ଫେବୃୟାରୀ ୧୪ ରୁ ସତ୍ୟବାଦୀ ମହୋତ୍ସବ।
ପୁରୀ ୧/୨ ଫେବୃୟାରୀ ୧୪ ରୁ ୧୬ ତାରିଖ ପର୍ଯ୍ୟନ୍ତ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ପଞ୍ଚସଖା ପଡିଆ ଠାରେ ଅନୁଷ୍ଠିତ ହେବ ୮ମ ସତ୍ୟବାଦୀ ମହୋତ୍ସବ।ଏହି ୩ ଦିନିଆ ମହୋତ୍ସବ କୁ ଆକର୍ଷଣୀୟ ତଥା ଶୃଙ୍ଖଳାର ସହ ଆୟୋଜନ ପାଇଁ ଏକ ବୈଠକ ଆଜି ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଯୋଗ ଦେଇ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ମହୋତ୍ସବ ଏକ ଆନନ୍ଦ ଓ ଉଲ୍ଲାସର ପର୍ବ ସହ ଭାଇଚାରା ଓ ସଦଭାବନା ସୃଷ୍ଟି କରିବାରେ ସହାୟକ ହେଉ ଥିବାରୁ ଏହାକୁ ଶାନ୍ତି ଶୃଙ୍ଖଳା ର ସହ ଆୟୋଜନ ଆମ ସମସ୍ତ ଙ୍କ ଦାୟିତ୍ୱ ବୋଲି କହିଥିଲେ।ବିଗତ ୭ ବର୍ଷ ଧରି ଏହା ଆୟୋଜିତ ହୋଇ ଆସୁଛି।ଚଳିତ ବର୍ଷ ଏହାକୁ ଅଧିକ ଆକର୍ଷଣୀୟ କରିବା ସହ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି ନିକଟରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ମାଧ୍ୟମରେ ଜ୍ୟୋତି ଯାତ୍ରା ଅନୁଷ୍ଠିତ ହେବ।ଏଥିରେ ସମସ୍ତେ ଯୋଗ ଦାନ ପାଇଁ ସେ ଅନୁରୋଧ କରିଥିଲେ।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏଥିରେ ଅଧ୍ୟକ୍ଷତା କରିବା ସହ ପ୍ରତ୍ୟେକ ବିଭାଗ ମଧ୍ୟରେ ସମନ୍ବୟ ରଖି ସତ୍ୟବାଦୀ ମହୋତ୍ସବ କୁ ଶୃଙ୍ଖଳାର ସହ ପରିଚାଳନା ପାଇଁ ପରାମର୍ଶ ଦେଇଥିଲେ।ମଞ୍ଚ ପ୍ରସ୍ତୁତି, ଉତ୍ସବ ପଡିଆ ସାଜ ସଜ୍ଜା, ମେଳା ଆୟୋଜନ, ରାସ୍ତା ମରାମତି, ବିଦ୍ୟୁତ ଯୋଗାଣ, ଅଗ୍ନିଶମ ବ୍ୟବସ୍ଥା, ପ୍ରଚାର ପ୍ରସାର, ପାର୍କିଂ ବ୍ୟବସ୍ଥା, ଆଇନ ଶୃଙ୍ଖଳା ରକ୍ଷା ଇତ୍ୟାଦି ସମ୍ପର୍କରେ ବିଷଦ ଆଲୋଚନା କରାଯାଇ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା।ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ସମସ୍ତଙ୍କୁ ସ୍ବାଗତ କରିଥିଲେ ଓ ଜାନକୀ ବଲ୍ଲଭ ବରାଳ ଅନୁଷ୍ଠାନର ପୂର୍ବତନ ସମ୍ପାଦକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।ଏହି ବୈଠକରେ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ବିଡ଼ିଓ ଦେବାଶିଷ ନାୟକ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।
ସତ୍ୟବାଦୀ ମହୋତ୍ସବ କମିଟି କର୍ମକର୍ତ୍ତା ଭବାନୀ ଶଙ୍କର ନନ୍ଦ, ପ୍ରିୟରଞ୍ଜନ, ଦୀପକ ଶତପଥୀ, ବଦ୍ରିନାରାୟଣ ଖଟୋଇ, ଦିଲ୍ଲୀପ କୁମାର ମହାନ୍ତି,ରଞ୍ଜନ କୁମାର ବରାଳ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିବା ସହ ବିଭିନ୍ନ ମତାମତ ପ୍ରଦାନ କରିଥିଲେ।
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS..
More Stories
ପୁରୀ ରେ ମହାଳୟା ପାଇଁ ପ୍ରବଳଭିଡ଼ |ବିଭିର୍ଣ୍ଣ ତୀର୍ଥ ପୁଷ୍କରିଣୀ ରେ ପିଣ୍ଡ ପକାଇଲେ ଶ୍ରଦ୍ଧାଳୁ |
ଶ୍ରୀରାଧା ଜନ୍ମୋତ୍ସବ ୨୦୨୫ ଆରମ୍ଭ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଶ୍ୱଶାନ୍ତି ମହାଜଜ୍ଞ|
ଛାତ୍ର ଛାତ୍ରୀ ଙ୍କ ପାଇଁ ଆଦର୍ଶ ଥିଲେ ଭୋଳାନାଥ ସାର୍