ସାକ୍ଷୀଗୋପାଳ ସିଂହଦ୍ୱାର ନିକଟରେ ପଶାଖେଳ ପ୍ରତିଯୋଗିତା |

Love with Khabar Satyabadi

ଖବର ସତ୍ୟବାଦୀ ଓଡିଶା ନିୟୁଜ (ନିପ୍ର) ସାକ୍ଷୀଗୋପାଳ ମନ୍ଦିର ସେଵାୟତ ସଂଘ ଓ ସାକ୍ଷୀଗୋପିନାଥ ପଶାଖେଳ ସଂଘର ମିଳିତ ଆନୁକୂଲ୍ୟରେ ମନ୍ଦିର ସିଂହଦ୍ବାର ସମ୍ମୁଖରେ ରବିବାର ପଶାଖେଳ ପ୍ରତିଯୋଗିତା ଉଦଯାପିତ ହୋଇଛି। ସେବାୟତ ସଂଘ ସଭାପତି ଅଶୋକ ଖୁଣ୍ଟିଆ, ବୟୋଜ୍ୟେଷ୍ଠ ସେବାୟତ ସୁରେନ୍ଦ୍ର ମହାପାତ୍ର, ଆଡଭୋକେଟ ଅଞ୍ଜନ ହୋତା ପ୍ରମୁଖ ପ୍ରଦିପ ପ୍ରଜ୍ବଳନ କରି ଶନିବାର ସନ୍ଧ୍ୟାରେ ପ୍ରତିଯୋଗୀତା ଉଦଘାଟନ କରିଥିଲେ। ସାକ୍ଷୀଗୋପାଳ, କଣାସ, ବ୍ରହ୍ମଗିରି , ଡେଲାଙ୍ଗ, ପୁରୀ, ଜଟଣୀ, ଖୋର୍ଦ୍ଧା, କଟକ, ନୟାଗଡ଼ , ଭୁବନେଶ୍ୱର ଓ ଅନୁଗୁଳ ଜିଲ୍ଲାର ୬୪ ଟି ଦଳ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଶନିବାର
ରାତି ତମାମ ଦଳଦଳ  ହୋଇ ଖେଳାଳୀ ମାନଙ୍କ ମଧ୍ୟରେ  ପ୍ରତିଯୋଗିତା ଚାଲିଥିଲା। ରବିବାର ପୁର୍ବାହ୍ନ ରେ ମନ୍ଦିର ସୁପରଭାଇଜର ବିଶ୍ବନାଥ ମହାପାତ୍ର ଓ ସଂଘ ସଭାପତି ଶ୍ରୀ ଖୁଣ୍ଟିଆ ଚମ୍ପିୟାନ ଦଳର ପ୍ରଦୀପ କୁମାର ଦାଶ ଓ ସାଥୀ ବାସୁଦେବ ପ୍ରଧାନ ଏବଂ ରନର୍ସ ଅପ୍ ଦଳର ବାବୁଲି ପାଇକରାୟ ଓ ସାଥୀ ବସୁଦେବ ସାମନ୍ତରାୟ ଙ୍କୁ ଟ୍ରଫି ପ୍ରଦାନ କରି ଉତ୍ସାହିତ କରିଥିଲେ। ଆୟୋଜକ ପଶାଖେଳ କମିଟି ର ସଭାପତି ତଥା ନିଖିଳ ଉତ୍କଳ ପଶା ଟ୍ରଷ୍ଟ ର ସଭାପତି ପ୍ରଫୁଲ୍ଲ ଜେନା ଖେଳ ପରିଚାଳନା କରିଥିଲେ। ପଶାଖେଳ କୁ ଉଦଯିବିତ ରଖିବା ପାଇଁ ସରକାର ଙ୍କ ସହାୟତା ଲୋଡ଼ା ବୋଲି ଖେଳାଳି ମାନେ କହିଥିଲେ ।

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା ନିୟୁଜ |