ଖବର ସତ୍ୟବାଦୀ ଓଡିଶା NEWS :(ନିପ୍ର )ଢେଙ୍କାନାଳ ଜିଲ୍ଲା ଟାଟା ଷ୍ଟିଲ କାରଖାନାର ଟିଏମ ଇଣ୍ଟରନ୍ୟାସନାଲ ଲଜିଷ୍ଟିକ୍ସ ଲିମିଟେଡ୍ ପକ୍ଷରୁ ସଡକ ସୁରକ୍ଷା ମାସର ଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଣ୍ଟାବଣିଆ ଥାନା ଅଧିକାରିଣୀ ଶ୍ରୀମତୀ ତୁଳସୀ ଭୂୟାଁ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଥାନାର ସମସ୍ତ ପୋଲିସ କର୍ମଚାରୀ ସହଯୋଗ କରିବା ସହ ଟି ଏମ୍ ଇଣ୍ଟରନ୍ୟାସନାଲ ଲଜିଷ୍ଟିକ୍ସ ଲିମିଟେଡ୍ ର ପଦାଧିକାରୀ ମ୍ୟାନେଜର ଧନଞ୍ଜୟ କୁମାର ମିଶ୍ର, ଶ୍ରୀମନ୍ତ ବେରା, ସୌରଭ ପାଣ୍ଡେ, ନାରାୟଣ ଲେଙ୍କା, ଅର୍ଜିତ ଶଟ୍ ଓ ସାଗର ପ୍ରସାଦ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।
ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ କଣ୍ଟାବଣିଆ ପୋଲିସ ସହଯୋଗରେ ଟିଏମ୍ ଇଣ୍ଟରନ୍ୟାସନାଲ ଲଜିଷ୍ଟିକ୍ସ ଲିମିଟେଡ୍ ପକ୍ଷରୁ ମିଳିତ ଭାବେ ଏକ ସଡ଼କ ସୁରକ୍ଷା ଅଭିଯାନ ତଥା ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଢେଙ୍କାନାଳ ଟାଟାଷ୍ଟିଲ ସମ୍ମୁଖ ୫୫ନଂ ଜାତୀୟ ରାଜପଥରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅମାନିଆ ଗାଡ଼ି ଚାଳକ ହେଲମେଟ ଓ ଗାଡି ଚାଳନା ରେ ସଚେତନ ଥିବା ଚାଳକ କୁ ଗୋଲାପ ଫୁଲ ଚକୋଲେଟ୍ ଉପହାର ଦିଆଯାଇଥିଲା । ତେବେ ସଡ଼କ ସୁରକ୍ଷା ନିୟମ ପାଳନ କରିବା ଦିଗରେ ନାରା ଦେଇ ହେଲମେଟ ପିନ୍ଧିବା ଓ ସିଟ୍ ବେଲ୍ଟ୍ ବାନ୍ଧିବାର ଆବଶ୍ୟକତା ଦିଗରେ ଗାଡ଼ି ଚାଳକଙ୍କ ମଧ୍ୟରେ ଜନ ଜାଗରଣ ସୃଷ୍ଟି କରାଯାଇଥିଲା।
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS…
Report -Ajit Kumar Bhoi..
More Stories
ରାଜ୍ୟରେ ଖୋଜି ଖୋଜି ଭୂମିହୀନ ଙ୍କୁ ପଟା ଦେବେ ସରକାର |
ବିଦ୍ୟାଳୟ ମଧ୍ୟରେ ରାତିସାରା ଝରକା ସନ୍ଧିରେ ଫସିରହିଲା କୁନିଝିଅ |
କଳି ଯୁଗରେ ସତ୍ୟ ଘଟଣା |ମନ୍ଦିର ରେ ଦିଶିଲା ମା ଙ୍କ ପାଦଚି଼ହ୍ନ |