ଶୀତ କାକର ରେ ପଡି ରହିଥିଲେ, କେହି ତାଙ୍କ ପରିଚୟ ପଚାରିଲେ କହି ପାରୁନଥିଲେ,ଏନେଇ ସ୍ଥାନୀୟ ଲୋକ ଙ୍କ ଠାରୁ ଖବର ପାଇବା ପରେ ସତ୍ୟବାଦୀ ଆଇ ଆଇ ସି ବିଜୟ କେତନ ବେହେରା ଙ୍କ ନିର୍ଦେଶ ରେ ଥାନା ଏସ ଆଇ ପ୍ରିୟତମା ପ୍ରଧାନ |ହୋମଗାର୍ଡ ଅମୁଲ୍ୟ କୁମାର ନାୟକ,ହୋମ ଗାର୍ଡ ସୁଦର୍ଶନ ଭୋଇ, ଏ ଏସ ଆଇ ବିଭୀଷଣ ମାଝୀ ଙ୍କ ସମେତ ଘଟଣା ସ୍ଥଳ ରେ ପହଞ୍ଚି ବୃଦ୍ଧା ଜଣକୁ ସାକ୍ଷୀଗୋପାଳ ଡାକ୍ତର ଖାନା କୁ ଆଣି ଚିକିତ୍ସା କରାଇ ରାତି ତମାମ ଜଗି ରହିବା ସହିତ ବୃଦ୍ଧ ଙ୍କ ସେବା କରଥିଲେ, ରାତିରେ ବୃଦ୍ଧ ଜଣକ ଟିକେ ସୁସ୍ଥ ହୋଇ ଯାଇ ଅମୁଲ୍ୟ ଆଣିଥିବା କ୍ଷୀର ପାଉଁରୁଟି ଖାଇ ସୋଇଥିଲେ, ହେଲେ ସକାଳ କୁ ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ |ବୃଦ୍ଧା ଙ୍କର କୌଣସି ପରିଚୟ ମିଳି ପାରି ନଥିବାରୁ ଆଇ ଆଇ ସି ବିଜୟ କେତନ ବେହେରା ଓ ପ୍ରିୟତମା ପ୍ରଧାନ କିଛି ଗଣ ମାଧ୍ୟମ କୁ ଏ ବିଷୟ ଜଣାଇଥିଲେ ୟାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ ପରେ ବୃଦ୍ଧ ଜଣକ ଙ୍କ ପରିଚୟ ମିଳି ପାରିଥିଲା, ପୋଷ୍ଟ କରଥିବା ସାମ୍ବାଦିକ ଙ୍କୁ ତାଙ୍କ ସମ୍ପର୍କୀୟ ଫୋନ କରି ସମସ୍ତ ତଥ୍ୟ ବୁଝିବା ପରେ ସତ୍ୟବାଦୀ ପୋଲିସ ର ସହାୟତା ରେ ପୋଷ୍ଟମର୍ଟମ ପାଇଁ ନିଆ ଯାଇଥିଲା |ବୃଦ୍ଧ ଙ୍କ ଘର ପୁରୀ ସଦର ଯୋଡଲିଙ୍ଗ ମନ୍ଦିର ପାଖ ଅଞ୍ଚଳ ର ବୋଲି ଜଣା ପଡ଼ିଛି |ତେବେ ସତ୍ୟବାଦୀ ପୋଲିସ ର ସହଯୋଗ ପାଇଁ ଆଜି ଜଣେ ଅସହାୟ ମୃତ ବୃଦ୍ଧା ନିକଟରେ ତାଙ୍କ ପରିବାର ଲୋକ ପହଞ୍ଚି ପାରିଲେ |ଧନ୍ୟବାଦ ସତ୍ୟବାଦୀ ପୋଲିସ |
ଅଧିକ ଖବର ପଢନ୍ତୁ କେବଳ ଖବର ସତ୍ୟବାଦୀ ଓଡିଶା NEWS
ପାଠ -ସାମ୍ବାଦିକ ଅମର ଶତପଥୀ |
ଫୋଟୋ -ସାମ୍ବାଦିଜ ଅମର ଶତପଥୀ |

More Stories
ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ୧୧୬ ତମ ବାର୍ଷିକ ଉତ୍ସବ ସୋମବାର ମହାସମାରୋହରେ ଅନୁଷ୍ଠିତ|
ଦଶମ ସତ୍ୟବାଦୀ ମହୋତ୍ସବ ପାଇଁ ସରିଲା ପ୍ରଶାସନିକ ପ୍ରସ୍ତୁତି ବୈଠକ |
ଅଁଳାନବମୀ କୁ ନେଇ ମନ୍ଦିର ଚତୁର୍ପାଶ୍ୱ ବୁଲି ସ୍ଥିତି ପରଖିଲେ ପୁରୀ ଏସ୍ପି |