ସତ୍ୟବାଦୀ ବ୍ଲକ ପରିସରରେ ବର୍ଦ୍ଧିତ ଭତ୍ତା ବଣ୍ଟନ ଶିବିର ଅନୁଷ୍ଠିତ |

Love with Khabar Satyabadi

ସାକ୍ଷୀଗୋପାଳ :(ଅମର ଶତପଥି) ୨୦-୦୧-୨୦୨୫ରିଖ (ନିପ୍ର) ଖବର ସତ୍ୟବାଦୀ ଓଡିଶା ନିୟୁଜ :ସତ୍ୟବାଦୀ ବ୍ଲକ ପରିସର ମଧ୍ୟରେ ବର୍ଦ୍ଧିତ ଭତ୍ତା ବଣ୍ଟନ ଶିବିରରେ ୨୦୦ ରୁ ଉର୍ଦ୍ଧ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କରାଯାଇଛି |ଆଜି ଅପରାହ୍ନ ରେ ସତ୍ୟବାଦୀ ବ୍ଲକ ପରିସରରେ ସାମାଜିକ ସୁରକ୍ଷା ଓ ଭିର୍ନକ୍ଷମ ସଶକ୍ତି କରଣ ବିଭାଗ ପକ୍ଷରୁ ବର୍ଦ୍ଧିତ ଭତ୍ତା ଶିବିର ଅନୁଷ୍ଠିତ ହୋଇ ଯାଇଛି |ଏହି ଶିବିରରେ ପୁରୀ ସାଂସଦ ଡ଼. ସମ୍ବିତ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ |ସମ୍ମାନୀତ ଅତିଥି ଭାବେ ବିଧାୟକ ଓମ୍ ପ୍ରକାଶ ମିଶ୍ର ଯୋଗ ଦେଇ ଭିର୍ନକ୍ଷମ ଓ ୮୦ ବର୍ଷ ରୁ ଉର୍ଦ୍ଧ ବୟସ୍କ ବୃଦ୍ଧ ବୃଦ୍ଧା ଙ୍କୁ ରାଜ୍ୟ ସରକାର ଙ୍କ ଦ୍ୱାରା ପ୍ରଦତ ୩୫୦୦ ଟଙ୍କା ବର୍ଦ୍ଧିତ ଭତ୍ତା ପ୍ରଦାନ କରିଥିଲେ |ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ବିଷ୍ଣୁ ପ୍ରିୟା ବରାଳ, ରତିକାନ୍ତ ମିଶ୍ର, ଜୟପୁର ସମିତି ସଭ୍ୟ ଦୀପକ ଶତପଥୀ, ସ୍ଥାନୀୟ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ବିଡ଼ିଓ ଲିପ୍ସାରାୟ ପ୍ରମୁଖ ଯୋଗ ଦେଇଥିଲେ|ସତ୍ୟବାଦୀ ବ୍ଲକ ରେ ପ୍ରାରମ୍ଭିକ ପର୍ଯ୍ୟାୟ ରେ ୮୦ବର୍ଷ ରୁ ଉର୍ଦ୍ଧ ୬୪୬ ଜଣ ହିତାଧିକାରୀ ଙ୍କୁ ସିଧା ସଳଖ ଓ ୧୧୧୨ଜଣ ଙ୍କ ଆକଉଣ୍ଟ ମାଧ୍ୟମରେ ଭତ୍ତା ଦିଆଯିବ |ସେହିଭଳି ୮୦ ପ୍ରତିଶତ ଦିବ୍ୟାଙ୍ଗ ବ୍ୟକ୍ତି ଙ୍କ ମଧ୍ୟରୁ ୧୭୧ ଜଣ ଙ୍କୁ ସିଧା ସଳଖ ଦିଆ ଯାଇଥିବା ବେଳେ ୫୩ ଜଣ ହିତାଧିକାରୀ ଙ୍କ ଆକଉଣ୍ଟ ମାଧ୍ୟମରେ ଭତ୍ତା ପ୍ରଦାନ କରାଯିବ |ଏହି ଶିବିରରେ ୨୦୦ଜଣ ଉଭୟ ବର୍ଗ ର ହିତାଧିକାରୀ ବର୍ଦ୍ଧିତ ଭତ୍ତା ୩୫୦୦ ଟଙ୍କା କୁ ଉପସ୍ଥିତ ଅତିଥି ମାନେ ବଣ୍ଟନ କରିଥିଲେ |ଭତ୍ତା ବଣ୍ଟନ ଶିବିର ଦିନ ୨ ଟା ରେ ଆରମ୍ଭ ହେବାର ଥିଲା, କିନ୍ତୁ ଏହି ସମୟରେ ସାଂସଦ ଓ ବିଧାୟକ କଣାସ ହଇଜା ପରିସ୍ଥିତି ର ଅନୁଧ୍ୟାନ ପାଇଁ ଗ୍ରସ୍ଥ କରିଥିବାରୁ ସମୟ ପରିବର୍ତ୍ତନ ହୋଇ ଅପରାହ୍ନ ୪ ଟା ରେ ଆରମ୍ଭ ହୋଇଥିଲା |ଉଭୟ ଅତିଥି ଙ୍କ ଫେରିବା ରେ ବିଳମ୍ବ ହେବାରୁ ମଞ୍ଚ ରେ ଥିବା ଅତିଥି ମାନେ ଭତ୍ତା ବଣ୍ଟନ କରିଥିଲେ |ପରେ ସ୍ଥାନୀୟ ବିଧାୟକ ଓ ସାଂସଦ ପହଞ୍ଚି ଅନ୍ୟ ମାନଙ୍କୁ ଭତା ବଣ୍ଟନ କରିଥିଲେ |ଏହି କାର୍ଯ୍ୟକ୍ରମ କୁ ବ୍ଲକ ସମାଜ ମଙ୍ଗଳ ଅଧିକାରୀଣି ଶ୍ରୀମତୀ ମୋନିକା ଦାସ ପରିଚାଳନା କରିଥିବା ବେଳେ ଅନ୍ୟ ହିତାଧିକାରୀ ଙ୍କୁ ଖୁବଶୀଘ୍ର ସାମିଲ କରାଯିବ ବୋଲି କହିଛନ୍ତି |ଏହି ଶିବିରରେ ବ୍ଲକ ର ସମସ୍ତ ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ, ସଭ୍ୟା ଓ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଯୋଗ ଦେଇ ଭତ୍ତା ବଣ୍ଟନ ଶିବିରରେ ସହଯୋଗ କରିଥିଲେ |

ଅଧିକ ଖବର ଦେଖନ୍ତୁ ଖବର ସତ୍ୟବାଦୀ ଓଡିଶା NEWS |

ରିପୋର୍ଟ -ଅମର ଶତପଥି |