ଅଷ୍ଟମ ସତ୍ୟବାଦୀ ମହୋତ୍ସବ ପାଇଁ ବ୍ଲକ ବିଦ୍ୟାଳୟ ସ୍ଥରୀୟ ପ୍ରତିଯୋଗିତା ଅନୁଷ୍ଠିତ |

Love with Khabar Satyabadi

ସାକ୍ଷୀଗୋପାଳ ୯ । ୨ । ଖବର ସତ୍ୟବାଦୀ ଓଡିଶା NEWS :ଆଗକୁ ଆସୁଛି ସତ୍ୟବାଦୀ ମହୋତ୍ସବ|ଉତ୍ସବ ମୁଖର ହେବ ସତ୍ୟବାଦୀ ଏହାକୁ ନେଇ ଅଷ୍ଟମ ସତ୍ୟବାଦୀ ମହୋତ୍ସବ ପକ୍ଷରୁ ବ୍ଲକ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ରବିବାର ପୂର୍ବାହ୍ନ ୧୦ ଆରମ୍ଭ ହୋଇଯାଇଛି । ଏହି ପ୍ରତିଯୋଗିତା ସତ୍ୟବାଦୀ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ୧୫୩  ବିଦ୍ୟାଳୟର ୨୭୦ ଛାତ୍ରୀଛତ୍ର ଭାଗ ନେଇଥିଲେ ।
କନିଷ୍ଠ , ମଧ୍ୟମ ଓ ବରିଷ୍ଠ ବିଭାଗରେ ପ୍ରତିଯୋଗିମନେ ଚିତ୍ରକଳା , ସାଧାରଣ ଜ୍ଞାନ , ସଙ୍ଗୀତ , ପ୍ରବନ୍ଧ ପ୍ରତିଯୋଗିତାରେ ଭାଗ ନେଇଥିଲେ । ତୃତୀୟ ରୁ ଦଶମ ପର୍ଯ୍ୟନ୍ତ ଛାତ୍ରୀ ଛାତ୍ର ମନେ ଦଳଗତ ନୃତ୍ୟ ,ଶାସ୍ତ୍ରୀୟ ନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ ।ପ୍ରତେକ ବିଭାଗରୁ ପ୍ରଥମ ଦୂତୀୟ ଓ ତୃତୀୟ ଶ୍ରେଷ୍ଠ କୃତି ପ୍ରତିଯୋଗିଙ୍କୁ ଚଳିତ ମାସ ୧୪ ,୧୫ ,୧୬ ,ରେ ଅନୁଷ୍ଠିତ ସତ୍ୟବାଦୀ ମହୋତ୍ସବ ମଞ୍ଚରେ ଅତିଥିଙ୍କ ଦ୍ୱାରା ମାନ ପତ୍ର ସହିତ ସମ୍ବର୍ଦ୍ଧିତ କରାଯିବ ବୋଲି ମହଉତ୍ସବ କମିଟିର ସହ ସମ୍ପାଦକ ଭବାନୀ ସଂକର ନନ୍ଦ ସୂଚନା ଦେଇଛନ୍ତି ।ମହୋତ୍ସବ କମିଟି ପକ୍ଷରୁ ସଂସ୍କୃତିକ ସମ୍ପାଦକ ବଦ୍ରିନାରାୟଣ ଖୁଣ୍ଟିଆ ଙ୍କ ସହ ବରିଷ୍ଠ ସଦସ୍ୟ ଦିଲିପି କୁମାର ମହାନ୍ତି , ପ୍ରଦ୍ୟୁମ୍ନ ଶତପଥୀ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ସୁଭ ଉଦଘାଟନ କରିଥିଲେ ।ବିଚାରକ ଭାବେ ଜିତେନ୍ଦ୍ର କୁମାର ବେହେରା ଅଶୋକ କୁମାର ଦାସ ଉପସ୍ଥିତ ଥିଲାବେଳ ସତ୍ୟବାଦୀ ହାଇ ସ୍କୁଲ ଶିକ୍ଷୟତ୍ରୀ ପ୍ରତୀକ୍ଷା ମିଶ୍ର ତାଙ୍କୁ ସହଯୋଗ କରିଥିଲେ ।ଶିକ୍ଷକ ସୁନିଲି କୁମାର ବେହେରା , ବସନ୍ତ ସ୍ୱାଇଁ , ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସମେତ ଅନ୍ୟ ଶିକ୍ଷୟତ୍ରୀ ଶିକ୍ଷକ ପରିଚାଳନା ରେ ସହଯୋଗ କରିଥିଲେ ।

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS…